Hindi News >>Home >>Odisha National-International

Ayodhya: ଆଜି ଉଦ୍ଦଘାଟିତ ହେବ ଅଯୋଧ୍ୟା ଧାମ ଜଙ୍କସନ୍, ଜାଣନ୍ତୁ ଏଠାରେ କି ସୁବିଧା ପାଇବେ ଯାତ୍ରୀ

Ayodhya Dham Junction: ଶ୍ରୀରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ଜାନୁଆରିରେ ଅନୁ‌ଷ୍ଠିତ ହେବ । ଏନେଇ ଦେଶ ବିଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର (Uttarpradesh Government) ଓ ମନ୍ଦିର ଟ୍ରଷ୍ଟ (Ram Mandir Trust) ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 30, 2023, 07:16 AM IST
Share

Ayodhya Railway Station: ଅଯୋଧ୍ୟା ରାମଜନ୍ମଭୂମିରେ (Ram Janmabhoomi) ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ଜାନୁଆରିରେ ଅନୁ‌ଷ୍ଠିତ ହେବ । ଏନେଇ ଦେଶ ବିଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର (Uttarpradesh Government) ଓ ମନ୍ଦିର ଟ୍ରଷ୍ଟ (Ram Mandir Trust) ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି।

ସୂଚନା ଅନୁଯାୟୀ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ଥାନୀୟ ରେଳ ଷ୍ଟେସନକୁ ଅଯୋଧ୍ୟା ଧାମ ଜଙ୍କସନ୍ (Ayodhya Dham Junction) ନାମରେ ପୁନଃବିକଶିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଶନିବାର ଏହି ଅତ୍ୟାଧୁନିତ ରେଳ ଷ୍ଟେସନକୁ ଉଦ୍ଦଘାଟନ କରିବେ । ଏହାସହ ପ୍ରଧାନମନ୍ତ୍ରୀ ଅମୃତ ଭାରତ ସୁପରଫାଷ୍ଟ ପାସେଞ୍ଜର ଟ୍ରେନ୍ (Amrit Bharat Express) ର ମଧ୍ଯ ଶୁଭାରମ୍ଭ କରିବେ ।

’ଣ ରହିଛି ସୁବିଧା

ଉକ୍ତ ଷ୍ଟେସନରେ ଏଲେଭେଟର, ଏସ୍କାଲେଟର, ଫୁଡ଼ ପ୍ଲାଜା, ଶିଶୁ ଯତ୍ନ ପ୍ରକୋଷ୍ଠ ଓ ପୂଜା ସାମଗ୍ରୀ ଦୋକାନ ସମେତ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିବ । ଷ୍ଟେସନରେ ନିର୍ମିତ ୩ ମହଲା ବିଲ୍ଡିଂ ଓ ସୁବିଧା ପାଇଁ ୨୪୧ କୋଟି ଟଙ୍କା ବିନିଯୋଗ ହୋଇଛି । ସେଠାରେ ୧୪୦ ମିଟର ଲମ୍ବ ଓ ୩୨.୬ ମିଟର ପ୍ରସ୍ଥର ନୂଆ ଷ୍ଟେସନ ବିଲ୍ଡିଂ ସହ ୧୪୦ ମିଟରରେ ୧୨ ମିଟର ବିଶିଷ୍ଚ ଅତିରିକ୍ତ ଫ୍ରଣ୍ଟ ପୋର୍ଚ ରହିଛି । ଖାସ୍ କଥା ହେଉଛି, ଏହି ରେଳ ଷ୍ଟେସନର ମୁଖ୍ୟ ବିଲ୍ଡିଂକୁ ରାମ ମନ୍ଦିର ସଦୃଶ କରାଯାଇଛି । ସେହିପରି ଶୁଭାରମ୍ଭ ହେବାକୁ ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ (Amrit Bharat Express) ଏକ ଏଲଏଚବି ଟ୍ରେନ୍ ଅଟେ । ଯେଉଁଥିରେ ନନଏସ୍ କୋଚ ରହିଛି । ଏହା ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇଦେବ ।

ଜାଣି ରଖନ୍ତୁ ରୁଟ୍

ଡିସେମ୍ବର ୩୦ ତାରିଖରେ ଉଦଘାଟନ ଅବସରରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ମାଲଦା ଟାଉନ ଠାରୁ ଛାଡି଼ ୨୦୨୪ ଜାନୁୟାରୀ ୧ ତାରିଖ ରାତ୍ରି ୦୮:୦୦ ଘଟିକା ସମୟରେ ବେଙ୍ଗାଲୁରୁରେ ପହଞ୍ଚିବ। ପୂର୍ବତଟ ରେଳବାଇ ପରିସୀମା ମଧ୍ୟରେ ଏହି ଟ୍ରେନ୍ ୨୦୨୩ ଡିସେମ୍ବର ୩୦ ତାରିଖରେ ଭଦ୍ରକ ରେଳ ଷ୍ଟେସନ ଠାରେ ରାତ୍ରି ୦୯ ଘଣ୍ଟା ୫୮ ମିନିଟ୍ ସମୟରେ ପହଞ୍ଚିବ ଏବଂ ରାତ୍ରି ୧୦ ଘଟିକା ସମୟରେ କଟକ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ରାତ୍ରି ୧୦ ଘଣ୍ଟା ୫୦ ମିନିଟ ସମୟରେ କଟକ ଠାରେ ପହଞ୍ଚିବ ଏବଂ ୩୧ ଡିସେମ୍ବର ୨୦୨୩ ସକାଳ ୭ ଘଟିକା ସମୟରେ ଭୁବନେଶ୍ୱର ଯାତ୍ରା କରିବ। ୨୦୨୩  ଡିସେମ୍ବର ୩୧ ତାରିଖରେ ଏହି ଟ୍ରେନ୍ ଭୁବନେଶ୍ୱର ଠାରୁ ସକାଳ ୭ ଘଣ୍ଟା ୪୦ ମିନିଟ ସମୟରେ, ଖୋର୍ଦ୍ଧା ରୋଡ୍ ଠାରୁ ପୂର୍ବାହ୍ନ ୮ ଘଣ୍ଟା ୨୦ ମିନିଟ୍ ସମୟରେ ଏବଂ ବ୍ରହ୍ମପୁର ଠାରୁ ପୂର୍ବାହ୍ନ ୯ ଘଣ୍ଟା ୫୫ ମିନିଟ ସମୟରେ ଛାଡି ବିଶାଖାପଟ୍ଟନମ୍ ଅଭିମୁଖେ ଯାତ୍ରା କରିବ। ଏହା ଶ୍ରୀକାକୁଲମ ଠାରୁ ପୂର୍ବାହ୍ନ ୧୧ ଘଣ୍ଟା ୫ ମିନିଟ, ବିଜୟନଗରମ ଠାରୁ ପୂର୍ବାହ୍ନ ୧୧ ଘଣ୍ଟା ୫୦ ମିନିଟ୍ ଏବଂ ବିଶାଖାପାଟନମ୍ ଠାରୁ ଅପରାହ୍ନ ୧ ଘଣ୍ଟା ୫୦ ମିନିଟ ସମୟରେ ଛାଡ଼ି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ। ପ୍ରକାଶ ଥାଉ କି, ରେଳଷ୍ଟେସନ ସହ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ଯ ଉଦ୍ଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

Read More
{}{}