Home >>Odisha National-International

Rs 1.28 lakh crore for telecom projects : ବଦଳିବ BSNLର ରୂପରେଖ : ଦୂରସଂଚାର ବିଭାଗ ପାଇଁ ୧.୨୮ କୋଟି ଟଙ୍କା ଆବଣ୍ଟନ

Budget earmarks Rs 1.28 lakh cr for telecom min : କେନ୍ଦ୍ରୀୟ ବଜେଟରେ ଚଳିତ ଥର ଦୂରସଂଚାର ପରିଯୋଜନା ଏବଂ ସରକାରୀ କମ୍ପାନି ପାଇଁ ୧.୨୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି।ମୋଟ ପ୍ରସ୍ତାବିତ ଆବଣ୍ଟନରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବିଏସଏନଏଲ୍ ଏମଟିଏନଏଲରେ ବିନିଯୋଗ କରାଯିବ ।

Advertisement
budget
budget
Zee Odisha Desk|Updated: Jul 24, 2024, 08:51 AM IST
Share

BSNL to get Rs 82,916 cr : କେନ୍ଦ୍ରୀୟ ବଜେଟରେ ଚଳିତ ଥର ଦୂରସଂଚାର ପରିଯୋଜନା ଏବଂ ସରକାରୀ କମ୍ପାନି ପାଇଁ ୧.୨୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି।ଏଥିରୁ ଅଧିକାଂଶ ରାଶି ସାର୍ବଜନୀନ କ୍ଷେତ୍ରର କମ୍ପାନି ବିଏସଏନଏଲ୍ ପାଇଁ ନିର୍ଦ୍ଧାରିତ କରାଯାଇଛି।ମୋଟ ପ୍ରସ୍ତାବିତ ଆବଣ୍ଟନରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବିଏସଏନଏଲ୍ ଏମଟିଏନଏଲରେ ବିନିଯୋଗ କରାଯିବ । ଏହା ସହିତ ଟେକ୍ନୋଲଜି ଅପଡେଟ୍ ଏବଂ ପୁନର୍ଗଠ ପାଇଁ ୮୨,୯୧୬ କୋଟି ଟଙ୍କା ନିବେଶ ପାଇଁ ରହିଛି।

ବଜେଟ୍ ଘୋଷଣା ଅନୁସାରେ, ଆନୁମାନିକ ଭାବରେ ୨୦୨୪-୨୫ ବର୍ଷରେ ଟେଲିକମ୍ ବିଭାଗ ପାଇଁ ୧,୨୮,୯୧୫.୪୩ କୋଟି ଟଙ୍କା (୧,୧୧,୯୧୫.୪୩ କୋଟି ଟଙ୍କା ୧୭,୦୦୦ କୋଟି ଟଙ୍କା ସାମିଲ ରହିଛି)। ୧୭ ହଜାର କୋଟି ଟଙ୍କାର ଅତିରିକ୍ତ ପ୍ରାବଧାନ ୟୁନିଭର୍ସଲ ସର୍ଭିସ୍ ଅବ୍ଲିଗେସନ ଫଣ୍ଡ ଅଧିନରେ ଉପଲବ୍ଧ ବଳକା ରାଶିକୁ ପୂରଣ କରାଯାଇଥାଏ ଏବଂ ଏହାକୁ ଦୂରସଂଚାର ସେବା ପ୍ରଦାନକାରୀକୁ କ୍ଷତିପୂରଣ, ଭାରତନେଟ୍ ଏବଂ ଅନୁସନ୍ଧାନ ଏବଂ ବିକାଶ ପରି ଯୋଜନା ମାନ କରାଯିବ ।

ବଜେଟରେ ଦୂରସଂଚାର ବିଭାଗର କର୍ମଚାରୀଙ୍କ ପେନସନ ଲାଭ ପାଇଁ  ୧୭,୫୧୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯେଉଁଥିରେ ବିଏସ୍ଏସ୍ଏଲ ଏବଂ ଏମ୍‌ଟିଏଏଲ କର୍ମଚାରୀ ସାମିଲ ଅଛନ୍ତି । ଆବଣ୍ଟନ ବ୍ୟତୀତ ସରକାର ଘରୋଇ ଦୂରସଂଚାର ଉପକରଣ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ବର୍ଷରେ ମଦରବୋର୍ଡ ବା (ପ୍ରିଣ୍ଟେଡ ସର୍କିଟ୍ ବୋର୍ଡ) ଉପରେ ଆମଦାନୀ ଶୁଳ୍କ ୫ ପ୍ରତିଶତ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

Read More
{}{}