Vistara announces VRS scheme : ଖୁବଶୀଘ୍ର ଭିସ୍ତାରା ଏୟାରଲାଇନ ଏୟାର ଇଣ୍ଡିଆ ସହ ମିଶିବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧାଏହି ମିଶ୍ରଣ ହେବା ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଆଜି (ସୋମବାର)ଏହାର ଗ୍ରାଉଣ୍ଡ୍ ଷ୍ଟାଫ୍ଙ୍କ ପାଇଁ ଭିଆରଏସ ଏବଂ ଭିଏସଏସ ସ୍କିମ୍ ଘୋଷଣା କରିଛି। କର୍ମଚାରୀଙ୍କୁ ଏକ ମେସେଜରରେ କମ୍ପାନି କହିଛି ଯେଉଁ କର୍ମଚାରୀମାନେ ଏୟାରଲାଇନ ସହ ୫ ବର୍ଷ ଧରି କାମ କରୁଛନ୍ତି ସେମାନେ ଭିଆରଏସ ସ୍କିମର ଫାଇଦା ନେଇପାରିବେ।ସେହିଭଳି ଭିଏସଏସ ସେହି କର୍ମଚାରୀଙ୍କ ପାଇଁ ରହିବ ଯେଉଁମାନେ ୫ ବର୍ଷରୁ କମ୍ ସମୟ ଧରି କାମ କରିଛନ୍ତି।
ଏହି ସ୍କିମ୍ରେ କର୍ମଚାରୀଙ୍କୁ କମ୍ପାନିର ପଲିସି ଏବଂ ସରକାରୀ ନିୟମ ଅନୁଯାୟୀ ଗ୍ରାଚ୍ୟୁଟି, ପ୍ରୋଭିଡେଣ୍ଟ ଫଣ୍ଡ୍ ଛୁଟି ବାବଦକୁ ଅର୍ଥ ଏବଂ ଏକ୍ସ ଗ୍ରାସିଆ ଆଦି ଦିଆଯିବ। ତେବେ ଯେଉଁ ପାଇଲଟ, କ୍ୟାବିନକୁ କିମ୍ବା ଲାଇସେନ୍ସ ପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଚାକିରି ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଛି ସେମାନଙ୍କ ପାଇଁ ଏହି ସ୍କିମ ଲାଗୁ ହେବ ନାହିଁ ବୋଲି କମ୍ପାନି କହିଛି।
ଏହା ପୂର୍ବରୁ ଜୁଲାଇ ୧୭ରେ ଏୟାର ଇଣ୍ଡିଆ ମଧ୍ଯ ସ୍ଥାୟୀ ଗ୍ରାଉଣ୍ଡ ଷ୍ଟାଫ୍ଙ୍କ ପାଇଁ ଭିଆରଏସ ସ୍ମିମ୍ ଘୋଷଣା କରିଥିଲା । ଜାତୀୟ ଗଣମାଧ୍ଯମର ରିପୋର୍ଟ ଅନୁଯାୟୀ, ଉଭୟ ଏୟାର ଲାଇନ୍ର ୧୮ ହଜାରରୁ ପ୍ରାୟ ୫୦୦ରୁ ୬୦୦ କର୍ମଚାରୀ ଏହି ସ୍କୀମରେ ଲାଭ ନେଇପାରନ୍ତି। ଭିସ୍ତାରା ହେଉଛି ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ଜଏଣ୍ଟ ଭେଞ୍ଚର। ତେବେ ଭିସ୍ତାରା କର୍ମଚାରୀଙ୍କ ପାଖରେ ଏହି ସ୍କିମ୍ରେ ଆବେଦନ ପାଇଁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ସମୟ ରହିଥିବାବେଳେ ଏୟାର ଇଣ୍ଡିଆ କର୍ମଚାରୀ ଅଗଷ୍ଟ ୧୬ ମଧ୍ୟରେ ଆବେଦନ କରିପାରିବେ।