Hindi News >>Home >>Odisha National-International

Budget session: ୩୧ରୁ ବଜେଟ୍‍ ଅଧିବେଶନ, ଏପ୍ରିଲ-୪ ଯାଏ ଚାଲିବ

ସୂଚନା ଅନୁସାରେ ବଜେଟ୍‍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ୩୧ ଜାନୁୟାରରେ ଆରମ୍ଭ ହେବ। ଏହା ୧୩ ଫେବୃୟାରୀ ଯାଏ ଚାଲିବ। ଏହାପରେ ବଜେଟ୍‍ ବାବଦରେ ବିଭିନ୍ନ କମିଟିରେ ଆଲୋଚନା ତଥା ସାଂସଦଙ୍କ ଅଧିକ ତର୍ଜମା ଲାଗି ୨୪ ଦିନ ଗୃହ କାର୍ଯ୍ୟକୁ ମୁଲତବୀ ରଖାଯିବ।

Advertisement
Budget session: ୩୧ରୁ ବଜେଟ୍‍ ଅଧିବେଶନ, ଏପ୍ରିଲ-୪ ଯାଏ ଚାଲିବ
Soubhagya Ranjan Mishra|Updated: Jan 17, 2025, 06:47 PM IST
Share

ଭୁବନେଶ୍ୱର: ସଂସଦର ବଜେଟ୍‍ ଅଧିବେଶନ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଯୁଗ୍ମ ଅଧିବେଶନ ଅନୁଷ୍ଠିତ ହେବ। ଏହିଦିନ ରାଷ୍ଟ୍ରପତି ଦୁଇ ସଦନର ସଦସ୍ୟଙ୍କୁ ମିଳିତ ଭାବେ ସମ୍ବୋଧିତ କରିବେ। ଏହା ପରେ ଫେବୃୟାରୀ ୧ ତାରିଖ ଦିନ ବଜେଟ୍‍ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି।

ଏହି ସୂଚନା ଅନୁସାରେ ବଜେଟ୍‍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ୩୧ ଜାନୁୟାରରେ ଆରମ୍ଭ ହେବ। ଏହା ୧୩ ଫେବୃୟାରୀ ଯାଏ ଚାଲିବ। ଏହାପରେ ବଜେଟ୍‍ ବାବଦରେ ବିଭିନ୍ନ କମିଟିରେ ଆଲୋଚନା ତଥା ସାଂସଦଙ୍କ ଅଧିକ ତର୍ଜମା ଲାଗି ୨୪ ଦିନ ଗୃହ କାର୍ଯ୍ୟକୁ ମୁଲତବୀ ରଖାଯିବ। ଏହାପରେ ୧୦ ମାର୍ଚ୍ଚରେ ଗୃହ କାର୍ଯ୍ୟ ପୁଣିଥରେ ଆରମ୍ଭ କରାଯିବ। ଏହି ସମୟରେ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ସହ କେନ୍ଦ୍ର ସରକାର ମଧ୍ୟ ପୂର୍ବ ଅଧିବେଶନରେ ଆସିପାରି ନଥିବା ବିଭିନ୍ନ ବିଧେୟକକୁ ଉପସ୍ଥାପନ କରିପାରନ୍ତି। ପୁଣି ଏକ ଦେଶ ଏକ ନିର୍ବାଚନ, ଓ୍ୱାକଫ୍‍ ବୋର୍ଡ ଗଠନ ସଂଶୋଧନ ବିଧେୟକ ପ୍ରଭୃତି ଯୁଗ୍ମ ସଂସଦୀୟ କମିଟିରେ  ବିଚାରଧୀନ ରହିଛି।

ଅନ୍ୟ ପକ୍ଷେ ଆର୍ଥିକ ବର୍ଷ ଶେଷ ହେଉଥିବାରୁ ବିଭିନ୍ନ ମନ୍ତ୍ରଣାଳୟ, ସରକାରୀ ଉଦ୍ୟୋଗର ବାର୍ଷିକ ରିପୋର୍ଟକୁ ମଧ୍ୟ  ଗୃହରେ ଉପସ୍ଥାପନ କରାଯାଇପାରେ।

Also Read- ସିଙ୍ଗାପୁର ସହ ୮ଟି ବିଷୟରେ ନିବେଶ ପାଇଁ ବୁଝାମଣା ସ୍ୱାକ୍ଷର

Also Read- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ, ୮୦୦ ଜଣ ଗଲେ ସିରିଡି ଓ ନାସିକ

Read More
{}{}