ନୂଆଦିଲ୍ଲୀ: ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ "Exploring Society: India and Beyond" ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)
ଏହା କିଛି ସମ୍ବାଦ ରିପୋର୍ଟକୁ ସନ୍ଦର୍ଭରେ କୁହାଯାଇଛି ଯେଉଁଠାରେ ଉଲ୍ଲେଖ କରାଯାଇଛି ଯେ, ସମ୍ପ୍ରତି ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ "ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିଓଣ୍ଡ' ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନର ଉଲ୍ଲେଖକୁ ହଟାଇ ଦିଆଯାଇଛି।
ଏହା ସ୍ପଷ୍ଟ କରାଯାଇଛି ଯେ, ଉକ୍ତ ପାଠ୍ୟ ପୁସ୍ତକଟି ଏହି ପାଠ୍ୟପୁସ୍ତକର ପ୍ରଥମ ଖଣ୍ଡ। ଦ୍ୱିତୀୟ ଖଣ୍ଡ ବିକାଶର ଅନ୍ତିମ ପର୍ଯ୍ୟାୟରେ ଅଛି । ଦ୍ୱିତୀୟ ଖଣ୍ଡଟି ସେପ୍ଟେମ୍ବର-ଅକ୍ଟୋବର ୨୦୨୫ ରେ ପ୍ରକାଶିତ ହେବାର ଆଶା କରାଯାଉଛି। ଏହି ଖଣ୍ଡରେ ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ/ସଶସ୍ତ୍ର ବିଦ୍ରୋହ ଯେପରିକି ପାଇକ ବିଦ୍ରୋହ/ଖୋର୍ଦ୍ଧା ବିଦ୍ରୋହ, ପଞ୍ଜାବରେ କୁକା ଆନ୍ଦୋଳନ/ଶିଖ ବିଦ୍ରୋହ ଇତ୍ୟାଦି ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ହେବ।
Also Read- Coconut Oil Benefits: ଚର୍ମ ଏବଂ କେଶ ପାଇଁ ବଡ଼ ଲାଭଦାୟକ ନଡିଆ ତେଲ, ଏମିତି କରନ୍ତୁ ବ୍ୟବହାର