Hindi News >>Home >>Odisha National-International

Budget Session 2025: ରାସ୍ତା ଦୁର୍ଘଟଣାରେ ବର୍ଷକୁ ଦେଢ ଲକ୍ଷ ଜୀବନ ହାନୀ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ବେପରୁଆ ଗାଡି ଚାଳନା, ଅସ୍ତବ୍ୟସ୍ତ ରାସ୍ତା ଓ ବିଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଏହାର ମୁଖ୍ୟ କାରଣ ହୋଇଛି। ଲୋକସଭାର ଆଜି ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ବର୍ଷକୁ ରାସ୍ତା ଦୁର୍ଘଟଣା ହେତୁ ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଥିବା କୁହାଯାଇଛି।

Advertisement
Budget Session 2025: ରାସ୍ତା ଦୁର୍ଘଟଣାରେ ବର୍ଷକୁ ଦେଢ ଲକ୍ଷ ଜୀବନ ହାନୀ
Prabhudatta Moharana|Updated: Feb 06, 2025, 12:39 PM IST
Share

Budget Session 2025: ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ବେପରୁଆ ଗାଡି ଚାଳନା, ଅସ୍ତବ୍ୟସ୍ତ ରାସ୍ତା ଓ ବିଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଏହାର ମୁଖ୍ୟ କାରଣ ହୋଇଛି। ଲୋକସଭାର ଆଜି ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ବର୍ଷକୁ ରାସ୍ତା ଦୁର୍ଘଟଣା ହେତୁ ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଥିବା କୁହାଯାଇଛି। ଏଥିରେ ସର୍ବାଧିକ ୨୫ ରୁ ୩୫ ବର୍ଷର ଯୁବଙ୍କ ଜୀବନ ଯାଇଛି। 

ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରି ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି, ୨୦୨୨ ମସିହାରେ ସମୁଦାୟ ୧୬୮୪୯୧ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରେ ୨୫ ରୁ ୩୫ ବର୍ଷ ବୟସର ୪୨୬୭୧ ଜଣ ସାମିଲ ଅଛନ୍ତି। ସେହିପରି ୨୦୨୧ ମସିହାରେ ୧୫୩୯୭୨ ଜଣ ପ୍ରାଣ ହରାଇଥିଲେ। ସେହିବର୍ଷ ୪୯୬୪୬ ଜଣ ୨୫ ରୁ ୩୫ ବର୍ଷର ଯୁବକ ପ୍ରାଣ ହରାଇଥିବା ସେ କହିଛନ୍ତି। 

କେଉଁ ରାଜ୍ୟରେ କେତେ ଦୁର୍ଘଟଣା ଏବଂ ପ୍ରାଣହାନୀ ଘଟିଛି ତାହାକର ବିବରଣୀ ଉପସ୍ଥାପନ କରି ମନ୍ତ୍ରୀ କହିଛନ୍ତି ଗତ ୨୦୧୮ ରୁ ୨୦୨୨ ମସିହା ବର୍ଷ ଭିତରେ 2,173,287 ଜଣଙ୍କର ପ୍ରାଣ ଯାଇଛି। ବର୍ଷକୁ ସାଢେ ୪ ଲକ୍ଷରୁ ଅଧିକ ଲୋକ ଦେଶରେ ସଡ଼କ ଦୁର୍ଘଟଣା ହେତୁ ପ୍ରାଣ ହରାଉଛନ୍ତି। ଓଡ଼ିଶା ୩୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଏକାଦଶ ସ୍ଥାନରେ ରହିଛି। ବର୍ଷକୁ ହାରାହାରି ୧୧ ହଜାରରୁ ଅଧିକ ଲୋକ ଏଠାରେ ପ୍ରାଣ ହରାଉଥିବା ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ପ୍ରତି ବର୍ଷ ସଡକ ଦୁର୍ଘଟଣା ସଂଖ୍ୟା ବଢୁଥିବା ଏହି ବିବରଣୀରେ ଦର୍ଶାଯାଇଛି। ୨୦୧୮ ମସିହାରେ ରାଜ୍ୟରେ ୫୩୧୫ଟି ସଡକ ଦୁର୍ଘଟଣା ବିଭିନ୍ନ ରାଜପଥରେ ଘଟିଥିଲା। ୨୦୧୯ ମସିହାରେ ରାଜପଥରେ ସମୁଦାୟ ସଡ଼କ ଦୁର୍ଘଟଣା ସଂଖ୍ୟା ୫୩୩୩ ଥିବା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ୪୭୩୮, ୨୦୨୧ରେ ୫୦୮୧ ଥିବା ବେଳେ ୨୦୨୨ରେ ୫୪୬୭ଟି ଦୁର୍ଘଟଣାରେ ରାଜ୍ୟରେ ଘଟିଥିବା। 

Read More
{}{}