Hindi News >>Home >>Odisha National-International

Delhi excise policy case : ଅବକାରୀ ନୀତି ମାମଲାରେ ସିବିଆଇର ଆକ୍ସନ; କେଜ୍ରିଓ୍ବାଲଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ

CBI files charge sheet against delhi CM : ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସିବିଆଇ ଆକ୍ସନକୁ ସ୍ପିଡ୍-ଅପ୍ କରିଛି। ସୋମବାର କେଜ୍ରିୱାଲଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏକ ୨୦୦ ପୃଷ୍ଠାର ଚର୍ଜସିଟ୍‌ ଦାଖଲ କରିଛି।

Advertisement
Arvind Kejriwal
Arvind Kejriwal
Zee Odisha Desk|Updated: Jul 29, 2024, 06:13 PM IST
Share

CBI files charge sheet against delhi CM : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସିବିଆଇ ଆକ୍ସନକୁ ସ୍ପିଡ୍-ଅପ୍ କରିଛି ।ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏକ ଚର୍ଜସିଟ୍‌ ଦାଖଲ କରିଛି। 

 କେଜ୍ରିଓ୍ୱାଲଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଥିବାବେଳେ ସିବିଆଇ ଏହି ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ କେଜ୍ରିଓ୍ୱାଲଙ୍କୁ ସିବିଆଇ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି। ଏଜେନ୍ସି କହିଛି ଯେ ଆପ୍‌ ପୂର୍ବତନ ମିଡିଆ ଦାୟିତ୍ୱରେ ଥିବା ତଥା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଜୟ ନାୟାର ଅନେକ ମଦ ଉତ୍ପାଦକ ଏବଂ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିଲେ।

ପ୍ରକାଶ ଥାଉଯେ, କେଜ୍ରିୱାଲଙ୍କୁ ଜୁନ୍ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା। ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨୧ ତାରିଖରେ ସମାନ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା ।ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ସିବିଆଇ ତାଙ୍କୁ ସମ୍ପୃକ୍ତ ମାମଲାରେ ଜୁନ୍‌ ୨୬ରେ ଗିରଫ କରିଥିବାରୁ ସେ ଜେଲରେ ଅଛନ୍ତି। ଇଡି ମାମଲାରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍ ମିଳିଛି । 

ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଇଡି ଚାର୍ଜ ସିଟ୍‌ରେ କୁହାଯାଇଛି। ଆମ୍ ଆଦମୀ ପାର୍ଟି ଏଥିପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଆକାରରେ ନେଇଥିବା ଉଲ୍ଲେଖ ରହିଛି । ସିବିଆଇ, ଆପ୍ ମୁଖ୍ୟଙ୍କୁ ରିମାଣ୍ଡରେ ନେବା ବେଳେ କହିଥିଲା, କେଜ୍ରିଓ୍ବାଲ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବିଜୟ ନାୟର, ମଦ ବ୍ୟବସା ବସାୟୀଙ୍କ ସମ୍ପର୍କରେ ଥିଲେ । ଅବକାରୀ ନୀତିରେ ପରିବର୍ତ୍ତନ କରି ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇଛନ୍ତି ।

Read More
{}{}