Hindi News >>Home >>Odisha National-International

Bangladesh: ଢାକା ପୂଜା ମଣ୍ଡପ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କଲା ଭାରତ! ବାଂଲାଦେଶକୁ କହିଲା-'ହିନ୍ଦୁମାନଙ୍କ ସୁରକ୍ଷା ନିଶ୍ଚିତ କର'

Randhir Jaiswal on Bangladesh: ବାଂଲାଦେଶରେ ହିନ୍ଦୁ ଧାର୍ମିକ ସ୍ଥାନଗୁଡିକୁ ଟାର୍ଗେଟ କରାଯିବା ଘଟଣା ପରେ ଏହି ବୟାନ ଦିଆଯାଇଛି। ଶୁକ୍ରବାର ଦିନ ରାତିରେ ଢାକା ତନ୍ତିବାଜାର ଅଞ୍ଚଳରେ ଥିବା ଏକ ପୂଜା ମଣ୍ଡପକୁ ଆକ୍ରମଣ କରାଯାଇଥିଲା।  

Advertisement
Bangladesh Durga Puja Mandap Attack
Bangladesh Durga Puja Mandap Attack
Jagdish Barik|Updated: Oct 12, 2024, 05:02 PM IST
Share

Bangladesh Durga Puja Mandap Attack: ବାଂଲାଦେଶର ରାଜଧାନୀ ଢାକାରେ ଥିବା ପୂଜା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଓ ବାଂଲାଦେଶର ସାଥିରାସ୍ଥିତ ଜେଶୋରେଶ୍ୱରୀ କାଳୀ ମନ୍ଦିରରେ ଚୋରିକୁ ନେଇ ଭାରତ ଗୁରୁତର ଉଦ୍ବେଗ ପ୍ରକାଶ କରିଛି ଓ ଏହାକୁ ଘୃଣ୍ୟ କାର୍ଯ୍ୟ ବୋଲି କହିଛି। ବାଂଲାଦେଶ ସରକାରଙ୍କୁ ହିନ୍ଦୁ ତଥା ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ତଥା ସେମାନଙ୍କର ପୂଜାପାଠ ସ୍ଥାନର ରକ୍ଷା ନିଶ୍ଚିତ କରିବାକୁ ଭାରତ ଅନୁରୋଧ କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏକ ବୟାନରେ କହିଛନ୍ତି ଯେ, "ଆମେ ଢାକା, ତନ୍ତିବାଜରର ପୂଜା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଓ ସାଥୀରାର ଜେଶୋରେଶ୍ୱରୀ କାଳୀ ମନ୍ଦିରରେ ଚୋରି ଘଟଣାର ଗୁରୁତର ଉଦ୍ବେଗ ପ୍ରକାଶ କରିଛୁ। ଭାରତ ଏହି ଘଟଣାଗୁଡ଼ିକୁ ଏକ ଜାଣିଶୁଣି କରାଯିବା ଦର୍ଶାଇ ବାଂଲାଦେଶ ସରକାରଙ୍କୁ ହିନ୍ଦୁ, ସଂଖ୍ୟାଲଘୁ ତଥା ପୂଜାପାଠ ସ୍ଥାନଗୁଡିକର ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରିଛି।

ସେ ଆହୁରି ମଧ୍ୟ କହିଛନ୍ତି, "ଏଗୁଡିକ ନିନ୍ଦନୀୟ ଘଟଣା। ସେମାନେ ମନ୍ଦିର ଏବଂ ଦେବତାମାନଙ୍କୁ ଅପମାନିତ କରିବା ଏବଂ କ୍ଷତି ପହଞ୍ଚାଇବା ପାଇଁ ଏକ ବ୍ୟବସ୍ଥିତ ପଦ୍ଧତି ଅନୁସରଣ କରନ୍ତି, ଯାହାକୁ ଆମେ ଗତ କିଛି ଦିନ ହେବ ଦେଖି ଆସୁଛୁ।" ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ବୟାନ ପୁରୁଣା ଢାକା ର ତନ୍ତିବାଜର ଅଞ୍ଚଳର ଦୁର୍ଗା ପୂଜା ପେଣ୍ଡାଲ ଉପରେ 'କ୍ରୁଡ ବମ୍' ଫିଙ୍ଗିବା ଘଟଣା ପରେ ଆସିଛି। ବାଂଲାଦେଶ ଭିତ୍ତିକ ପ୍ରୋଟୋମାଲୋ ରିପୋର୍ଟ ଅନୁଯାୟୀ ଏହି ବୋମା ସାମାନ୍ୟ ଅଗ୍ନିକାଣ୍ଡ ଘଟାଇଥିଲା ଏବଂ ଏହି ଘଟଣାରେ କୌଣସି ମୃତାହତ ହୋଇନଥିଲେ।

ହିନ୍ଦୁ ତଥା ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ଆହ୍ୱାନ ଦେଇ ଜୈସୱାଲ କହିଛନ୍ତି ଯେ ବାଂଲାଦେଶ ସରକାରଙ୍କୁ ହିନ୍ଦୁ ତଥା ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ତଥା ସେମାନଙ୍କର ପୂଜାପାଠ ସ୍ଥାନ ବିଶେଷ ଭାବରେ ଏହି ଶୁଭ ପର୍ବ ସମୟରେ ନିରାପତ୍ତା ସୁନିଶ୍ଚିତ କରିବାକୁ ଆମେ ଆହ୍ୱାନ କରୁଛୁ।

ପ୍ରୋଥୋମାଲୋଙ୍କ ରିପୋର୍ଟ ଅନୁଯାୟୀ, ଏକ ଗ୍ଲାସ ବୋତଲରେ ପେଟ୍ରୋଲ ଭର୍ତ୍ତି କରି ତିଆରି ହୋଇଥିବା ଏକ ବୋମା ପୋଲିସ ଜବତ କରିଛି। ଏହି ଘଟଣା ଶୁକ୍ରବାର ଦିନ ପ୍ରାୟ ୭ଟା ସମୟରେ (ସ୍ଥାନୀୟ ସମୟ) ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, କିଛି ଯୁବକ ପୂଜା ମଣ୍ଡପ ନିକଟରେ ଥିବା ରାସ୍ତାରୁ ପେଣ୍ଡାଲ ଉପରକୁ ଲକ୍ଷ୍ୟ କରି ଏକ ବୋତଲ ଫିଙ୍ଗିଥିଲେ। ଯେତେବେଳେ ସ୍ୱେଚ୍ଛାସେବୀମାନେ ଆକ୍ରମଣକାରୀଙ୍କ ପିଛା କରିଥିଲେ, ସେମାନଙ୍କୁ ଛୁରୀରେ ମଧ୍ୟ ଆକ୍ରମଣ କରାଯାଇଥିଲା।

Read More
{}{}