Home >>Odisha National-International

Weather Updates: ସଠିକ ପୂର୍ବାନୁମାନ ପାଇଁ ବିମାନ କମ୍ପାନୀର ସହାୟତା ଲୋଡିଲା ପାଣିପାଗ ବିଭାଗ

ସେହି ତଥ୍ୟକୁ ସଂଗ୍ରହ କରିବା ଲାଗି ଆଇଏମଡି ପକ୍ଷରୁ ୫୦-୬୦ ପାଣିପାଗ ବେଲୁନ ସ୍ଥାପନ କରାଯାଇଛି। ଯେହେତୁ ଦେଶରେ ଶହ ଶହ ବିମାନ ଚଳାଚଳ କରୁଛି, ତେଣୁ ସେମାନେ ସଂଗ୍ରହ କରୁଥିବା ପାଣିପାଗ ପୂର୍ବାନୁମାନରେ ପାରଦର୍ଶିତା ଆଣିପାରିବ ବୋଲି କୁହାଯାଉଛି। 

Advertisement
Weather Updates: ସଠିକ ପୂର୍ବାନୁମାନ ପାଇଁ ବିମାନ କମ୍ପାନୀର ସହାୟତା ଲୋଡିଲା ପାଣିପାଗ ବିଭାଗ
Prabhudatta Moharana|Updated: Jan 09, 2025, 02:11 PM IST
Share

Weather Updates: ନୂଆଦିଲ୍ଲୀ: ଏଣିକି ଭାରତୀୟ ପାଣିପାଗ ବିଭାଗକୁ ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ ବିମାନ ସେବା ପ୍ରଦାନକାରୀ କମ୍ପାନୀ। ବିମାନ ଉଡାଣ ଓ ଅବତରଣ ସମୟରେ ଗୁରୁତ୍ତ୍ୱପୂର୍ଣ୍ଣ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥାଏ।ସେହି ତଥ୍ୟକୁ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଗୁଡିକ ଖୁବଶୀଘ୍ର ପାଣିପାଗ ବିଭାଗକୁ ପ୍ରଦାନ କରିବେ ବୋଲି ଜଣାପଡିଛି। ପାଣିପାଗ ତଥ୍ୟ ଦେବା ଏୟାରଲାଇନ ଗୁଡିକ ଲାଗି ବାଧ୍ୟତାମୂଳ କରିବା ଉପରେ ସରକାର ବିଚାର କରୁଛନ୍ତି। ତାହା ହେଲେ ପାଣିପାଗରଆହୁରି ସଠିକ ପୂର୍ବାନୁମାନ କରାଯାଇପାରିବ। 

ଭୂ-ବିଜ୍ଞାନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା କରାଯାଇଛି। ବର୍ଷକ ଭିତରେ ଡୋମେଷ୍ଟିକ ଏୟାରଲାଇନଗୁଡିକଲାଗି ପାଣିପାଗ ତଥ୍ୟ ଦେବା ବାଧ୍ୟତାମୂଳକ କରାଯିବ। ଏହି ତଥ୍ୟ ବିମାନ ଚଳାଚଳ କ୍ଷେତ୍ରରେ ପାରଦର୍ଶିତା ଆଣିବା ସହ ପାଣିପାଗ ପୂର୍ବାନୁମାନକୁ ଆହୁରି ସଠିକ କରିପାରିବ। ବିଭିନ୍ନ ପ୍ରକାର ପର୍ଯ୍ୟବେକ୍ଷଣ ଆଧାରରେ ଆଇଏମଡି ପକ୍ଷରୁ ପାଣିପାଗର ପୂର୍ବାନୁମାନ କରାଯାଉଛି। ପର୍ଯ୍ୟବେକ୍ଷଣ ଯେତେ ଅଧିକ ହେବ ପୂର୍ବାନୁମାନ ସେତେ ସଠିକ ହୋଇପାରିବ। ଅଧିକ ସ୍ଥାନରୁ ତଥ୍ୟ ଆସିଲେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ। ତାପମାତ୍ରା, ଆର୍ଦତା ଓ ପବନ ବେଗର ତଥ୍ୟ ଯେତେ ଅଧିକ ସମ୍ଭବ ସେହି ସ୍ଥାନରୁ ସଂଗ୍ରହ କରାଯାଉଛି।

ଭୂପୃଷ୍ଠରୁ ସଂଗ୍ରହ ହେଉଥିବା ତଥ୍ୟ ତୁଳନାରେ ଏୟାରଲାଇନ ଓ ପାଣିପାଗ ବେଲୁନରୁ ସଂଗ୍ରହ ହେଉଥିବା ତଥ୍ୟ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ। ଝଡ଼ ଗଠନ ହେବା ଓ ବାୟୁମଣ୍ଡଳରେ ତାହା ଆକାର ଧାରଣ କରିବା ସମୟରେ ତାପମାତ୍ରା ଓ ପବନର ବେଗ ବିଭିନ୍ନ ଉଚ୍ଚତାରେ ଭିନ୍ନ ଭିନ୍ନ ରହିଥାଏ। ସେହି ତଥ୍ୟକୁ ସଂଗ୍ରହ କରିବା ଲାଗି ଆଇଏମଡି ପକ୍ଷରୁ ୫୦-୬୦ ପାଣିପାଗ ବେଲୁନ ସ୍ଥାପନ କରାଯାଇଛି। ଯେହେତୁ ଦେଶରେ ଶହ ଶହ ବିମାନ ଚଳାଚଳ କରୁଛି, ତେଣୁ ସେମାନେ ସଂଗ୍ରହ କରୁଥିବା ପାଣିପାଗ ପୂର୍ବାନୁମାନରେ ପାରଦର୍ଶିତା ଆଣିପାରିବ ବୋଲି କୁହାଯାଉଛି। 

Read More
{}{}