Hindi News >>Home >>Odisha National-International

Landslide: ଅରୁଣାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ

Arunachal Pradesh Landslide: ଗୁରୁବାର ଦିନ ଅରୁଣାଚଳ ପ୍ରଦେଶରେ (Arunachal Pradesh) ଏକ ବଡ଼ ଧରଣର ଭୂସ୍ଖଳନ (Landslide) ଘଟିଛି । ଚୀନର ସୀମାକୁ ସଂଯୋଗ କରୁଥିବା ଏକ ରାଜପଥରେ ଏହି ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି । ଭୂସ୍ଖଳନ ଘଟିଥିବା ସ୍ଥାନ ହେଉଛି ଏକମାତ୍ର ମାର୍ଗ ଯାହାକି ଦିବଙ୍ଗ ଉପତ୍ୟକା (Dibang Valley) ଜିଲ୍ଲାକୁ ବାକି ଭାରତ ସହିତ ସଂଯୋଗ କରୁଛି।

Advertisement
Landslide: ଅରୁଣାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ
Payal Priyadarshini|Updated: Apr 25, 2024, 03:01 PM IST
Share

Arunachal Pradesh Landslide: ଗୁରୁବାର ଦିନ ଅରୁଣାଚଳ ପ୍ରଦେଶରେ (Arunachal Pradesh) ଏକ ବଡ଼ ଧରଣର ଭୂସ୍ଖଳନ (Landslide) ଘଟିଛି । ଚୀନର ସୀମାକୁ ସଂଯୋଗ କରୁଥିବା ଏକ ରାଜପଥରେ ଏହି ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି । ଭୂସ୍ଖଳନ ଘଟିଥିବା ସ୍ଥାନ ହେଉଛି ଏକମାତ୍ର ମାର୍ଗ ଯାହାକି ଦିବଙ୍ଗ ଉପତ୍ୟକା (Dibang Valley) ଜିଲ୍ଲାକୁ ବାକି ଭାରତ ସହିତ ସଂଯୋଗ କରୁଛି।

ଖବର ଅନୁଯାୟୀ, ହୁନଲି ଓ ଅନିନୀ ମଧ୍ଯରେ ଥିବା ଅନିନୀ ରାଜପଥ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅରୁଣାଚଳ ପ୍ରଧାନମନ୍ତ୍ରୀ ପେମା ଖଣ୍ତୁ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ସେ ଲେଖିଛନ୍ତି, “ହନଲି ଓ ଅନିନୀ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହେତୁ ଯାତ୍ରୀମାନଙ୍କ ପାଇଁ ହେଉଥିବା ଅସୁବିଧା ଜାଣି ମୁଁ ବିବ୍ରତ। ଏହି ରାସ୍ତା ଦିଭଙ୍ଗ ଉପତ୍ୟାକାରୁ ଦେଶର ଅନ୍ୟ ଭାଗ ସହିତ ସଂଯୋଗ କରୁଥିବାରୁ ଶୀଘ୍ର ସଂଯୋଗକୁ ପୁନସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ଏନେଇ ଜିଲ୍ଲା ପ୍ରଶାସନ ଅଧିକାରୀ କହିଛନ୍ତି, ‘ବର୍ତ୍ତମାନ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ନାହିଁ। ଜାତୀୟ ରାଜପଥ (NH-33) ଦିବଙ୍ଗ ଉପତ୍ୟକାକୁ ସେନା ଓ ସେଠିକାର ବାସିନ୍ଦାଙ୍କ ପାଇଁ ଲାଇଫ୍ ଲାଇନ୍ ଭାବେ ବିବେଚନା କରାଯାଇଥାଏ । ଦିବଙ୍ଗ ଉପତ୍ୟକାର ବାସିନ୍ଦାଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ରାଜପଥରେ ନିର୍ମାଣ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଓ ବର୍ଷା ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତ ବାସିନ୍ଦାଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ରୋଙ୍ଗ ଅନିନୀ ରାଜପଥରେ ପୁନରୁଦ୍ଧାର କାର୍ଯ୍ୟ ଅତି କମରେ ତିନି ଦିନ ଲାଗିବ। ପ୍ରକାଶ ଥାଉ କି, ଲଗାତାର ବର୍ଷା ହେତୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Also Read- Air Force Place Crash: ଜୈସଲମେରରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

 

 

Read More
{}{}