Hindi News >>Home >>Odisha National-International

Aditya L-1: ସୂର୍ଯ୍ୟଙ୍କ ନିକଟତର ହେଲା ଆଦିତ୍ୟ L-1, ଇସ୍ରୋ ପ୍ରମୁଖ ଦେଲେ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା

ନୂଆ ପିଢି ନିକଟରେ ଆର୍ଥିକ ସହାୟତା, ପ୍ରୋତ୍ସାହଲ ଓ ନିର୍ମାଣ ହେଉଛି। ଯଦିଓ ଭାରତ ସବୁକ୍ଷେତ୍ରରେ ନେତୃତ୍ୱ ନେଇ ପାରୁନଥାଏ କିନ୍ତୁ ଯେଉଁ କ୍ଷେତ୍ରରେ ଆମ ନିକଟରେ ସମ୍ବଳ ରହିଛି ତାହା ଉପରେ ଫୋକସ କରିବା ଅତ୍ୟନ୍ତ ଜରୁରୀ ବୋଲି ସୋମନାଥ କହିଥିଲେ। 

Advertisement
Aditya L-1: ସୂର୍ଯ୍ୟଙ୍କ ନିକଟତର ହେଲା ଆଦିତ୍ୟ L-1, ଇସ୍ରୋ ପ୍ରମୁଖ ଦେଲେ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା
Zee Odisha Desk|Updated: Dec 23, 2023, 05:40 PM IST
Share

Aditya L-1: ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ Aditya-L1 ଏହାର ଲକ୍ଷ୍ୟ ଆଡକୁ ଦ୍ରୁତ ଗତିରେ ଅଗ୍ରହସର ହେଉଛି। ଏହା ଜାନୁଆରୀ ୬, ୨୦୨୪ରେ ସୂର୍ଯ୍ୟଙ୍କ ଲେଂଗ୍ରେଜିଆନ ପଏଣ୍ଟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତୀୟ ସ୍ପେସ୍ ଏଜେନ୍ସି ISRO ଚେୟାରମ୍ୟାନ୍ ଏସ୍ ସୋମନାଥ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଆଇଏସଆରଓ ମୁଖ୍ୟ ସୋମନାଥଙ୍କ ଅନୁଯାୟୀ, ଆଦିତ୍ୟ ଏଲ-1 ଜାନୁଆରୀ ୬ରେ  ଲେଂଗ୍ରେଜିଆନ ପଏଣ୍ଟରେ ପ୍ରବେଶ କରିବ ବୋଲି ସମ୍ପୂର୍ଣ୍ଣ ଆଶା ରହିଛି। ସଠିକ୍ ସମୟରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ଭାରତୀୟ ବିଜ୍ଞାନ ସମ୍ମିଳନୀରେ ISRO ମୁଖ୍ୟ ସୋମନାଥ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହା ସହିତ ISRO ମୁଖ୍ୟ କହିଛନ୍ତି ଯେ ଆଗାମୀ ଦିନରେ ଭାରତ ଏହାର ପ୍ରଥମ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯାଉଛି। ଯାହା ୨୦୨୮ରେ ଲଞ୍ଚ ହେବ ଏବଂ ୨୦୩୫ରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।

ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପରେ ଫାୟାର ହେବ ଇଞ୍ଜିନ
ISRO ଚେୟାରମ୍ୟାନ୍ ଏସ୍ ସୋମନାଥ କହିଛନ୍ତି ଯେ ଆଦିତ୍ୟ L-1 ଯେତେବେଳେ ଲକ୍ଷ୍ୟ ସ୍ଥଳରେ (L-1  ପଏଣ୍ଟ) ପହଞ୍ଚିବା ବେଳକୁ ଇଞ୍ଜିନକୁ ପୁଣି ଥରେ ଫାୟାର କରାଯିବ। ଯାହାଫଳରେ ଇଞ୍ଜିନ ଅଧିକ ଦୂରକୁ ଯିବ ନାହିଁ। ଏଠାରେ ପହଞ୍ଚିବା ପରେ ଆଦିତ୍ୟ L-1 ଘୂର୍ଣ୍ଣନ ଆରମ୍ଭ କରିବ। ISRO ମୁଖ୍ୟ କହିଛନ୍ତି ଯେ ଏହାର ଲକ୍ଷ୍ୟରେ ପହଞ୍ଚିବା ପରେ ଆଦିତ୍ୟ L1 ଆସନ୍ତା ୫ ବର୍ଷ କାର୍ଯ୍ୟ କରିବ ଏବଂ ଏହି ସମୟ ମଧ୍ୟରେ ଏହା ସୂର୍ଯ୍ୟଙ୍କ ଉପରେ ଘଟୁଥିବା କାର୍ଯ୍ୟକଳାପ ବିଷୟରେ ସୂଚନା ପଠାଇବ। ଏଥିରୁ ସଂଗୃହିତ ତଥ୍ୟ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଲାଭଦାୟକ ହେବ। ଏହି ତଥ୍ୟ ମାଧ୍ୟମରେ ସୂର୍ଯ୍ୟର ଗତିଶୀଳତା ଏବଂ ମାନବ ଜୀବନ ଉପରେ ଏହାର ପ୍ରଭାବ ବିଷୟରେ ସୂଚନା ମିଳିପାରିବ। 

ଇସ୍ରୋ ମୁଖ୍ୟ ସୋମନାଥଙ୍କ କହିବା ମୁତାବକ ଭାରତ ବୈଷୟିକ ଜ୍ଞାନ କୌଶଳରେ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି। ଯାହା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ। ସୋମନାଥ ଆହୁରି ମଧ୍ୟ କହିଥିଲେ କି ଇସ୍ରୋ ଏକ ସ୍ପେସ ଷ୍ଟେସନ କରିବାକୁ ଯାଉଛି ଯାହାର ନାଁ ଭାରତୀୟ ସ୍ପେସ ଷ୍ଟେସନ ରହିବ। ସେ ଆହୁରି ମଧ୍ୟ କହିଥିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଏହା ହେବାକୁ ଯାଉଛି। ସୋମନାଥ କହିଥିଲେ କି ମହାକାଶ କ୍ଷେତ୍ରରେ ଆମେ ନୂଆ ଖେଳାଳି ଭାବେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ। ନୂଆ ପିଢି ନିକଟରେ ଆର୍ଥିକ ସହାୟତା, ପ୍ରୋତ୍ସାହଲ ଓ ନିର୍ମାଣ ହେଉଛି। ଯଦିଓ ଭାରତ ସବୁକ୍ଷେତ୍ରରେ ନେତୃତ୍ୱ ନେଇ ପାରୁନଥାଏ କିନ୍ତୁ ଯେଉଁ କ୍ଷେତ୍ରରେ ଆମ ନିକଟରେ ସମ୍ବଳ ରହିଛି ତାହା ଉପରେ ଫୋକସ କରିବା ଅତ୍ୟନ୍ତ ଜରୁରୀ ବୋଲି ସୋମନାଥ କହିଥିଲେ। 

Read More
{}{}