Home >>Odisha National-International

ବିଜେପିରେ ମିଶିଲେ କୈଳାସ ଗେହଲଟ, କେଜ୍ରିୱାଲ ଦେଲେ ପ୍ରତିକ୍ରିୟା

ବିଜେପି ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

Advertisement
ବିଜେପିରେ ମିଶିଲେ କୈଳାସ ଗେହଲଟ, କେଜ୍ରିୱାଲ ଦେଲେ ପ୍ରତିକ୍ରିୟା
Soubhagya Ranjan Mishra|Updated: Nov 18, 2024, 04:18 PM IST
Share

Kailash gehlot joins bjp: ବିଜେପିରେ ମିଶିଲେ କୈଳାସ ଗେହଲଟ । ରବିବାର ଆପ୍ ଛାଡ଼ିଥିବା ସମୟରେ ଆଜି ବିଜେପିରେ ମିଶିବା ପରେ ଆପ୍ ଉପରେ ବର୍ଷିଛନ୍ତି । ବିଜେପି ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

କୈଳାଶ ବିଜେପିରେ ଯୋଗଦେବା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ସେ ଯେଉଁଠାକୁ ଯିବାକୁ ଚାହାଁନ୍ତି, ସେ ଯାଇପାରିବେ। ଏଥିସହ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ କହିଛନ୍ତି ଯେ, କୈଲାଶ ଗେହଲଟଙ୍କ ଇସ୍ତଫା ବିଜେପିର ମଇଳା ରାଜନୀତି ଏବଂ ଷଡଯନ୍ତ୍ରର ଏକ ଅଂଶ।

Also Read- Top 10 News: ସମୀର ଦେ' ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ଖବର ସହ ଅନ୍ୟାନ୍ୟ ଅପଡେଟ୍

Also Read- Surya Gochar 2024: ୨୭ ଦିନ ପରେ ଧନୁରେ ସୂର୍ଯ୍ୟଙ୍କ ଚଳନ, ଛୋଟିଆ ଭୁଲ୍ ପାଇଁ ହୋଇପାରେ ବଡ଼ କ୍ଷତି

Read More
{}{}