Home >>Odisha National-International

Corona Updates: ବଢ଼ୁଛି କରୋନା: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର୍‍

ଭୁବନେଶ୍ୱର: ଦନ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି। ସକାଳ ୮ଟା ସୁଦ୍ଧା ଦେଶରେ ରିପୋର୍ଟ ହୋଇଥିବା ନୂତନ ସଂକ୍ରମଣକୁ ହିସାବ କରି ଏହି ବିବରଣୀ ପ୍ରସ୍ତୁତ କରାଯାଇଛି।  ଏହି ଆକ୍ରାନ୍ତଙ୍କ ଭିତରେ ସର୍ବାଧିକ କେରଳର

Advertisement
Corona Updates: ବଢ଼ୁଛି କରୋନା: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର୍‍
Prabhudatta Moharana|Updated: May 26, 2025, 01:59 PM IST
Share

Corona Updates: ଭୁବନେଶ୍ୱର: ଦନ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି। ସକାଳ ୮ଟା ସୁଦ୍ଧା ଦେଶରେ ରିପୋର୍ଟ ହୋଇଥିବା ନୂତନ ସଂକ୍ରମଣକୁ ହିସାବ କରି ଏହି ବିବରଣୀ ପ୍ରସ୍ତୁତ କରାଯାଇଛି।  ଏହି ଆକ୍ରାନ୍ତଙ୍କ ଭିତରେ ସର୍ବାଧିକ କେରଳରେ ୩୩୫, ମହାରାଷ୍ଟ୍ରରେ ୧୫୩ ଜଣ ରହିଥିବା ବେଳେ ଦିଲ୍ଲୀରେ ୯୯, ଗୁଜରାଟରେ ୭୬ ଜଣ ଆକ୍ରାନ୍ତ ରହିଛନ୍ତି। 

ଗତ ୧୯ ତାରିଖ ଠାରୁ ଏହିସଂକ୍ରମଣ ବଢ଼ିବାରେ ଲାଗିଛି।  ଏହି ଦିନଠାରୁ ଆଜି ସକାଳ ଭିତରେ କେରଳରେ ୧୦୫ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ୭ ଦିନ ଭିତରେ ୫୬ଜଣ ଆକ୍ରାନ୍ତ ନୂଆକରି ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସମୁଦାୟ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଅନ୍ୟଜଣେ ମୃତକ କର୍ଣ୍ଣାଟକର ବୋଲି ଜଣାପଡ଼ିଛି। ଭାରତରେ ହେଉଥିବା ସଂକ୍ରମଣ ଏକ ନୂତ ପ୍ରଜାତିର କରୋନା ଭୂତାଣୁ ଦ୍ୱାରା  ହେଉଛି। ଏହା ଶୀଘ୍ର ବ୍ୟାପିବା ଆଶଙ୍କା ଥିଲେ ମଧ୍ୟ ଏହାଦ୍ୱାରା ମୃତ୍ୟୁ ଆଶଙ୍କା କମ୍‍ ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି। ଅର୍ଥାତ୍‍ େଗାଟିଏ ଘରେ ଜଣଙ୍କୁ ଭୂତାଣୁ ସଂକ୍ରମଣ ହେଲେ ଅନ୍ୟ ମାନଙ୍କୁ ହେବା ସ୍ୱଭାବିକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

Read More
{}{}