Hindi News >>Home >>Odisha National-International

Weather News: କୋହଲା ପାଗରେ ଥରୁଛି ରାଜଧାନୀ, ଜାଣନ୍ତୁ ଆସନ୍ତା ୩ ଦିନ କିପରି ରହିବ ପାଗ

Weather Update: ସପ୍ତାହ ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ପାଗରେ ଏକ ବଡ ପରିବର୍ତ୍ତନ ହୋଇଛି । ଦିଲ୍ଲୀରେ ୩ ଦିନ ବର୍ଷା ଏବଂ ୨ ଦିନ କୁହୁଡ଼ି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

Advertisement
Weather News: କୋହଲା ପାଗରେ ଥରୁଛି ରାଜଧାନୀ, ଜାଣନ୍ତୁ ଆସନ୍ତା ୩ ଦିନ କିପରି ରହିବ ପାଗ
Soubhagya Ranjan Mishra|Updated: Dec 23, 2024, 07:50 PM IST
Share

Weather Update: ସୋମବାର ସକାଳୁ ଦିଲ୍ଲୀ ସମେତ ଏନସିଆର ବିଭିନ୍ନ ସ୍ଥାନରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ପାଗ ମେଘୁଆ ରହିଛି। ତେବେ ସର୍ବନିମ୍ନ ତାପମାତ୍ରାରେ କୌଣସି ପ୍ରମୁଖ ହ୍ରାସ ପରିଲକ୍ଷିତ ହୋଇନାହିଁ। ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ସକାଳେ 8.6 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା । ଏହି ସପ୍ତାହରେ ଦିଲ୍ଲୀ ଏବଂ ଏନସିଆର ବିଭିନ୍ନ ସ୍ଥାନରେ ପାଣିପାଗରେ ବଡ଼ ପରିବର୍ତ୍ତନ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀ ଏନସିଆର ସମେତ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ୟୁପିର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶରେ ହାଲୁକା ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ରହିଛି। ବିଶେଷକରି ଦିଲ୍ଲୀରେ ଡିସେମ୍ୱର 24 ଏବଂ 25 ତାରିଖ ସକାଳେ ଅଧିକାଂଶ ସ୍ଥାନରେ କୁହୁଡି କିମ୍ବା ମଧ୍ୟମ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି କରିଛି। କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ।

27 ଏବଂ 28 ଡିସେମ୍ବର ସକାଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ କୁହୁଡି କିମ୍ବା ହାଲୁକା କୁହୁଡି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିନରେ ଆକାଶ ମେଘୁଆ ରହିବ ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବର୍ଷା ହୋଇପାରେ । 27 ଏବଂ 28 ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଡିସେମ୍ବର 26 ରେ ମଧ୍ୟ ସକାଳେ ଦିଲ୍ଲୀରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି । ରାଜଧାନୀର ଆକାଶ ଆଂଶିକ ମେଘୁଆ ରହିବା ସହ ବିଳମ୍ବିତ ରାତିରେ ହାଲୁକା ବର୍ଷା ହୋଇପାରେ ।

24 ଓ 25 ଡିସେମ୍ବରରେ ଫରିଦାବାଦ, ଗୁରୁଗ୍ରାମ, ନୋଏଡା ଏବଂ ଗାଜିଆବାଦର ବିଭିନ୍ନ ସ୍ଥାନରେ ବର୍ଷା ହେବାନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସପ୍ତାହରେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ଅର୍ଥାତ ଡିସେମ୍ବର 29 ପର୍ଯ୍ୟନ୍ତ 21 ରୁ 23 ଡିଗ୍ରୀ ସେଲସିୟସ ରହିପାରେ ଏବଂ ସର୍ବନିମ୍ନ ତାପମାତ୍ରା 7 ରୁ 8 ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି ।

ଆପଣଙ୍କୁ କହିରଖୁଛୁ ଯେ, ଆଗାମୀ ୨ ଦିନ ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭବନା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ପୂର୍ବନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Also Read- ଗୁରୁତର ଅସୁସ୍ଥ ହେତୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି

Also Read- Shani- Guru Gochar 2025: ନୂଆ ବର୍ଷରେ ୨ ବଡ଼ ଗ୍ରହଙ୍କ ପ୍ରଭାବରୁ ୪ ରାଶିକୁ ମିଳିବ ଫାଇଦା

Read More
{}{}