Home >>Odisha National-International

All party meeting: ୨୫ରୁ ସଂସଦ, ସରକାର ଡାକିଲେ ସର୍ବଦଳୀୟ ବୈଠକ

All party meeting: ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଆସନ୍ତା ୨୫ ତାରିଖରୁ ସଂସଦର ଉଭୟ ଗୃହର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୨୦ ତାରିଖ ଯାଏ ଚାଲିବ। ଏହି ସମୟରେ ସମ୍ବିଧାନ ଦିବସ ପାଳନ କରାଯିବ। ନଭେମ୍ବର ୨୫ ତାରିଖରେ ଏହି ଦିବସକୁ ପୁରୁଣା ସଂସଦ ଭବନ ତଥା ସମ୍ବିଧାନ ଭବନଠାରେ ପଳନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି  ସମୟରେ କୌଣସି ଅଧିବେଶନ ବୈଠକ ରହିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

Advertisement
All party meeting: ୨୫ରୁ ସଂସଦ, ସରକାର ଡାକିଲେ ସର୍ବଦଳୀୟ ବୈଠକ
Priyambada Rana|Updated: Nov 20, 2024, 06:54 PM IST
Share
All party meetin: ଆସନ୍ତା ୨୪ ତାରିଖରେ ସଂସଦୀୟ ବ୍ୟାପର ମନ୍ତ୍ରୀ କିରେନ୍‍ ରିଜିଜ୍ଜୁ ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି। ଏହି ବୈଠକରେ ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ ବିଭିନ୍ନ ଦଳର ନେତାଙ୍କୁ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି। ସଂସଦ ଭବନର ଆନ୍ନେକ୍ସି କୋଠାରେ ଥିବା ମୁଖ୍ୟ କମିଟି ରୁମରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଅଧ୍ୟକ୍ଷତା କରିବେ ବୋଲି କହିଛନ୍ତି ଶ୍ରୀ ରିଜ୍ଜିଜୁ।
 
ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଆସନ୍ତା ୨୫ ତାରିଖରୁ ସଂସଦର ଉଭୟ ଗୃହର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୨୦ ତାରିଖ ଯାଏ ଚାଲିବ। ଏହି ସମୟରେ ସମ୍ବିଧାନ ଦିବସ ପାଳନ କରାଯିବ। ନଭେମ୍ବର ୨୫ ତାରିଖରେ ଏହି ଦିବସକୁ ପୁରୁଣା ସଂସଦ ଭବନ ତଥା ସମ୍ବିଧାନ ଭବନଠାରେ ପଳନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି  ସମୟରେ କୌଣସି ଅଧିବେଶନ ବୈଠକ ରହିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 
 
ଏଥର ସଂସଦ  ଅଧିବେଶନରେ ସରକାରୀ ବିଧେୟକ ଓ ଜରୁରୀ କାଳୀନ ପ୍ରସ୍ତାବଗୁଡ଼ିକ କିପରି ସୁରୁଖୁରୁରେ ପାରିତ କରାଯିବ ତାହାକୁ ନେଇ ସରକାର ବିରୋଧୀ ଦଳ ସହ ଆଲୋଚନା କରିବେ। ହେଲେ ଏଥର ଏକ ଦେଶ ଏକ ନିର୍ବାଚନ, ଓ୍ୱାକଫ୍‍ ବୋର୍ଡ ଆଇନର ସଂଶୋଧନ ଭଳି ଅନେକ ପ୍ରସ୍ତାବକୁ ସରକାରଙ୍କ ପକ୍ଷରୁ କୁହରେ ବିଧେୟକ ଆକାରରେ ଉପସ୍ଥାପନ କରାଯିବା କାର୍ଯ୍ରକ୍ରମ ରହିଛି। ଏଣୁ ଶୀତ କାଳୀନ ଅଧିବେଶନ ବେଶ ସରଗରମ ହେବାର ସମ୍ଭାବନା ରହିଛି।
Read More
{}{}