Hindi News >>Home >>Odisha National-International

CBI remand : କେଜ୍ରିୱାଲଙ୍କୁ ରିମାଣ୍ଡରେ ନେଲା ସିବିଆଇ

Arvind Kejriwal in 3-Day CBI Custody : ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ। ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍।

Advertisement
cbi remand
cbi remand
Zee Odisha Desk|Updated: Jun 27, 2024, 09:30 AM IST
Share

Delhi  : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ। କେଜରିୱାଲଙ୍କୁ ପଚରାଉଚରା ପାଇଁ ସିବିଆଇ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍। ପୂର୍ବରୁ ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗତକାଲି ବିଧିବଦ୍ଧ ଭାବେ ଗିରଫ କରିଥିଲା ସିବିଆଇ। ଫଳରେ ମଦ ଦୁର୍ନୀତି ମାମଲାରେ ତାଙ୍କ ପାଇଁ ପୁଣି ଅଡୁଆ ବଢ଼ିଛି।ଗତ ସପ୍ତାହରେ କେଜ୍ରିୱାଲଙ୍କୁ ରେଗୁଲାର ବେଲ୍ ଦେଇଥିଲେ ରାଉଜ ଏଭିନ୍ୟୁ କୋର୍ଟ। ଏହାକୁ ଚ୍ୟାଲେଂଜ କରି ଇଡି ଦିଲ୍ଲୀ ହାଇକୋର୍ଟ ଯାଇଥିଲା। ତେବେ ହାଇକୋର୍ଟ ବେଲ୍ ଉପରେ ରୋକ ଲଗାଇବା ସହ ଜାମିନ ଖାରଜ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ଯାଇଥିଲେ କେଜ୍ରିୱାଲ।

ତେବେ ଏହା ଭିତରେ ମାମଲାରେ ଅନେକ ଅଗ୍ରଗତି ହୋଇଥିବାରୁ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଫେରାଇ ନେଇଛନ୍ତି କେଜ୍ରିୱାଲ। ମାମଲାର ଅଗ୍ରଗତି ଆଧାରରେ ପୁଣି ଆବେଦନ କରାଯିବ ବୋଲି କେଜ୍ରିୱାଲଙ୍କ ପକ୍ଷରୁ କୁହାଯାଇଛି।ସିବିଆଇ ଦାବି କରିଛି ଯେ କେଜ୍ରିୱାଲ ଦିଲ୍ଲୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏହି ମାମଲା‌ରେ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। କିନ୍ତୁ କେଜ୍ରିୱାଲ ସିବିଆଇର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସିବିଆଇ ଗଣମାଧ୍ୟମରେ ଏହା ଦେଖାଇବାକୁ ଚେଷ୍ଟା କରିଛି ଯେ ମୁଁ ମନୀଷ ସିସୋଦିଆଙ୍କ ଉପରେ ସବୁ ଦୋଷ ଲଦି ଦେଇଛି। କିନ୍ତୁ ସିସୋଦିଆ ଦୋଷୀ କି ଅନ୍ୟ କିଏ ଦୋଷୀ ସେ ବିଷୟରେ ମୁଁ କିଛି କହିନାହିଁ।

ସିବିଆଇ ଉକ୍ତ ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳ କରିଦେଉଛି ବୋଲି କେଜ୍ରିୱାଲ ଦାବି କରିଛନ୍ତି। ସମଗ୍ର ଯୋଜନା କେବଳ ଆମକୁ ଗଣମାଧ୍ୟମ ଆଗରେ ଅପମାନିତ କରିବାପାଇଁ କରାଯାଇଛି। ତେବେ କେଜ୍ରିୱାଲଙ୍କ ଅଭିଯୋଗର ଜବାବ ଦେଇ ସିବିଆଇ କହିଛି ସେମାନେ କେବଳ ତଥ୍ୟ ଆଧାରରେ ଯୁକ୍ତି ରଖିଛନ୍ତି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ସିବିଆଇ କହିଛି ଏକ ବଡ଼ ଷଡ଼୍‌ଯନ୍ତ୍ରର ପର୍ଦ୍ଦାଫାସ କରିବାପାଇଁ କେଜ୍ରିୱାଲଙ୍କୁ ହାଜତକୁ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

Read More
{}{}