Hindi News >>Home >>Odisha National-International

Ceo Suchana Seth: ନୃଶଂସତା ଟପିଥିଲେ ସୂଚନା ! ପୋଷ୍ଟମର୍ଟମ ରିପୋର୍ଟ ବଖାଣିଲା କୁନିପୁଅ ହତ୍ୟାର କାହାଣୀ

Ceo Suchana Seth: କ୍ୟାବ ଡ୍ରାଇଭରର ସୂଚନାନୁଯାୟୀ, ଲଗେଜ ରଖିବା ସମୟରେ ତାଙ୍କୁ କିଛି ସନ୍ଦେହ ହୋଇଥିଲା। କାରଣ ବ୍ୟାଗ୍ ଟି ଅସ୍ୱାଭାବିକ ଭାବେ ଓଜନ ଥିଲା । ଏହାସହ ଗୋଆରୁ ଡାଇରେକ୍ଟ କ୍ୟାବ୍ ବୁକ୍ କରିବା ମଧ୍ୟ ସନ୍ଦେହ ଆଣିଥିଲା । ଯାହାର ଭଡ଼ା ପାଖାପାଖି ୩୦ ହଜାର ଟଙ୍କା ରେକର୍ଡ ହୋଇଥିଲା ବୋଲି କ୍ୟାବ୍ ଡ୍ରାଇଭର କହିଥିଲେ।   

Advertisement
Ceo Suchana Seth: ନୃଶଂସତା ଟପିଥିଲେ ସୂଚନା ! ପୋଷ୍ଟମର୍ଟମ ରିପୋର୍ଟ ବଖାଣିଲା କୁନିପୁଅ ହତ୍ୟାର କାହାଣୀ
Rasmita Sahoo|Updated: Jan 10, 2024, 04:26 PM IST
Share

Ceo Suchana Seth: ପାରିବାରିକ ବିବାଦ କେତେ ଯେ, ଭୟଙ୍କର ତାହା ସିଇଓ ସୂଚନା ସେଠ କରିଥିବା ହତ୍ୟା ଆଜି ବଖାଣୁଛି। ସାରା ଦେଶରେ ଏବେ କେବଳ ଗୋଟିଏ ଚର୍ଚ୍ଚା ଯେ, ଯେଉଁ ମା ଦଶମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେଲା ସେହି ମା'ର ହାତ କେମିତି ଗଲା ନିଜ ୪ ବର୍ଷର ନିଷ୍ପାପ ଶିଶୁର ହତ୍ୟା କରିବାକୁ । ପୂରା ଘଟଣା ଜାଣିଲେ ଆପଣ ବି ଆଶ୍ଟର୍ଯ୍ୟ ହେବେ। ବେଙ୍ଗାଲୁରୁରୁ ହୋଇଥିଲା ଶିଶୁପୁତ୍ରକୁ ମାରିବାକୁ ଖୁବ ଭୟଙ୍କର ଷଡ଼ଯନ୍ତ୍ର । ପ୍ରଥମେ ବେଙ୍ଗାଲୁରୁ ରୁ ଫ୍ଲାଇଟ ଧରି ମା ପୁଅ ଗୋଆରେ ପହଞ୍ଚିଥିଲେ । ପୂର୍ବରୁ ବୁକିଂ କରିଥିବା ହୋଟେଲରେ ରହିଥିଲେ ସୂଚନା ଓ ତାଙ୍କ ଶିଶୁ ପୁତ୍ର । ଦୁଇ ରୁ ତିନିଦିନ ବୁଲାବୁଲି କରିବା ପରେ ଶେଷରେ ନିଜ ଜନ୍ମକଲା ପୁଅର ହତ୍ୟା କରିଥିଲେ ସିଇଓ ସୂଚନା ସେଠ୍ । 

କେମିତି କରିଥିଲେ ହତ୍ୟା?
ବେଙ୍ଗାଲୁରୁରୁ ବୁଲିବା ବାହାନାରେ ଗୋଆ ଆସିଥିଲେ ସୂଚନା ସେଠ୍ (Ceo Suchana Seth News)। ହତ୍ୟା କରିବା ଦିନ ପୁଅକୁ ଧରି ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ ସୂଚନା। ପରେ ରାତିରେ ପ୍ରଥମେ କୁନି ପୁଅକୁ ଦୁଇ ବୋତଲ କପ୍ ସିରଫ ପିଆଇ ଦେଇଥିଲେ। ପରେ ୪ ବର୍ଷର ଶିଶୁ ପୁତ୍ର ନିଘୋଡ଼ ନିଦରେ ଶୋଇଯିବା ପରେ ତକିଆ ଚାପି ହତ୍ୟା କରିଥିଲେ ସୂଚନା । ପରେ କୁନିପୁଅର ମର ଶରୀରକୁ ଏକ ସୁଟକେସରେ ପୂରାଇ ଦେଇଥିଲେ ସୂଚନା । ସେହି ସୁଟକେସ ଧରି ଗୋଆରୁ ଡାଇରେକ୍ଟ ବେଙ୍ଗାଲୁରୁ ଯିବାକୁ କ୍ୟାବ୍ ବୁକ କରିଥିଲେ ସୂଚନା। କ୍ୟାବ ଡ୍ରାଇଭରର ସୂଚନାନୁଯାୟୀ, ଲଗେଜ ରଖିବା ସମୟରେ ତାଙ୍କୁ କିଛି ସନ୍ଦେହ ହୋଇଥିଲା। କାରଣ ବ୍ୟାଗ୍ ଟି ଅସ୍ୱାଭାବିକ ଭାବେ ଓଜନ ଥିଲା । ଏହାସହ ଗୋଆରୁ ଡାଇରେକ୍ଟ କ୍ୟାବ୍ ବୁକ୍ କରିବା ମଧ୍ୟ ସନ୍ଦେହ ଆଣିଥିଲା । ଯାହାର ଭଡ଼ା ପାଖାପାଖି ୩୦ ହଜାର ଟଙ୍କା ରେକର୍ଡ ହୋଇଥିଲା ବୋଲି କ୍ୟାବ୍ ଡ୍ରାଇଭର କହିଥିଲେ। 

