Home >>Odisha National-International

Air India ବିମାନରେ ଧାର୍ମିକ ପ୍ରତୀକକୁ ନାଁ, ଏହି ସବୁ ଜିନିଷ ପିନ୍ଧିବା ଉପରେ ଲାଗିଲା କଟକଣା

Air India grooming guidelines: ଏହା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ଫେବୃଆରୀରେ କମ୍ପାନୀ କ୍ରିୟୁ ମେମ୍ବରଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲା। ଚଳିତ ବର୍ଷ ଜାନୁଆରୀରେ ଏୟାର ଇଣ୍ଡିଆକୁ ଟାଟା ଅଧିଗ୍ରହଣ କରିବାର କିଛି ଦିନ ପରେ, ଟାଟା ଗ୍ରୁପ୍ ଏହାର କ୍ୟାବିନ କ୍ରିୟୁମାନଙ୍କୁ ସର୍ବନିମ୍ନ ଅଳଙ୍କାର ପିନ୍ଧିବାକୁ ପରାମର୍ଶ ଦେଇଥିଲା। 

Advertisement
Air India ବିମାନରେ ଧାର୍ମିକ ପ୍ରତୀକକୁ ନାଁ, ଏହି ସବୁ ଜିନିଷ ପିନ୍ଧିବା ଉପରେ ଲାଗିଲା କଟକଣା
Shankarshan Bagh|Updated: Nov 25, 2022, 10:32 AM IST
Share

Air India grooming guidelines, ନୂଆଦିଲ୍ଲୀ: ଧର୍ମକୁ ନେଇ ସୃଷ୍ଟି ହେଉଥିବା ବିବାଦ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ରତନ ଟାଟା। ଏଥିପାଇଁ ଟାଟା ଅଧିକୃତ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ତାର କ୍ର୍ୟୁ ମେମ୍ବରଙ୍କ ପାଇଁ ନୂଆ ନିୟମ ଜାରି କରିଛି। ବର୍ଷକରେ ଦ୍ୱତୀୟ ଥର ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଏପରି ନିୟମ କରାଯାଇଛି। ଏଥର କ୍ରିୟୁ ମେମ୍ବରଙ୍କୁ ଧାର୍ମିକ ପ୍ରତୀକ ଭାବେ ଦର୍ଶାଯାଉଥିବା ଅଳଙ୍କାର ବା ସୂତା ପିନ୍ଧିବାକୁ ବାରଣ କରାଯାଇଛି। ଏପରି କି ଚୁଟି ରଙ୍ଗିନ କରିବା ଉପରେ ମଧ୍ୟ କଟକଣା ଜାରି ହୋଇଛି। 

Air Indiaର ନୂଆ ନିୟମ ଉଭୟ ପୁରୁଷ ଓ ମହିଳା କ୍ରିୟୁ ମେମ୍ବରଙ୍କ ଉପରେ କାର୍ଯ୍ୟକାରୀ ହେବ। 

Also Read: ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲା ବ୍ଲୁ ହ୍ୱେଲ ଭଳି ବିମାନ; ଲୋକେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ନିୟମ ଅନୁସାରେ- 

  • କ୍ରିୟୁ ମେମ୍ବରମାନେ କଳା ରଙ୍ଗର ପୋଷାକ ପିନ୍ଧିବେ ନାହିଁ।
  • ହାତ, ଗୋଡ଼, ବେକରେ କଳା କିମ୍ବା ଧାର୍ମିକ ସୂତା ପିନ୍ଧିବେ ନାହିଁ।
  • ଆଙ୍ଗୁଠିରେ ରତ୍ନ ପଥର ଥିବା ମୂଦି ପିନ୍ଧିବା ବାରଣ।
  • ଧାର୍ମିକ ପ୍ରତୀକ ଥିବା ବ୍ରେସଲେଟ୍ ଉପରେ ମଧ୍ୟ କଟକଣା ଲଗାଯାଇଛି।
  • ବେକରେ ଧାର୍ମିକ ପ୍ରତୀକ ବା ଚିହ୍ନ ଥିବା ଲକେଟ ଧାରଣ କରିପାରିବେ ନାହିଁ। 
  • ପୁରୁଷମାନେ ନିୟମିତ ଭାବେ ଚୁଟି ଓ ଦାଢି କାଟିବେ।
  • ଚୁଟିକୁ ରଙ୍ଗୀନ ବା ଧୂସର କରିବାକୁ ଅନୁମତି ନାହିଁ।

