Home >>Odisha National-International

ଅଟାରୀ ସୀମାରେ ପାକିସ୍ତାନ ଗାର୍ଡଙ୍କ ସହ କରମର୍ଦ୍ଦନ ମନା, ପହଲଗାମ୍‌ ଯିବେ ସେନା ମୁଖ୍ୟ

ପ୍ରତିପକ୍ଷ ଗାର୍ଡ କମାଣ୍ଡରଙ୍କ ସହ ଭାରତୀୟ ଯବାନଙ୍କ କରମର୍ଦ୍ଦନକୁ ବାରଣ କରାଯାଇଛି । କଟକଣା ନେଇ ପଞ୍ଜାବ BSF ଫ୍ରଣ୍ଟିଅର ପକ୍ଷରୁ ସୋସିଆଲ ମିଡିଆ ପ୍ଲଟଫର୍ମ ଏକ୍ସ ମାଧ୍ୟମରେ ସୂଚନା ଦିଆଯାଇଛି ।

Advertisement
ଅଟାରୀ ସୀମାରେ ପାକିସ୍ତାନ ଗାର୍ଡଙ୍କ ସହ କରମର୍ଦ୍ଦନ ମନା, ପହଲଗାମ୍‌ ଯିବେ ସେନା ମୁଖ୍ୟ
Soubhagya Ranjan Mishra|Updated: Apr 24, 2025, 06:07 PM IST
Share

ନୂଆଦିଲ୍ଲୀ: ଅଟାରୀ ରିଟ୍ରିଟ୍ ସମାରୋହ ପାଳନରେ କଟକଣା ଲଗାଯାଇଛି । ପ୍ରତିପକ୍ଷ ଗାର୍ଡ କମାଣ୍ଡରଙ୍କ ସହ ଭାରତୀୟ ଯବାନଙ୍କ କରମର୍ଦ୍ଦନକୁ ବାରଣ କରାଯାଇଛି । କଟକଣା ନେଇ ପଞ୍ଜାବ BSF ଫ୍ରଣ୍ଟିଅର ପକ୍ଷରୁ ସୋସିଆଲ ମିଡିଆ ପ୍ଲଟଫର୍ମ ଏକ୍ସ ମାଧ୍ୟମରେ ସୂଚନା ଦିଆଯାଇଛି । ସମାରୋହ ସମୟରେ ଗେଟ୍ ବନ୍ଦ ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ, ଶୁକ୍ରବାର ଦିନ ପହଲଗାମ୍‌ ଅଭିମୁଖେ ଯିବେ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ । ପହଲଗାମ୍ ଆକ୍ରମଣ ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି । ସେପଟେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପହଲଗାମ୍‌ ହମ୍‌ଲା ପର ସ୍ଥିତି ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି ।

ପାକିସ୍ତାନର ଆତଙ୍କୀ କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଅବଗତ କରିଛି ଭାରତ । ଜର୍ମାନୀ, ଜାପାନ୍, ପୋଲାଣ୍ଡ, ୟୁକେ, ରୁଷିଆ ରାଷ୍ଟ୍ରଦୂତଙ୍କୁ ଘଟଣା ବାବଦରେ ଜଣାଯାଇଛି । ବୈଦେଶିକ ମନ୍ତ୍ରାଳୟକୁ ଡକାଇ ସ୍ଥିତି ସମ୍ପର୍କରେ ଅବଗତ କରିଛି ଭାରତ । 

ଆପଣଙ୍କୁ କହିରଖୁଛୁ ଯେ, ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ବାତିଲ କରିଛି ଭାରତ । ମେଡିକାଲ୍‌ ଭିସାରେ ଥିଲେ ଆସନ୍ତା ୨୯ରୁ ରଦ୍ଦ କରାଯିବ । ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି ତାହା ୨୭ ପରେ ରଦ୍ଦ ହୋଇଯିବ । ଯେଉଁ ପାକିସ୍ତାନୀ ଭାରତରେ ଅଛନ୍ତି ୭୨ ଘଣ୍ଟାରେ ଦେଶ ଛାଡ଼ନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

Also Read- Pakistan cancelled Shimla Agreement: ସିମ୍‌ଲା ଚୁକ୍ତି ବାତିଲ୍ କଲା ପାକିସ୍ତାନ

Also Read- ମିଶାଇଲ ପରୀକ୍ଷଣ ଆରମ୍ଭ କଲା ପାକିସ୍ତାନ, ଆର୍ଲଟରେ ସେନା

Read More
{}{}