Hindi News >>Home >>Odisha National-International

Ayodhya News: ରାମମନ୍ଦିର ପ୍ରତିଷ୍ଠା ଦିନ ଅଧା ଦିନ ବନ୍ଦ ରହିବ AIIMS

ଲୋକମାନଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ସମଗ୍ର ଦେଶରେ ଲୋକମାନେ ଦାବି କରିଆସୁଥିଲେ। ୨୨ ଜାନୁଆରୀରେ କେନ୍ଦ୍ର ସରକାର ପାଇଁ ଅଧାଦିନ ଛୁଟି ଘୋଷଣା କରିଛନ୍ତି। 

Advertisement
Ayodhya News: ରାମମନ୍ଦିର ପ୍ରତିଷ୍ଠା ଦିନ ଅଧା ଦିନ ବନ୍ଦ ରହିବ AIIMS
Zee Odisha Desk|Updated: Jan 21, 2024, 08:41 AM IST
Share

Ayodhya News: ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କେନ୍ଦ୍ର ସରକାର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ପାଇଁ ଅଧାଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଦିନ ଅର୍ଥାତ ଆସନ୍ତାକାଲି ଅପରାହ୍ନ ସାଢେ ଦୁଇଟା ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଏ ବାବଦରେ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଦିଲ୍ଲୀ AIIMS ଏକ ନିର୍ଦ୍ଦେଶ ଜାରି କରିଛି ଯେ ୨୨ ଜାନୁଆରୀ ଅପରାହ୍ନ ସାଢେ ଦୁଇଟା ପର୍ଯ୍ୟନ୍ତ OPDରେ ସୁବିଧା ଉପଲବ୍ଧ ହେବ ନାହିଁ। ଏହି ସମୟ ମଧ୍ୟରେ ଆପଣ ପରୀକ୍ଷା ଏବଂ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେବେ। ତଥାପି ସମସ୍ତ ପ୍ରକାର ଜରୁରୀକାଳୀନ ସେବା ଜାରି ରହିବ। 

AIIMS ପରେ ଅନ୍ୟ ଡାକ୍ତରଖାନାରେ ଅପରାହ୍ନ ସାଢେ ଦୁଇଟା ପରେ OPD ସୁବିଧା ଆରମ୍ଭ ହେବ। ଏହି ଅବଧି ମଧ୍ୟରେ ଜରୁରୀକାଳୀନ ସେବା ପୂର୍ବ ପରି ଜାରି ରହିବ। ଡ. ରାମ ମନୋହର ଲୋହିଆ ହସ୍ପିଟାଲ ଏ ସମ୍ପର୍କରେ ଏକ ସୂଚନା ପ୍ରଦାନ କରିଛନ୍ତି। କୁହାଯାଏ ଯେ ଅପରାହ୍ନ ସାଢେ ଦୁଇଟା ପରେ OPD ସୁବିଧା ପାଇଁ ପଞ୍ଜୀକରଣ ସୁବିଧା ଦିନ ସାଢେ ଗୋଟାଏରୁ ଆରମ୍ଭ ହେବ। ଏହା ବ୍ୟତୀତ ସଫଦରଜଙ୍ଗ ଏବଂ ଲେଡି ହାର୍ଡିଙ୍ଗ କେନ୍ଦ୍ରୀୟ ସରକାରୀ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ଅଧା ଦିନ ଛୁଟି ରହିବ।

ମଧ୍ୟପ୍ରଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟର ମଧ୍ୟ ଛୁଟି ରହିବ
ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବ ପାଳନ ପାଇଁ ୨୨ ଜାନୁଆରୀ ମଧ୍ୟପ୍ରଦେଶ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧା ଦିନ ଛୁଟି ରହିବ। ସମସ୍ତ ସରକାରୀ କାର୍ଯ୍ୟାଳୟ ଦ୍ୱିପ୍ରହର ସାଢେ ଦୁଇଟା ପର୍ଯ୍ୟନ୍ତ ବନ୍ଦ ରହିବ। ସେପଟେ କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ, ବିଭାଗକୁ ନିର୍ଦ୍ଦେଶ ଜାରି କରି ଅଯୋଧ୍ୟା ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ତମାମ ଦେଶରେ ପାଳନ କରାଯିବ। ଏହି ଉତ୍ସବରେ ସାମିଲ ହେବା ପାଇଁ ଅଧାଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ସରକାର। କେନ୍ଦ୍ରୀୟ ଅନୁଷ୍ଠାନ, ଔଦିଗକ ପ୍ରତିଷ୍ଠାନ ଆସନ୍ତାକାଲି ଦିନ ସାଢେ ଦୁଇଟା ପର୍ଯ୍ୟନ୍ତ ବନ୍ଦ ରହିବ। 

ଲୋକମାନଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ସମଗ୍ର ଦେଶରେ ଲୋକମାନେ ଦାବି କରିଆସୁଥିଲେ। ୨୨ ଜାନୁଆରୀରେ କେନ୍ଦ୍ର ସରକାର ପାଇଁ ଅଧାଦିନ ଛୁଟି ଘୋଷଣା କରିଛନ୍ତି। 

ଏହି ସବୁ ରାଜ୍ୟରେ ମଧ୍ୟ ଅଧାଦିନ ଛୁଟି ଘୋଷଣା
ହରିଆଣା: ହରିଆଣାରେ ସମସ୍ତ ସ୍କୁଲରେ ବନ୍ଦ ରହିବ।
ଉତ୍ତର ପ୍ରଦେଶ: ସମସ୍ତ ସ୍କୁଲ କଲେଜ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏପରିକି ମାଂସ ଓ ମଦ ଦୋକାନ ବନ୍ଦ କରିବାକୁ ମଧ୍ୟ ଘୋଷଣା ହୋଇଛି।
ଛତିଶଗଡ଼: ଛତିଶଗଡ଼ରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଛୁଟି ଘୋଷଣା ହୋଇଛି।
ଗୋଆ: ଗୋଆରେ ମଧ୍ୟ ସରକାରୀ ଛୁଟି ଘୋଷଣା କରାଯାଇଛି। ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିବ। 
ଓଡ଼ିଶା: ଓଡ଼ିଶାରେ ମଧ୍ୟ ଅଧାଦିନ ଛୁଟି ଘୋଷଣା କରାଯାଇଛି। 
ରାଜସ୍ଥାନ: ରାଜସ୍ଥାନ ସରକାର ମଧ୍ୟ ଅଧାଦିନ ଛୁଟି ଘୋଷଣା କରିଛନ୍ତି।
ଗୁଜୁରାଟ: ଗୁଜୁରାଟରେ ୨୨ ତାରିଖରେ ଅଧାଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। 

Read More
{}{}