Ram Mandir Pran Pratishtha: ଗୁରୁବାର ଗଙ୍ଗା ଦଶହରାରେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ମହଲାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ କରାଯାଇଥିଲା । ସାତଟି ସ୍ଥାନରେ ଦେବତାଙ୍କ ମୂର୍ତ୍ତିଗୁଡ଼ିକୁ ପବିତ୍ର କରାଯାଇ ଯଥା ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ସକାଳ ୧୧:୩୦ ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସମସ୍ତ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏହା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ ସନ୍ଥମାନେ ପ୍ରଭୁଙ୍କ ପ୍ରଥମ ଆରତୀ ସମୟରେ ଉପସ୍ଥିତ ରହି ତିନି ଦିନିଆ ରୀତିନୀତି ସମାପ୍ତ କରିଥିଲେ।
ରାମ ମନ୍ଦିରର ଦ୍ୱିତୀୟ ପ୍ରାଣ-ପ୍ରତିଷ୍ଠା ଉତ୍ସବ ପାଇଁ ସମ୍ପୂର୍ଣ୍ଣ ମନ୍ଦିର ପରିସରକୁ ଫୁଲ ଏବଂ ମାଳାରେ ସଜାଯାଇଥିଲା। ରାମ ଦରବାରରେ ପୂଜା କରାଯିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ସମସ୍ତ ସାତଟି ମନ୍ଦିରକୁ ଯାଇ ପୂଜା କରିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ସନ୍ଥମାନଙ୍କ ସହିତ ପ୍ରାୟ ଏକ ହଜାର ସ୍ୱତନ୍ତ୍ର ଅତିଥିଙ୍କୁ ଆଜିର କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା।
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ୨୦୧୪ ପୂର୍ବରୁ ଗଙ୍ଗା ଜଳ ପ୍ରଦୂଷିତ ହୋଇଯାଇଥିଲା। ବିକାଶ ନାମରେ ପୂର୍ବ ସରକାରମାନେ କରିଥିବା ଯୋଜନା ଏବଂ ଅବୈଜ୍ଞାନିକ କାର୍ଯ୍ୟ କାରଣରୁ ଗଙ୍ଗା ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଯାଇଥିଲା। କିନ୍ତୁ ନମାମି ଗଙ୍ଗେ ମାଧ୍ୟମରେ ଗଙ୍ଗାର ଅବିଚ୍ଛିନ୍ନ ପ୍ରବାହ ଏବଂ ପବିତ୍ରତା ପୁନଃସ୍ଥାପିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଅଯୋଧ୍ୟାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ଆହୁରି ସମୃଦ୍ଧ କରିବ। ସେ ମାତା ଗଙ୍ଗାଙ୍କ ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ଏକଥା ମଧ୍ୟ କହିଥିଲେ ଯେ, ୨୨ ଜାନୁଆରୀ, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଲାଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ୫୦୦ ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା। ଏହା ଭାରତର ପୁନଃସ୍ଥାପିତ ଗୌରବର ପ୍ରତିଷ୍ଠାନର ପ୍ରତୀକ। ଗୁରୁବାର ଦିନ ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ଦରବାର ସମେତ ଅନ୍ୟ ସାତଟି ମନ୍ଦିରରେ ଦେବ ବଗୃହ ସ୍ଥାପନ ପାଇଁ ସେ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିସହ ଏହି ଐତିହାସିକ ସଫଳତା ପାଇଁ ସନାତନ ଧର୍ମର ସମସ୍ତ ଅନୁଗାମୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ, ସେ ଗଙ୍ଗା ଦଶହରା, ସରୟୁ ମହୋତ୍ସବ ଏବଂ ବିଶ୍ୱ ପରିବେଶ ଦିବସର ଶୁଭେଚ୍ଛା ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ, ଦିନେ ଅଯୋଧ୍ୟା ଆସୁଥିବା ରାମ ଭକ୍ତଙ୍କ ଉପରେ ଗୁଳି ଚାଳନା କରାଯାଉଥିଲା ଏବଂ ଭକ୍ତମାନଙ୍କୁ ଲାଠି ମାଡ ଦିଆଯାଉଥିଲା, କିନ୍ତୁ ଆଜି ଭକ୍ତମାନଙ୍କ ଉପରେ ଫୁଲ ବର୍ଷା କରାଯାଉଛି ଏବଂ ଆଜି ବିଶ୍ୱ ସ୍ତରରେ ଅଯୋଧ୍ୟାର ପରିଚୟ ବଦଳିବାକୁ ଯାଉଛି।t
Also Read- ବିଜାପୁରରେ ବଡ଼ ଏନକାଉଣ୍ଟର, ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ଲିଡର ସୁଧାକର ନିହତ
Also Read- କିଡନୀ ଷ୍ଟୋନ, କୋଲେଷ୍ଟ୍ରଲ୍ ସହ ୫ ରୋଗ ପାଇଁ ପ୍ରଭାବଶାଳୀ ଏହି ଡାଲି