Hindi News >>Home >>Odisha National-International

America praised India: ଭାରତକୁ ଭୁରି ଭୁରି ପ୍ରଶଂସା କଲା ଆମେରିକା, ଋଷକୁ ଦେଲା ଏପରି ବାର୍ତ୍ତା...

ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଋଷର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭାରୋଭଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ନେଡ ପ୍ରାଇସ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଆମେ ଭାରତ ବୈଦେଶିକ ମନ୍ତ୍ରଣାଳୟ ସହିତ ଅନେକ ଆଲୋଚନା କରିଛୁ। 

Advertisement
America praised India: ଭାରତକୁ ଭୁରି ଭୁରି ପ୍ରଶଂସା କଲା ଆମେରିକା, ଋଷକୁ ଦେଲା ଏପରି ବାର୍ତ୍ତା...
Zee Odisha Desk|Updated: Nov 09, 2022, 04:36 PM IST
Share

America praised India: ନୂଆଦିଲ୍ଲୀ: ୯ ମାସରୁ ଅଧିକ ସମୟ ଧରି ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ (War) ଜାରି ରହିଛି। ତେବେ ଏହାରି ମଧ୍ୟରେ ନିକଟରେ ଦୁଇ ଦିନିଆ ଋଷ ଗସ୍ତରେ (Two Day Tour) ଯାଇଥିଲେ ଭାରତର (India) ବୈଦେଶିକ ମନ୍ତ୍ରଣାଳୟର (Forign Affairs) ମନ୍ତ୍ରୀ ଏସ ଜୟଶଙ୍କର (S Jayshankar) ଗସ୍ତ କରିଥିଲେ। ତାଙ୍କର ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱର ନଜର ରହିଥିଲା। ତେବେ ତାଙ୍କର ପ୍ରତିକ୍ରିୟା ଆସିବା ପରେ ଆମେରିକା (USA) ଭାରତକୁ (India) ପ୍ରଶଂସା କରିଥିଲେ। ମୁଖପାତ୍ର ନେଡ ପ୍ରାଇସ ଜୟଶଙ୍କରଙ୍କୁ ପ୍ରଶଂସା କରି କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ଋଷ ଭାରତର ବାର୍ତ୍ତା ଶୁଣିବା ଉଚିତ। ସେ କହିଛନ୍ତି ଯେ ଋଷ ଭାରତରୁ କୂଟନୈତିକ ବୁଝିବା ଉଚିତ୍।

ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଋଷର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭାରୋଭଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ନେଡ ପ୍ରାଇସ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଆମେ ଭାରତ ବୈଦେଶିକ ମନ୍ତ୍ରଣାଳୟ ସହିତ ଅନେକ ଆଲୋଚନା କରିଛୁ। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ମଧ୍ୟ ଏସ ଜୟଶଙ୍କରଙ୍କୁ ଭେଟିଥିବା ନେଇ ସେ ସୂଚନା ଦେଇଥିଲେ। 

ନେଡ୍ ପ୍ରାଇସ୍ କହିଥିଲେ କି ଯେ ଭାରତ ଯୁଦ୍ଧ ବିରୋଧରେ ନିଜର ସ୍ୱରକୁ ଶାଣିତ କରିଛି। ସମାନ ଉପଦେଶ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦେଇଛନ୍ତି ଏବଂ ବର୍ତ୍ତମାନ ଜୟଶଙ୍କର ମଧ୍ୟ ସମାନ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମରକନ୍ଦରେ ପୁଟିନଙ୍କୁ କହିଥିଲେ କି ଏହା ଯୁଦ୍ଧର ସମୟ ନୁହେଁ। ଶାନ୍ତିର ସହ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯାଇ ପାରିବ ବୋଲି ମୋଦି କହିଥିଲେ। 

ନେଡ଼ ପ୍ରାଇସ କହିଥିଲେ କି ଭାରତ ଏହି ବାର୍ତ୍ତା ଦେଇଛି କି ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ କରାଯାଇ ପାରିବ। ଭାରତ କହିଛି କି ବର୍ତ୍ତମାନର ସମୟ ଯୁଦ୍ଧର ନୁହେଁ। ଏଭଳି ସ୍ଥିତିରେ ଦୁଇ ଦେଶକୁ ଭାରତର ଭୁମିକାକୁ ଗୁରୁତ୍ତ୍ୱ ବୁଝିବା ଉଚିତ। 

ମସ୍କୋରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି କି, ଭାରତ ଓ ଋଷ ମଧ୍ୟରେ ସମ୍ପର୍କ ବେଶ ମଜବୁତ ରହିଛି। ଋଷ ଠାରୁ ଭାରତ ତୈଳ ଆମଦାନୀ ଜାରି ରଖିବ। ଏଭଳି ସ୍ଥିତିରେ ଆମେରିକାର ପ୍ରବକ୍ତା ନେଡ଼ ପ୍ରାଇସ ଏହାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି କି ଏହି ମାମଲା ଋଷ ଓ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଯୋଡ଼ି ହୋଇ ରହିଛି। ଉଭୟ ରାଷ୍ଟ୍ରର ହିତକୁ ଦୃଷ୍ଟିରେ ରଖି ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ଋଷ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉଚିତ୍। ଶକ୍ତି ଯୋଗାଣରେ କିମ୍ବା ସୁରକ୍ଷା ଉପକରଣରେ ଋଷ ବିଶ୍ୱାସଯୋଗ୍ୟ ନୁହେଁ। ଆମେରିକା କହିଛି ଯେ ଭାରତର ଶକ୍ତିର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ଭାରତ ଋଷରୁ ଇନ୍ଧନ କିଣୁଛି। ସେ କହିଛନ୍ତି ଯେ ଋଷ ସହିତ ବ୍ୟବସାୟ କରିବାର ଏହା ସମୟ ନୁହେଁ ଏବଂ ଏହା ଉପରେ ନିର୍ଭରଶୀଳ ଦେଶମାନେ ଋଷ ସହିତ ବାଣିଜ୍ୟ ହ୍ରାସ କରିବା ଉଚିତ୍।

ଅଧିକ ପଢନ୍ତୁ: Odisha Weather Update: ଏହି ଦିନଠୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ସତର୍କ କଲା ପାଣିପାଗ ବିଭାଗ

Read More
{}{}