Home >>Odisha National-International

Cyclone Fengal: ଆଉ କିଛି ସମୟ ପରେ ବାତ୍ୟା 'ଫେଙ୍ଗଲ'ର ଲ୍ୟାଣ୍ଡଫଲ ପ୍ରକ୍ରିୟା, ବିମାନ ବନ୍ଦର ବନ୍ଦ

Cyclone Fengal: ବିମାନବନ୍ଦରରେ ସମସ୍ତ ଆଗମନ ଓ ପ୍ରସ୍ଥାନ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ପାଣିପାଗରେ ସୁଧାର ଆସିବା ପରେ ବିମାନ ଚଳାଚଳ ଆରମ୍ଭ ହେବ ଏବଂ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଆଜି ରାତିରେ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।  

Advertisement
Cyclone Fengal: ଆଉ କିଛି ସମୟ ପରେ ବାତ୍ୟା 'ଫେଙ୍ଗଲ'ର ଲ୍ୟାଣ୍ଡଫଲ ପ୍ରକ୍ରିୟା, ବିମାନ ବନ୍ଦର ବନ୍ଦ
Rashmita Sahoo|Updated: Nov 30, 2024, 07:17 PM IST
Share

Cyclone Fengal: ସାମୁଦ୍ରିକ ଝଡ଼ ଫେଙ୍ଗଲ ପୂର୍ବରୁ ତାମିଲନାଡୁ, ପୁଦୁଚେରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ବହିବାରେ ଲାଗିଛି। ଯେଉଁଥିପାଇଁ ଚେନ୍ନାଇ ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ଏଠାକୁ ଆସୁଥିବା ବହୁ ସଂଖ୍ୟକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଗାମୀ କିଛି ଦିନ ପାଇଁ ବିମାନ ଚଳାଚଳ ବନ୍ଦ ରହିବ ବୋଲି ବିଭିନ୍ନ ଏୟାରଲାଇନ୍ସ ସୋସିଆଲ ମିଡିଆରେ ଲୋକଙ୍କୁ ସୂଚନା ଦେଇଛନ୍ତି।

ଖରାପ ପାଗ ଏବଂ ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇକୁ ବିମାନ ଚଳାଚଳ ପ୍ରଭାବିତ ହେବ ବୋଲି ଏୟାର ଇଣ୍ଡିଆ ତା'ର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ କହିଛି। ଚେନ୍ନାଇ, ତିରୁଚିରାପଲ୍ଲୀ, ତୁତିକୋରିନ, ମଦୁରାଇ, ତିରୁପତି ଓ ବିଶାଖାପାଟଣା ସମେତ ଅନେକ ସହରକୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି ବୋଲି ଇଣ୍ଡିଗୋ ପକ୍ଷରୁ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି।

 

ପାଗ ଠିକ୍ ରହିବା ପରେ ହିଁ ବିମାନ ଚଳାଚଳ କରିବ
ସେହିପରି ଚେନ୍ନାଇ ବିମାନବନ୍ଦରର ଏକ୍ସ ହ୍ୟାଣ୍ଡେଲ ପକ୍ଷରୁ କୁହାଯାଇଛି ଯେ ବିମାନବନ୍ଦରରେ ସମସ୍ତ ଆଗମନ ଓ ପ୍ରସ୍ଥାନ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ପାଣିପାଗରେ ସୁଧାର ଆସିବା ପରେ ବିମାନ ଚଳାଚଳ ଆରମ୍ଭ ହେବ ଏବଂ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଆଜି ରାତିରେ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।

ଲୋକଙ୍କ ପାଇଁ ରିଲିଫ୍ କ୍ୟାମ୍ପ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ବାତ୍ୟା କୁ ଦୃଷ୍ଟିରେ ରଖି ରାଜ୍ୟର ବ୍ୟବସ୍ଥା ଏବଂ ସତର୍କତାମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ତାମିଲନାଡୁ ସରକାର ଲଗାତାର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ସେନା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କ ରହିବା ପାଇଁ ସହରରେ ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକ ଉପରେ ନିରନ୍ତର ନଜର ରଖାଯାଉଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

Also Read: Weekly Financial Horoscope: ଆକସ୍ମିକ ଧନଲାଭର ଯୋଗ, ୨ରୁ ୮ ଡିସେମ୍ବର ଚମକିବ ଏହିସବୁ ରାଶିର ଭାଗ୍ୟ

Also Read: Archana Nag: ଭାଇରାଲ ହେଲା ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ଙ୍କ ଏହି ସବୁ ଫଟୋ

Read More
{}{}