Home >>Odisha National-International

Arvind Kejriwal: ପୁଣି ଅଡୁଆରେ କେଜ୍ରିଓ୍ୱାଲ, ଆଉ ଏକ ଆବେଦନ ଖାରଜ କଲେ କୋର୍ଟ

Arvind Kejriwal: ପୁଣି ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ (Arvind Kejriwal)। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ତାଙ୍କ ଗିରଫଦାରୀକୁ ବୈଧ ଦର୍ଶାଇଥିଲେ। ଅବକାରୀ ନୀତି ଦୁର୍ନୀତି ମାମଲାର ଗିରଫଦାରୀ ବିରୋଧରେ କେଜ୍ରିୱାଲ କରିଥିବା ଆବେଦନକୁ କୋର୍ଟ ଖାରଜ କରି ତାଙ୍କ ରିମାଣ୍ତକୁ ବେଆଇନ କୁହାଯାଇ ପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ ।

Advertisement
Arvind Kejriwal: ପୁଣି ଅଡୁଆରେ କେଜ୍ରିଓ୍ୱାଲ, ଆଉ ଏକ ଆବେଦନ ଖାରଜ କଲେ କୋର୍ଟ
Zee Odisha Desk|Updated: Apr 10, 2024, 12:23 PM IST
Share

Arvind Kejriwal: ପୁଣି ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ (Arvind Kejriwal)। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ତାଙ୍କ ଗିରଫଦାରୀକୁ ବୈଧ ଦର୍ଶାଇଥିଲେ। ଅବକାରୀ ନୀତି ଦୁର୍ନୀତି ମାମଲାର ଗିରଫଦାରୀ ବିରୋଧରେ କେଜ୍ରିୱାଲ କରିଥିବା ଆବେଦନକୁ କୋର୍ଟ ଖାରଜ କରି ତାଙ୍କ ରିମାଣ୍ତକୁ ବେଆଇନ କୁହାଯାଇ ପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ ।

ଏହି ରାୟ ପରେ ବୁଧବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ (Delhi’s rouse avenue court) ତାଙ୍କର ଦ୍ୱିତୀୟ ଆବେଦନକୁ ମଧ୍ଯ ଖାରଜ କରିଛନ୍ତି। ଏହି ଆବେଦନରେ କେଜ୍ରିୱାଲ ସପ୍ତାହରେ ୫ ଥର ନିଜ ଓକିଲଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ। ହେଲେ ଏହି ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ସପ୍ତାହରେ ଦୁଇ ଥର ତାଙ୍କ ଓକିଲଙ୍କୁ ଭେଟୁଛନ୍ତି। ଅନ୍ୟପକ୍ଷରେ, ହାଇକୋର୍ଟ ଜାମିନ୍ ଆବେଦନ ଖାରଜ କରିବା ପରେ ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ।

Also Read- Odisha News: କଟକ ବିଧାୟକଙ୍କୁ ହାଇକୋର୍ଟଙ୍କ ଝଟକା, ତିନିବର୍ଷ କାରାଦଣ୍ଡ କାଏମ

ମଙ୍ଗଳବାର ହାଇକୋର୍ଟରେ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା ଯେ, ‘ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଷଡ଼୍‌ଯନ୍ତ୍ର କରିଥିଲେ ଓ ପୁରା ମାମଲାରେ ମୁଖ୍ୟ ସେ ସଂଚାଳକ ଥିଲେ। ଏହି ଅପରାଧରୁ ମିଳିଥିବା ଅର୍ଥକୁ ମଧ୍ୟ ସେ ବ୍ୟବହାର କରିବାରେ ସାମିଲ ଥିବା ନେଇ ବଳିଷ୍ଠ ପ୍ରମାଣ ହାସଲ ହୋଇଥିବାରୁ ଇଡି କେଜ୍ରିୱାଲଙ୍କୁ ମାମଲାର ‘କିଙ୍ଗ୍‌ପିନ୍‌’ ବୋଲି କହିଥିଲା’।

 

 

 

 

 

 

 

 

 

Read More
{}{}