ନୂତନ ନିର୍ଦ୍ଦେଶାବଳୀ ଉପରେ ଏୟାର ଇଣ୍ଡିଆ କୌଣସି ପ୍ରତିକ୍ରିୟା ରଖିନାହିଁ। ତେବେ ଏହା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ଫେବୃଆରୀରେ କମ୍ପାନୀ କ୍ରିୟୁ ମେମ୍ବରଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲା। ଚଳିତ ବର୍ଷ ଜାନୁଆରୀରେ ଏୟାର ଇଣ୍ଡିଆକୁ ଟାଟା ଅଧିଗ୍ରହଣ କରିବାର କିଛି ଦିନ ପରେ, ଟାଟା ଗ୍ରୁପ୍ ଏହାର କ୍ୟାବିନ କ୍ରିୟୁମାନଙ୍କୁ ସର୍ବନିମ୍ନ ଅଳଙ୍କାର ପିନ୍ଧିବାକୁ ପରାମର୍ଶ ଦେଇଥିଲା। ଏହା ସହ ଡ୍ୟୁଟିଫ୍ରି ସପ୍ ପରିଦର୍ଶନ କରିବା ଉଚିତ ନୁହେଁ ଏବଂ ଇମିଗ୍ରେସନ ଏବଂ ସୁରକ୍ଷା ଯାଞ୍ଚ ସମାପ୍ତ ହେବା ପରେ ଶୀଘ୍ର ବୋର୍ଡିଂ ଫାଟକକୁ ଯିବା ଉଚିତ ବୋଲି କମ୍ପାନୀ କହିଥିଲା। କଷ୍ଟମ୍ସ ଏବଂ ସୁରକ୍ଷା ଯାଞ୍ଚରେ କୌଣସି ବିଳମ୍ବ ନହେବା ପାଇଁ କ୍ୟାବିନ କର୍ମଚାରୀମାନେ ସର୍ବନିମ୍ନ ଅଳଙ୍କାର ପିନ୍ଧିବା ଉପରେ ଗୁରୁତ୍ୱ ଦେଇ ୟୁନିଫର୍ମ ନିୟମ ପାଳନ କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଥିଲା।

Also Read: Pakistan Airlines: ଅନ୍ତବସ୍ତ୍ରକୁ ନେଇ ଏମିତି ଗାଇଡଲାଇନ୍ ଜାରି କଲା PIA

 

ଏୟାର ଇଣ୍ଡିଆ ପରି ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ ମଧ୍ୟ ତାର କ୍ରିୟୁ ମେମରଙ୍କ ପାଇଁ ଡ୍ରେସିଂ ଗାଇଡଲାଇନ ଜାରି କରିଥିଲା। ଗତ ସେପ୍ଟେମ୍ବରରେ ଜାରି ହୋଇଥିବା ଗାଇଡଲାଇନରେ ଏହାର କ୍ରିୟୁ ମେମ୍ବରମାନେ ନିଜର ପୋଷାକକୁ ନେଇ ଯତ୍ନବାନ ହେବେ। ତେବେ ଏୟାରଲାଇନ ବିଶେଷ କରି ଅନ୍ତବସ୍ତ୍ରକୁ ଅଧିକ ଗୁରୁତ୍ୱ ଦେଇଥିଲା। କ୍ରିୟୁଙ୍କର ଅଶାଳୀନ ପୋଷାକ ପିନ୍ଧିବା ଶୈଳୀ ଯୋଗୁଁ ସଂସ୍ଥାର ଇମେଜ ଖରାପ ହେଉଥିବା PIA କହିଥିଲା। PIAର କ୍ରିୟୁମାନେ କିପରି ପୋଷାକ ପିନ୍ଧିବେ ସେ ନେଇ ଏକ ନିୟମ ତିଆରି କରାଯାଇଥିଲା। କେବଳ ଡ୍ୟୁଟି ସମୟରେ ନୁହଁ ବରଂ ବାହାରେ ମଧ୍ୟ କ୍ରିୟୁଙ୍କୁ ଏହି ନିୟମ ପାଳନ କରିବାକୁ ପଡିବ। କ୍ରିୟୁ ମେମ୍ବରଙ୍କୁ ଅନ୍ତବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ତେବେ ଏହା ଉଭୟ ପୁରୁଷ ଓ ମହିଳା କ୍ରିୟୁଙ୍କ ପାଇଁ ଲାଗୁ ହୋଇଛି। 

PIA ଦାବି କରିଥିଲା ଯେ, ଏୟାର ଆଟେଣ୍ଡାଣ୍ଟଙ୍କ ଅଶାଳୀନ ପୋଷାକ ପାଇଁ ଏୟାରଲାଇନ ଉପରେ ଖାରପ ପ୍ରଭାବ ପକାଉଛି। ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ଏକ ନକରାତ୍ମକ ଛାପ ମଧ୍ୟ ଛାଡୁଛି। କେବଳ ଏତିକି ନୁହଁ କ୍ୟାବିନ କ୍ରିୟୁଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯିବ। ଏଥିପାଇଁ ଗ୍ରୁମିଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୁମିଂ କର୍ମଚାରୀମାନେ କ୍ୟାବିନ କ୍ରିୟୁଙ୍କ ଉପରେ ସବୁବେଳେ ନଜର ରଖିବେ। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନେ ସେହି ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ବିମାନ ସେବା ସଂସ୍ଥା କହିଥିଲା। PIA ହେଉଛି ପାକିସ୍ତାନର ଜାତୀୟ ଏୟାରଲାଇନ। ଏହା ସରକାରଙ୍କ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହୋଇଥାଏ। PIA ପାକିସ୍ତାନରେ ଘରୋଇ ଓ ଅନ୍ତର୍ଜାତୀୟ ସେବା ପ୍ରଦାନ କରିଥାଏ।  

 

 

 

 

 

 

 

 

Read More
{}{}