Hindi News >>Home >>Odisha National-International

Ayodhya Ram Mandir: ଆଜି ପର୍ଯ୍ୟନ୍ତ ରାମଲଲାଙ୍କୁ ଦର୍ଶନ କଲେଣି ଏତିକି କୋଟି ଭକ୍ତ

Ram Mandir: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି। ଏନେଇ ସେ କହିଛନ୍ତି, "ପ୍ରତିଦିନ ଅଯୋଧ୍ୟା ରାମ ମନ୍ଦିରକୁ ଦର୍ଶନ ପାଇଁ ଏକ ଲକ୍ଷରୁ ଅଧିକ ଭକ୍ତ ଆସିଥାଆନ୍ତି। ଜାନୁୟାରୀ ୨୨ରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ପ୍ରାୟ ୧.୫ କୋଟି ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିସାରିଲେଣି।"

Advertisement
Ayodhya Ram Mandir:  ଆଜି ପର୍ଯ୍ୟନ୍ତ ରାମଲଲାଙ୍କୁ ଦର୍ଶନ କଲେଣି ଏତିକି କୋଟି ଭକ୍ତ
Payal Priyadarshini|Updated: Apr 22, 2024, 02:27 PM IST
Share

Ram Mandir Pran Pratishtha: ପ୍ରତିଦିନ ଅଯୋଧ୍ୟା ଛୁଟୁଛି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ । ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧.୫ କୋଟି ଭକ୍ତ ରାମ ଲଲାଙ୍କ ଦର୍ଶନ କରିସାରିଥିବା ସୂଚନା ମିଳିଛି । ଏହା ସହ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଭକ୍ତ ଅଯୋଧ୍ୟାରେ ଆସୁଥିବା ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି। ଏନେଇ ସେ କହିଛନ୍ତି, "ପ୍ରତିଦିନ ଅଯୋଧ୍ୟା ରାମ ମନ୍ଦିରକୁ ଦର୍ଶନ ପାଇଁ ଏକ ଲକ୍ଷରୁ ଅଧିକ ଭକ୍ତ ଆସିଥାଆନ୍ତି। ଜାନୁୟାରୀ ୨୨ରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ପ୍ରାୟ ୧.୫ କୋଟି ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିସାରିଲେଣି।"

ସୂଚନା ଥାଉ କି, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଚଳିତ ବର୍ଷ ଏଠାରେ ପ୍ରଥମ ଥର ପାଇଁ ରାମ ନବମୀ ପର୍ବ ଆୟୋଜନ କରାଯାଇଥିଲା । ଏନେଇ ନବବଧୂ ପରି ସଜେଇ ହୋଇଥିଲା ସମୂର୍ଣ୍ଣ ରାମନଗରୀ । ରାମ ନବମୀ ଅବସରରେ ମଧ୍ୟାହ୍ନ ୧୨ଟା ୧୬ ମିନିଟ୍ ରେ ରାମଲାଲାଙ୍କ ସୂର୍ଯ୍ୟତିଳକ କରାଯାଇଥିଲା । ପ୍ରଭୁ ରାମଙ୍କ ମସ୍ତକରେ ୫ ମିନିଟ୍ ଧରି ଶୋଭାବର୍ଦ୍ଧନ କରିଥିଲା ସୂର୍ଯ୍ୟତିଳକ । ଏହି ସମୟ ମଧ୍ୟରେ ଭକ୍ତମାନଙ୍କୁ ମନ୍ଦିର ଭିତ ଦୃଶ୍ୟ ଦେଖାଇବା ପାଇଁ ପାଇଁ ୧୦୦ ଏଲଇଡ଼ି ସ୍କ୍ରିନ୍ ଲଗାଯାଇଥିଲା ।

Also Read- BJP Manifesto In Odia: ‘ମୋଦି’ ଗ୍ୟାରେଣ୍ଟିର ଓଡ଼ିଆ ସଂସ୍କରଣ ଉନ୍ମୋଚନ

 

 

 

 

 

 

 

 

Read More
{}{}