୬ଦିନିଆ ରିମାଣ୍ଡରେ ସୂଚନା
ହତ୍ୟା ପରେ ଚେକ୍ ଆଉଟ (Hotel Check Out) କରି ବାହାରିଯାଇଥିଲେ ସୂଚନା । ସଫେଇ ବେଳେ ହୋଟେଲ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ପରେ ସୂଚନାଙ୍କୁ ଗିରଫ କରିବା ପରେ ଗୋଟି ଗୋଟି କରି ସତ ପଦାକୁ ଆସିଥିଲା। କୁନି ପୁଅର ଅନ୍ତ୍ୟେଷ୍ଟି ଶେଷ ହୋଇଥିବା ବେଳେ ରାକ୍ଷସୀ ମାକୁ ୬ ଦିନିଆ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା ଜାରି ରଖିଛି। କେବଳ ଏତିକି ନୁହେଁ, ସୂଚନାଙ୍କ କହିବା କଥା ନିଜ ପୁଅକୁ ହତ୍ୟା କରିବା ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ହେଲେ ତାହା ସଫଳ ହୋଇନଥିଲା । ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ (Goa Police) ସୂଚନାଙ୍କୁ ନିଜ ହେପାଜତକୁ ନେଇଥିବା ବେଳେ ସୂଚନାଙ୍କ ବାମ ହାତରେ ବ୍ୟାଣ୍ଡେଜ ପଡିଛି। ଅନ୍ୟପଟେ ଏହି ୬ ଦିନିଆ ରିମାଣ୍ଡରେ କଣ ସତ କହିବେ ସୂଚନା ତାହା ଉପରେ ସମସ୍ତଙ୍କ ନଜର ରହିଛି। 

ସ୍ୱାମୀ ଉପର ରାଗ ଭୋଗିଲା ପୁଅ !
ପଶ୍ଚିମବଙ୍ଗ ନିବାସୀ ସୂଚନା ସେଠ୍ କେରଳରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ୨୦୧୦ ମସିହାରେ ବିବାହ କରିଥିଲେ। ବିବାହର ୯ ବର୍ଷ ପରେ ଅର୍ଥାତ୍ ୨୦୧୯ ରେ ଦୁହିଁଙ୍କର ଏକ ପୁଅ ଜନ୍ମ ହେଲା । ଆଗାମୀ ବର୍ଷ ଅର୍ଥାତ୍ ୨୦୨୦ ରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜି ଶେଷରେ ବିବାହ ବିଚ୍ଛେଦ ହୋଇଥିଲା । କୋର୍ଟ ଏହି ମାମଲାର ରାୟ ଶୁଣାଇ କହିଥିଲେ ଯେ, ବାପା ପ୍ରତି ରବିବାର ନିଜ ପୁତ୍ର ସନ୍ତାନକୁ ଦେଖା ସାକ୍ଷାତ କରିପାରିବେ। ହେଲେ ଏହି ରାୟକୁ ପସନ୍ଦ କରୁନଥିଲେ ସୂଚନା ସେଠ୍ (Ceo Suchana Seth) । କୋର୍ଟଙ୍କ ଏହି ରାୟ ପରେ ସୂଚନା ମାନସିକ ଚିନ୍ତାରେ ରହିବାକୁ ଲାଗିଲେ। କେମିତି ନିଜ ପୁଅକୁ ସ୍ୱାମୀ ନଭେଟନ୍ତୁ ସେ ନେଇ ବିଭିନ୍ନ ପ୍ରକାରର କାହାଣୀ ରଚିଲେ ହେଲେ ସବୁଥିରେ ଫେଲ୍ ହୋଇଥିଲେ ସୂଚନା । ପରେ ସୂଚନା ଏହି ଭୟଙ୍କର ଷଡଯନ୍ତ୍ର ରଚିଥିଲେ। ଗୋଆକୁ ଆସି ଶେଷରେ ହତ୍ୟା କରିଥିଲେ ନିଜ ଜନ୍ମିତ ପୁଅକୁ ।  

Also Read: 

Ceo Suchana Seth: ପୁଅକୁ ହତ୍ୟା କରି ରକ୍ତଦାଗକୁ ମା' କହିଲା ପିରିୟଡ ବ୍ଲଡଷ୍ଟେନ, କାବା ହେଲା ପୋଲିସ

Read More
{}{}