Home >>Odisha National-International

Corona virus: କାୟା ମେଲାଉଛି ମହାମାରୀ, ୨୪ ଘଣ୍ଟାରେ ଗଲାଣି ୫ ଜୀବନ

Corona Virus: ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫ ଜଣ କରୋନା ସଂକ୍ରମିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ, କରୋନାର ନୂତନ ସବଭାରିଆଣ୍ଟ JN.1 ଚିନ୍ତା ବଢାଇଛି ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Jan 03, 2024, 12:31 PM IST
Share

Corona Virus: ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫ ଜଣ କରୋନା ସଂକ୍ରମିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ, କରୋନାର ନୂତନ ସବଭାରିଆଣ୍ଟ JN.1 ଚିନ୍ତା ବଢାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୨ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପ୍ରତିଦିନ କୋଭିଡର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ଯ ବେଶ ବଢିବାରେ ଲାଗିଛି । ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୪୪୪୦ ରହିଛି । ସେପଟେ ଦେଶରେ ମୋଟ ୩୧୨ ଜଣ କୋଭିଡ଼-୧୯ର ସବଭାରିଆଣ୍ଟ ଜେଏନ.୧ରେ ସଂକ୍ରମିତ ଥିବା ଜଣାପଡ଼ିଛି । ଏଥିରୁ କେରଳର ୧୪୭ ଜଣ ଆକ୍ରାନ୍ତ ରହିଥିବା ବେଳେ ଗୋଆର ୫୧ ଜଣ, ଗୁଜୁରାଟ ୩୪, ମହାରାଷ୍ଟ୍ର ୨୬,ତାମିଲନାଡୁ ୨୨. ଦିଲ୍ଲୀ ୧୬, କର୍ଣ୍ଣାଟକ ୮, ରାଜସ୍ଥାନ ୫, ତେଲେଙ୍ଗାନା ୨ ଓ ଓଡ଼ିଶାରେ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କୋଭିଡ଼ ସଂକ୍ରମଣ ବଢି ଚାଲିଥିବାରୁ ହସ୍ପିଟାଲ ଗୁଡ଼ିକରେ ମହାମାରୀ ପ୍ରସ୍ତୁତି ଓ ସର୍ଭିଲାନ୍ସ ଉପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ତବ୍ୟ ଗୁରୁତ୍ବ ଦେଇଛନ୍ତି । ରୋଗରୁ ଲୋକଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସେମାନଙ୍କ ପାଖରେ ପହଞ୍ଚିବା ଜରୁରୀ ବୋଲି ସେ ମତ ଦେଇଛନ୍ତି । ପ୍ରକାଶ ଥାଉ କି, ରାଜ୍ୟରେ ୨୪ ଘଣ୍ଟା ଆଉ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Also Read-Adani Hindenburg Case : ସେବି ତଦନ୍ତରେ କୌଣସି ସନ୍ଦେହ ନାହିଁ: ସୁପ୍ରିମ କୋର୍ଟ

ସେପଟେ ରାଜ୍ୟରେ ଆଉ ୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି, ବର୍ତ୍ତମାନ ରାଜ୍ୟରେ ଯେଉଁ ଆକ୍ଟିଭ ପେସେଣ୍ଟ ଅଛନ୍ତି, ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି, ମେଡିକାଲରେ କେହି ନାହାଁନ୍ତି। ତେଣୁ ଆତଙ୍କିତ ହେବାର ନାହିଁ। ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି। ଜାତୀୟସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ୯୨% ରୁ ଉର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି, ଆଉ ଯେଉଁମାନେ ମେଡିକାଲରେ ଆଡମିଟ ହେଉଛନ୍ତି ଓ ମେଜରିଟି ଡେଥ ମଧ୍ୟ କୋମଅର୍ବିଟ କଣ୍ଡିସନ ପାଇଁ ହୋଇଛି। କୋଭିଡ ପାଇଁ ମେଡିକାଲରେ ଆଡମିଟ ହେବା ବହୁତ କମ୍। ସ୍ଥିତି ଉପରେ ନଜର ରଖାଯାଇଛି। ଯଦି ଏହା ବଢ଼େ, ତେବେ ଭୟାବହତା ଆଶଙ୍କା କମ୍ ରହିଛି ।

 

Read More
{}{}