Home >>Odisha National-International

New scheme NPS vatsalya : ପିଲା ମାନଙ୍କ ସୁଖମୟ ଭବିଷ୍ୟତ ପାଇଁ ଆରମ୍ଭ ହେବ ବାତ୍ସଲ୍ୟ ଯୋଜନା

What is NPS Vatsalya :- ବଜେଟ ଉପସ୍ଥାପନ ସମୟରେ ଏକାଧିକ ନୂତନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ।ସେଥି ମଧ୍ୟରୁ ଗୋଟିଏ ହେଉଛି ନ୍ୟାଶନାଲ ପେନସନ ସ୍କିମ (ଏନପିଏସ୍‌)' ମିଶନ ବାତ୍ସଲ୍ୟ' ଯୋଜନା।ପୁରା ପଢନ୍ତୁ...

Advertisement
NPS scheme
NPS scheme
Zee Odisha Desk|Updated: Jul 24, 2024, 06:40 AM IST
Share

Benefiting from the NPS scheme for minors : ଗତକାଲି (ମଙ୍ଗଳବାର)ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ବେଳେ ଏକାଧିକ ନୂତନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।ସେଥି ମଧ୍ୟରୁ ଗୋଟିଏ ହେଉଛି ନ୍ୟାଶନାଲ ପେନସନ ସ୍କିମ (ଏନପିଏସ୍‌)' ମିଶନ ବାତ୍ସଲ୍ୟ' ଯୋଜନା।

ବାତ୍ସଲ୍ୟ ଯୋଜନାର ଉଦ୍ଦେଶ୍ୟ ହେଉଛି, ଦେଶର ପିଲା ମାନଙ୍କ ପାଇଁ ସ୍ଥାୟୀ ଭିତିରେ ଏକ ସୁସ୍ଥ ଏବଂ ସୁଖମୟ ପିଲାଦିନ ସୁନିଶ୍ଚିତ କରିବା, ଏବଂ ପୂର୍ଣ୍ଣ ସାମର୍ଥ୍ୟକୁ ଆବିଷ୍କାର କରିବା ନିମନ୍ତେ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କୁ ସବୁ ପ୍ରକାର ଅଭିବୃଦ୍ଧି ନିମନ୍ତେ ସହାୟତା ପ୍ରଦାନ କରିବା ।ଛୋଟ ପିଲାଙ୍କ ଭବିଷ୍ୟତକୁ ଅଧିକ ସୁରକ୍ଷିତ କରିବା ପାଇଁ ଅର୍ଥମନ୍ତ୍ରୀ ଏପରି ଯୋଜନା ଘୋଷଣା କରିଛନ୍ତି। 

ଏହି ଯୋଜନାରେ ନାବାଳିକା/ନାବାଳକ ପିଲାଙ୍କ ପାଇଁ ସେମାନଙ୍କ ବାପା ମା’ କିମ୍ବା ଅଭିଭାବକମାନେ ଆର୍ଥିକ ସୁରକ୍ଷାର ବ୍ୟବସ୍ଥା କରିପାରିବେ।ମିଶନ ବାତ୍ସଲ୍ୟ ଅଧୀନରେ ଯେଉଁ ଉପାଦାନ ଗୁଡିକ ଅନ୍ତର୍ଭୁକ୍ତ ସେଗୁଡିକ ହେଉଛି, ଆଇନ୍‌ଗତ ସଂସ୍ଥା ଗୁଡିକର କାର୍ଯ୍ୟରେ ସଂସ୍କାର ଆଣିବା,ସେବା ବିତରଣ ସଂରଚନା ଗୁଡିକୁ ସୁଦୃଢ଼ କରିବା,ବଡ଼ ହେବା ପୂର୍ବରୁ ନିଜ ପିଲାଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଏନପିଏସ୍‌ ବାତ୍ସଲ୍ୟ ଯୋଜନା ଘୋଷଣା କରାଯାଇଛି। 

