Hindi News >>Home >>Odisha National-International

Avian Flu Alert: ବାଘଙ୍କୁ ବାର୍ଡଫ୍ଲୁ ଡର, ସାରା ଦେଶର ଚିଡ଼ିଆଖାନାକୁ ସତର୍କତା ଚେତାବନୀ

ଭୁବନେଶ୍ୱର: ଚିଡ଼ିଆଖାନାରେ ଥିବା ଜୀବଜନ୍ତୁଙ୍କୁ ଜ୍ୱର ହୋଇପାରେ। ପୁଣି ଏ ଜ୍ୱର ତାଙ୍କ ଜୀବନ ବି ନେଇପାରେ। ନାଗପୁର ଚିଡ଼ିଆଖାନାରେ ତିନି ବାଘଙ୍କ ମୃତ୍ୟୁ ପରେ ଏନେଇ ସତର୍କତା ଚେତାବନରୀ ଦେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ।  ସାରା ଦେଶରେ ଏହି ମୃତ୍ୟୁକୁ ଆଖିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଏହି ଚେତାବନୀରେ କୁହାଯାଇଛି।&nbs

Advertisement
Avian Flu Alert: ବାଘଙ୍କୁ ବାର୍ଡଫ୍ଲୁ ଡର, ସାରା ଦେଶର ଚିଡ଼ିଆଖାନାକୁ ସତର୍କତା ଚେତାବନୀ
Prabhudatta Moharana|Updated: Jan 06, 2025, 10:31 AM IST
Share

Avian Flu Alert: ଭୁବନେଶ୍ୱର: ଚିଡ଼ିଆଖାନାରେ ଥିବା ଜୀବଜନ୍ତୁଙ୍କୁ ଜ୍ୱର ହୋଇପାରେ। ପୁଣି ଏ ଜ୍ୱର ତାଙ୍କ ଜୀବନ ବି ନେଇପାରେ। ନାଗପୁର ଚିଡ଼ିଆଖାନାରେ ତିନି ବାଘଙ୍କ ମୃତ୍ୟୁ ପରେ ଏନେଇ ସତର୍କତା ଚେତାବନରୀ ଦେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ।  ସାରା ଦେଶରେ ଏହି ମୃତ୍ୟୁକୁ ଆଖିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଏହି ଚେତାବନୀରେ କୁହାଯାଇଛି। 

ଡିସେମ୍ବର ୩୦ ତାରିଖରେ ଏହି ତିନିଜଣ ବାଘଙ୍କ ମୃତ୍ୟୁ ପରେ ଜଙ୍ଗଲ ବିଭାଗ ପକ୍ଷରୁ ସେମାନଙ୍କ କଫ ଓ ସିଙ୍ଘାଣି ନମୁନା ପରୀକ୍ଷଣ କରାଯାଇଥିଲା। ଆଇସିଏଆର୍‍ ଉଚ୍ଚ ସୁରକ୍ଷା ସମ୍ପନ୍ନ ଜାତୀୟ ପ୍ରାଣୀ ରୋଗ ପ୍ରତିଷ୍ଠାନରେ ଏହାକୁ ପରୀକ୍ଷା କରାଯାଇଥିଲା। ପରୀକ୍ଷଣ ପରେ ସେମାନେ ଏଚ୍୫ ଏନ୍‍୧ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଭୂତାଣୁ ସାଧାରଣଙ୍କ କୁକୁଡ଼ା ତଥା ଅନ୍ୟ ପକ୍ଷୀଙ୍କ ଶରୀରରେ ଦେଖାଯାଏ। ଶରଘ୍ର ସଂକ୍ରମିତ ହେଉଥିବା ଏହି ଭୂତାଣୁ ପ୍ରାଣୀଙ୍କ ଜୀବନ ମଧ୍ୟ ନେଇପାରେ। ଏଣୁ ଚିଡିଆଖାନାର ଜନ୍ତା ଭିତରେ ଥିବା ସୁରକ୍ଷିତ ପ୍ରାଣୀମାନଙ୍କ ପାଇଁ ଏଥିନେଇ ସତର୍କତା ରକ୍ଷା କରିବାକୁ କେନ୍ଦ୍ର ମନ୍ତ୍ରଣାଳୟ ଆଦେଶ ଜାରି କରିଛନ୍ତି। 

ସାଧାରଣତଃ ସଂକ୍ରମିତ ପକ୍ଷୀଙ୍କୁ ସଂସ୍ପର୍ଶରେ ଆସିଥିବା ପ୍ରାଣୀ ଏଥିରେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥାଏ। ଏଣୁ ଚିଡ଼ିଆଖାନା ଆଖପାଖ ଅଞ୍ଚଳରେ ଯଦି ପକ୍ଷୀଙ୍କୁ ଏହି ଭୂତାଣୁ ସଂକ୍ରମିତ କରିଛି ତେବେ ଏଥିପ୍ରତି ସତର୍କ ରହିବାକୁ ହେବ। ଏହାଛଡ଼ା ଜନ୍ତା ଭିତରେ ଥିବା ବାଘ ତଥା ଅନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଦେବା ପୂରତ୍ବରୁ ଏ ବାବଦରେ ଅଧିକ ଯତ୍ନ ନେବା ଆବଶ୍ୟକ ବୋଲି ଏହି ଚିଡିରେ କୁହାଯାଇଛି।

Read More
{}{}