Hindi News >>Home >>Odisha National-International

Asaduddin Owaisi: ସଂସଦ ଭବନରେ ସାଂସଦ ଓୱେସି ଦେଲେ'ଜୟ ପାଲେଷ୍ଟାଇନ୍'ର ସ୍ଲୋଗାନ, ଜୋରଦାର ହଙ୍ଗାମା

Asaduddin Owaisi Oath: ସଂସଦ ଅଧିବେଶନରେ ଲୋକସଭାର ସଦସ୍ୟ ଭାବରେ ନବ ନିର୍ବାଚିତ ସାଂସଦମାନଙ୍କୁ ଶପଥ ଗ୍ରହଣ କରାଯାଉଛି। ଏହି କ୍ରମରେ, ଅସଦୁଦ୍ଦିନ ଓୱେସି ଉର୍ଦ୍ଦୁ ଭାଷାରେ ନିଜର ଶପଥ ନେଇଥିଲେ ଏବଂ ଯିବାସମୟରେ ଏପରି କିଛି କହିଥିଲେ ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।  

Advertisement
Asaduddin Owaisi Statement
Asaduddin Owaisi Statement
Jagdish Barik|Updated: Jun 25, 2024, 04:25 PM IST
Share

Asaduddin Owaisi Statement: ସଂସଦରେ ପୁଣିଥରେ ଆସାଦୁଦ୍ଦିନ ଓୱେସିଙ୍କୁ ନେଇ ଉତ୍ତେଜନା ଦେଖାଦେଇଛି। ଓୱେସି ମଙ୍ଗଳବାର ଦିନ ସଂସଦରେ ୧୮ ତମ ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ସେ ଯିବା ସମୟରେ ‘ଜୟ ଫିଲିସ୍ତିନ’ର ସ୍ଲୋଗାନ ଦେଇଥିଲେ। ଭାରତୀୟ ଜନତା ପାର୍ଟି ସାଂସଦ ମାନେ ଏହାକୁ ନେଇ ଅନେକ ହଙ୍ଗାମା କରିଥିଲେ।

୧୮ ତମ ଲୋକସଭା ପ୍ରକ୍ରିୟାର ଦ୍ୱିତୀୟ ଦିନରେ ସାଂସଦମାନଙ୍କୁ ମଧ୍ୟ ଶପଥ ଗ୍ରହଣ କରାଯାଉଛି। ଏହି ସମୟରେ ପ୍ରୋଟେମ୍ ସ୍ପିକର ଏଆଇଏମ୍ଆଇଏମ୍ ସଭାପତି ତଥା ସାଂସଦ ଅସସୁଦ୍ଦିନ ଓୱେସିଙ୍କୁ ଶପଥ ଗ୍ରହଣ କରିବାକୁ ଡାକିଥିଲେ। ଏହା ପରେ ଓୱେସି ସଂସଦର ଶପଥ ଗ୍ରହଣ କରିଥିଲେ ଏବଂ ସେ 'ଜୟ ଭୀମ, ଜୟ ମିମ, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ୍'ଶବ୍ଦ ସହିତ ଶପଥ ଗ୍ରହଣ କରିଥିଲେ।

ଏହି ସ୍ଲୋଗାନ ଗୁଡିକ କିପରି ଭିୁଲ୍: ଓୱେସି ଶପଥ ଗ୍ରହଣ କରିବା ପରେ ସାଂସଦ ଅସଦୁଦ୍ଦିନ ଓୱେସି ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତେ ଅନେକ କଥା କହୁଛନ୍ତି। ମୁଁ କେବଳ କହିଲି ‘ଜୟ ଭୀମ, ଜୟ ମିମ, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ’… ଏହା କିପରି ସମ୍ଭିଧାନକୁ ବିରୋଧ କରୁଛି, ସମ୍ବିଧାନରେ ଥିବା ବ୍ୟବସ୍ଥାଗୁଡ଼ିକୁ ଦର୍ଶାନ୍ତୁ।

ପଞ୍ଚମ ଥର ପାଇଁ ସାଂସଦ ହୋଇଛନ୍ତି ଓୱେସି
ଆପଣଙ୍କୁ କହିରଖୁଛୁ ଯେ ଆସାଦୁଦ୍ଦିନ ଓୱେସି ହାଇଦ୍ରାବାଦ ଲୋକସଭା ଆସନରୁ ପଞ୍ଚମ ଥର ପାଇଁ ସାଂସଦ ହୋଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ​​ସେ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କୁ ପରାସ୍ତ କରିଥିଲେ। ଓୱେସି ୬,୬୧,୯୮୧ ଭୋଟ୍ ପାଇଥିବାବେଳେ ମାଧବୀ ଲତା ୩,୩୮୦୮୭ ଭୋଟ୍ ପାଇଥିଲେ। ୨୦୧୯ ରେ ଶେଷ ନିର୍ବାଚନରେ ​​ଓୱେସି ୫୮.୯୫ ପ୍ରତିଶତ ଭୋଟ୍ ସହ ଜିତିଥିଲେ।

Read More
{}{}