Hindi News >>Home >>Odisha National-International

Air India in trouble: ଏୟାର ଇଣ୍ଡିଆ ଏକ୍ସପ୍ରେସରେ ୮୦ ବିମାନ ବାତିଲ, କ୍ରିୟୁ ସଦସ୍ୟ ଗଲେ ଛୁଟିରେ

ଏହା ବିରୁଦ୍ଧରେ କର୍ମଚାରୀମାନେ ଏପରି ସମୂହ ଛୁଟି ନେଇଥିବା ଜଣାପଡ଼ିଛି।

Advertisement
Air India in trouble: ଏୟାର ଇଣ୍ଡିଆ ଏକ୍ସପ୍ରେସରେ ୮୦ ବିମାନ ବାତିଲ, କ୍ରିୟୁ ସଦସ୍ୟ ଗଲେ ଛୁଟିରେ
Prabhudatta Moharana|Updated: May 08, 2024, 11:41 AM IST
Share

Air India in trouble: ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଚାଲିଥିବା ବିବାଦ ଉଗ୍ର ରୂପ ନେଇଛି। ଅନେକ କ୍ରିୟୁ ସଦସ୍ୟ ଏକା ସଙ୍ଗେ ଛୁଟିରେ ଯିବାରୁ ଆଜି କର୍ତ୍ତୃପକ୍ଷ ୮୦ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରିଛନ୍ତି। ଯେଉଁମାନଙ୍କ ଯାତ୍ରା ଆଜି ନିର୍ଦ୍ଧାରିତ ହୋଇଥିଲା ସେମାନଙ୍କୁ ପୂରାଫେରସ୍ତ କିମ୍ବା ଆଉ ଦିନେ ବିମାନରେ ଟିକଟ ଦେବାର ବ୍ୟବସ୍ଥା କରାଯାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। 

ମଙ୍ଗଳବାର ରାତିରୁ ଏହି ସମସ୍ୟା ଆରମ୍ଭ ହୋଇଛି। ଯାହାଦ୍ୱାରା ବୁଧବାର ସକାଳେ ମଧ୍ୟ ଗୋଟିକ ପରେ ଗୋଟିଏ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ବାତିଲ କରାଯାଇଛି। ବିମାନ ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଯେଉଁ ଯାତ୍ରୀଙ୍କ ଆଜି ଯାତ୍ରା କରିବାରେ ଥିଲା ସେମାନେ ଯାତ୍ରା ପୂର୍ବରୁ ନିଜର ବିମାନର ସ୍ଥିତି ବିଷୟରେ ଦେଖି ନିଅନ୍ତୁ। 

କ୍ୟାବିନ୍‍ କ୍ରିୟୁ ଭାବେ କାମ କରୁଥିବା ଏକ ଗୋଷ୍ଠୀ ହଠାତ୍‍ ଅସୁସ୍ଥ ଦର୍ଶାଇ ଛୁଟିରେ ଯିବାରୁ ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି। ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ସହ ଆଲୋଚନା ଚାଲିଛି। ପ୍ରସଙ୍ଗକୁ ବୁଝିବାକୁ ଚେଷ୍ଟା କରାଯାଉଛି ବୋଲି ସଂସ୍ଥା ପକ୍ଷରୁ ଜଣାଇ ଦିଆଯାଇଛି। କିଛିଦିନ ତଳେ ଏୟାର ଏସିଆ ଇଣ୍ଡିଆ ସହ ଏୟାର ଇଣ୍ଡିଆ ଏକସପ୍ରେସର ମିଶ୍ରଣ ହୋଇଥିଲା। ଏହା ବିରୁଦ୍ଧରେ କର୍ମଚାରୀମାନେ ଏପରି ସମୂହ ଛୁଟି ନେଇଥିବା ଜଣାପଡ଼ିଛି।

Read More
{}{}