Home >>Odisha National-International

Crime News: ଅଲିମ ନାମକ ଯୁବକ ଆନନ୍ଦ ସାଜି ପ୍ରେମ ଜାଲରେ ଫସାଇଲା, ମିଳିଲା ଏହି ସଜା

Crime News: ଉତ୍ତରପ୍ରଦେଶର ବରେଲିରେ ଲଭ୍ ଜିହାଦ୍ ମାମଲାରେ ଜଣେ ଅପରାଧୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ। ଜଣେ ମୁସଲମାନ ଯୁବକ ଜଣେ ହିନ୍ଦୁ ଛାତ୍ରୀଙ୍କୁ ନିଜର ପରିଚୟ ବଦଳାଇ କିପରି ପ୍ରେମ ଜାଲରେ ପକାଇଥିଲେ ଆସନ୍ତୁ ଜାଣିବା ।

Advertisement
Crime News: ଅଲିମ ନାମକ ଯୁବକ ଆନନ୍ଦ ସାଜି ପ୍ରେମ ଜାଲରେ ଫସାଇଲା, ମିଳିଲା ଏହି ସଜା
Soubhagya Ranjan Mishra|Updated: Sep 30, 2024, 08:05 PM IST
Share

Crime News: ଉତ୍ତରପ୍ରଦେଶର ବରେଲିରେ ଲଭ୍ ଜିହାଦ୍ ମାମଲାରେ ଜଣେ ଯୁବକ ଦୋଷୀ ସାବ୍ୟସ୍ତ ହୋଇଛି । ଯୁବକ ଜଣକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ବରେଲି ଅତିରିକ୍ତ ସେସନ୍ସ ଜଜ୍ ଏହି ଦଣ୍ଡାଦେଷ ଶୁଣାଇଛନ୍ତି । ଅପରାଧୀ ଜଣକ ମୁସଲିମ ହୋଇଥିଲେ ମଧ୍ୟ ନିଜକୁ ହିନ୍ଦୁ ଛାତ୍ରର ପରିଚୟ ଦେଇ ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ପକାଇଥିଲେ । ଉକ୍ତ ମୁସଲିମ ଯୁବକର ନାମ ମହମ୍ମଦ ଆଲିମ, ଯିଏ ନିଜକୁ ଆନନ୍ଦ ବୋଲି ଦର୍ଶାଇ ଜଣେ ଛାତ୍ରୀଙ୍କୁ ପ୍ରେମ ଫାଶରେ ପକାଇଥିଲେ। ଲଭ୍ ଜିହାଦ୍ ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ନାବାଳିକା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ ତାକୁ ନିଜ ସାଙ୍ଗ ରୁମକୁ ନେଇଥିଲା । ଯେଉଁଠାରେ ସେ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଯେତେବେଳେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିଲେ ତାହା ଜାଣିବା ପରେ ଅଭିଯୁକ୍ତ ଗର୍ଭପାତ କରାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଦେବରାଣିଆ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। କୋର୍ଟ ମଧ୍ୟ ଅଭିଯୁକ୍ତର ବାପାଙ୍କୁ ବି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ, ବରେଲିରେ ପ୍ରେମ ଜିହାଦର ଅନେକ ମାମଲା ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରତି ମାସରେ ୭ ହିନ୍ଦୁ ଝିଅ ଲଭ୍ ଜିହାଦର ଶିକାର ହେଉଛନ୍ତି। ଜାନୁଆରୀ ୨୦୨୨ ରୁ ଜୁଲାଇ ୧୦ ମଧ୍ୟରେ ପୋଲିସ ୪୬ ଟି ମାମଲା ରୁଜୁ କରିଛି। ଗତ ୬ ମାସ ମଧ୍ୟରେ ପୋଲିସ ପ୍ରାୟ ୨୫୦ ମାମଲା ରୁଜୁ କରି ତଦନ୍ତ କରୁଛି ।

Also Read- ମାକନିଲ୍ ହସ୍ପିଟାଲ ତରଫରୁ ବିଶ୍ବ ହୃଦୟ ଦିବସରେ ମିନି ମାରାଥନ

Also Read- Ollywood News: ସିନେମା 'ଖୋକା ଭାଇ ତମ ପାଇଁ' ସୁଟିଂ ସେଟରେ ଚାଲିଥିଲା ଏମିତି କିଛି

Read More
{}{}