ବାପା ମା’ କିମ୍ବା ଅଭିଭାବକମାନେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ କ୍ଷମତା ଅନୁସାରେ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ,ଯାହାକି୧୮ ବର୍ଷ ହେବା ଯାଏ ସେମାନେ ଆର୍ଥିକ ଅନୁଦାନ ପ୍ରଦାନ କରିବେ।ପିଲାଟିକୁ  ୧୮ ବର୍ଷ ବୟସର ହୋଇଗଲା ପରେ ବାତ୍ସଲ୍ୟ ଆକାଉଣ୍ଟଟି ସାଧାରଣ ଏନପିଏସ ଆକାଉଣ୍ଟରେ ପରିଣତ ହୋଇଯିବ। ଯେତେବେଳେ ପିଲାଟିକୁ ୬୦ ବର୍ଷ ହେବ ତାକୁ ଉକ୍ତ ଟଙ୍କାର କିଛି ଅଂଶ ମିଳିବ।କଠିନ ପରିସ୍ଥିତି ଗୁଡିକରେ ଶିଶୁ ମାନଙ୍କର ପରିବାର ଆଧାରିତ ଓ  ଅଣ-ଆନୁଷ୍ଠାନିକ ଯତ୍ନକୁ ପ୍ରୋତ୍ସାହିତ କରିଥାଏ ।

 ସେହିପରି ପରବର୍ତ୍ତୀ ଅବସ୍ଥାରେ ମାସିକ ପେନସନ ମଧ୍ୟ ସେ ପାଇପାରିବେ। ଅତି କମରେ ୧ ହଜାର ଟଙ୍କା ଜମା କଲେ ଅଧିକ ଟଙ୍କା ପାଇପାରିବେ। ଅର୍ଥାତ୍ ଜମା ରାଶି ଉପରେ ବାର୍ଷିକ ୯ରୁ ୧୨% ସୁଧ ମିଳିଥାଏ। 

ତେବେ ଜନିରଖନ୍ତୁ ଏନପିଏସ୍‌ କ’ଣ?:-ଏନପିଏସ୍‌ ଗୋଟିଏ ଟିକସ ସେଭିଂ ସ୍କିମ। ଏହି ଯୋଜନାରେ ଜଣେ ୧୮ରୁ ୬୦ ବର୍ଷ ବୟସ ମଧ୍ୟରେ ବ୍ୟକ୍ତି ଜଣକ ଦେଶର ଯେକୌଣସି ବ୍ୟାଙ୍କରେ ନିଜର ଏନପିଏସ୍‌ ଆକାଉଣ୍ଟ ଖୋଲି ପାରିବେ। ୬୦ ବର୍ଷ ବୟସ ଯାଏ ତାଙ୍କୁ ନିଜର କ୍ଷମତା ଅନୁସାରେ ଟଙ୍କା ଜମା କରିବାକୁ ପଡ଼ିବ। ୬୦ ବର୍ଷ ହୋଇଗଲା ପରେ ଖାତାରେ ଥିବା ଗୋଟିଏ ସୀମିତ ପରିମାଣ ବ୍ୟକ୍ତିଙ୍କୁ ମିଳିବ।
ବାକି ଟଙ୍କା ପେନସନ ରୂପରେ ସରକାର ଦେବେ।

ବଜେଟରେ ବାତ୍ସଲ୍ୟ ଯୋଜନା ବ୍ୟତୀତ ଏନପିଏସ୍‌ ଯୋଗଦାନ ସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। କର୍ମ ସଂସ୍ଥାନର ଯୋଗଦାନ ସୀମାକୁ କର୍ମଚାରୀଙ୍କ ମୂଳ ଦରମାର ୧୦%ରୁ ୧୪%କୁ ବୃଦ୍ଧି କରାଯାଇଛି। ଏହି ସୀମା ଉଭୟ ଘରୋଇ ଓ ସରକାରୀ ସଂସ୍ଥାନ ପାଇଁ ପ୍ରଯୁଜ୍ୟ। କିନ୍ତୁ କେବଳ ନୂଆ ଟିକସ ବ୍ୟବସ୍ଥାରେ ଏହା ସମ୍ଭବ।

Read More
{}{}