Hindi News >>Home >>Odisha National-International

Samosa: ସିଙ୍ଗଡ଼ାରୁ ବାହାରିଲା କଣ୍ଡୋମ; ୫ ଜଣଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କଣ୍ଡୋମ, ଧୂଳି, ତମ୍ବାଖୁ, ଗୁଟଖା ଇତ୍ୟାଦି ଏଠାରେ ପିମ୍ପିରି-ଚିଞ୍ଚୱାଡର ଏକ ପ୍ରତିଷ୍ଠିତ ଅଟୋମୋବାଇଲ କମ୍ପାନୀର କ୍ୟାଣ୍ଟିନରେ ପରଷା ଯାଇଥିବା ସିଙ୍ଗଡ଼ାରୁ ମିଳିଥିବା ଜଣାଯାଇଛି। ସୋମବାର ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ପୋଲିସ ପାଞ୍ଚ ଜଣଙ୍କ

Advertisement
Samosa: ସିଙ୍ଗଡ଼ାରୁ ବାହାରିଲା କଣ୍ଡୋମ; ୫ ଜଣଙ୍କ ବିରୋଧରେ ମାମଲା ରୁଜୁ
Zee Odisha Desk|Updated: Apr 09, 2024, 09:56 AM IST
Share

Samosa: ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କଣ୍ଡୋମ, ଧୂଳି, ତମ୍ବାଖୁ, ଗୁଟଖା ଇତ୍ୟାଦି ଏଠାରେ ପିମ୍ପିରି-ଚିଞ୍ଚୱାଡର ଏକ ପ୍ରତିଷ୍ଠିତ ଅଟୋମୋବାଇଲ କମ୍ପାନୀର କ୍ୟାଣ୍ଟିନରେ ପରଷା ଯାଇଥିବା ସିଙ୍ଗଡ଼ାରୁ ମିଳିଥିବା ଜଣାଯାଇଛି। ସୋମବାର ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ପୋଲିସ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଜଣେ ନୂତନ କଣ୍ଟ୍ରାକ୍ଟରଙ୍କଠାରୁ କ୍ୟାଟରିଂ ଚୁକ୍ତି ପାଇବା ପାଇଁ ଜଣେ ବ୍ୟବସାୟୀ ଏହି ଭୟଙ୍କର ଯୋଜନା କରିଥିବା ଜଣାପଡ଼ିଛି। କୁହାଯାଉଛି ଯେ କ୍ୟାଣ୍ଟିନ ଚୁକ୍ତିନାମା ବାତିଲ ହେତୁ ଅଭିଯୁକ୍ତ ରହୀମ ଶେଖ ରାଗ ରଖିବା ସହିତ କ୍ଷୋଭରେ ରହିଥିଲେ। କାଟାଲାଇଷ୍ଟ ସର୍ଭିସ ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ ଅଟୋମୋବାଇଲ୍ ଫାର୍ମ ଅନୁଯାୟୀ, ସିଙ୍ଗଡ଼ା ପାଇଁ ଚୁକ୍ତିନାମା SRS ଏଣ୍ଟରପ୍ରାଇଜେସ୍ ନାମକ ଏକ କମ୍ପାନୀକୁ ଦିଆଯାଇଥିଲା। ତେବେ ଏହି କମ୍ପାନୀ ଦେଉଥିବା ସିଙ୍ଗଡ଼ା ମଧ୍ୟରୁ ପୂର୍ବରୁ ଏକ ବ୍ୟାଣ୍ଡେଜ ବାହାରିଥିବା ମଧ୍ୟ ଜଣାପଡ଼ିଛି। 

କଣ ରହିଛି ପୂରା ମାମଲା
ଏହା ପରେ ଅନ୍ୟ ଏକ କମ୍ପାନୀ ମନୋହର ଏଣ୍ଟରପ୍ରାଇଜେସକୁ ଚୁକ୍ତି ଦିଆଯାଇଥିଲା। ରହୀମ ଶେଖ ଅନ୍ୟ କମ୍ପାନୀକୁ ଚୁକ୍ତିନାମା ଦେଇ ରାଗି ଯାଇଥିଲେ, ଏହା ପରେ ସେ ଏକ ଷଡଯନ୍ତ୍ର କରିଥିଲେ ଯାହା ଦ୍ୱାରା ସେ କମ୍ପାନୀର ମାଲିକଙ୍କଠାରୁ ପ୍ରତିଶୋଧ ନେଇ ପାରିବେ। ଏହା ପରେ ରହୀମ ଶେଖ ତାଙ୍କର ଦୁଇଜଣ କର୍ମଚାରୀଙ୍କୁ ମନୋହର ଏଣ୍ଟରପ୍ରାଇଜେସ୍ କ୍ୟାଣ୍ଟିନରେ ଭର୍ତ୍ତି କରିଥିଲେ। ଏହି କର୍ମଚାରୀମାନେ ଫିରୋଜ ଶେଖ ଏବଂ ବିକି ଶେଖ କଣ୍ଡୋମ, ତମାଖୁ ଏବଂ ପଥରଗୁଣ୍ଡରେ ସିଙ୍ଗଡ଼ା ପ୍ରସ୍ତୁତ କରିଥିଲେ। ଯେତେବେଳେ କମ୍ପାନୀ କର୍ମଚାରୀମାନେ ସିଙ୍ଗଡ଼ା ଖାଇଥିଲେ ସେମାନେ ସିଙ୍ଗଡ଼ା ମଧ୍ୟରେ ଆପତ୍ତିଜନକ ସାମଗ୍ରୀ ସବୁ ପାଇଥିଲେ। ପରେ ଏହି ମାମଲା ସାମ୍ନାକୁ ଆସିଥିଲା। 

ଥାନାରେ ମାମଲା ରୁଜୁ ହେବା ପରେ ଚିଖଲୀ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି କି ଆମେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୨୮, ଓ ୧୨୦ବି ଆଧାରରେ ମାମଲା ରୁଜୁ କରିଛୁ। ଦୁଇ ଅଭିଯୁକ୍ତ ନିଜ ଦୋଷକୁ ସ୍ୱିକାର କରିଛନ୍ତି। ସେମାନେ କହିଛନ୍ତି କି ଏସଆରଏସ ଏଣ୍ଟରପ୍ରାଇଜେସର କର୍ମଚାରୀଓ ତାଙ୍କ ମାଲିକ ତାଙ୍କୁ ମନୋହର ଏଣ୍ଟରପ୍ରାଇଜେସ ଦ୍ୱାରା ସପ୍ଲାଇ ହେଉଥିବା ଭୋଜନକୁ ଭେଜାଲ କରିବାକୁ ସେଠାକୁ ପଠାଇଥିଲେ। ସେହିପରି ରହିମ ଶେଖ, ଅଜହର ଶେଖ ଓ ମଜହର ଶେଖଙ୍କର ମାଲିକ ଭାବେ ଚିହ୍ନଟ କରାଯାଇଛି। ପୋଲିସ ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି। 

Read More
{}{}