Hindi News >>Home >>Odisha National-International

Cyclone Remal: ଭୟଙ୍କର ବାତ୍ୟା 'ରେମାଲ୍' ବଢ଼ାଇଲା ଟେନସନ, ଉଚ୍ଚ ସ୍ତରୀୟ ବୈଠକ କଲେ ପିଏମ୍

Cyclone Remal: ପଶ୍ଚିମବଙ୍ଗରେ ଭୟଙ୍କର ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ବର୍ଷା ଓ ଜୋରରେ ପବନ ହେଉଛି। ଏଠାରେ NDRF ଟିମ୍ ସାଇକ୍ଲୋନ୍ ରେମାଲ୍ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଛି।  

Advertisement
Cyclone Remal Pm modi meeting
Cyclone Remal Pm modi meeting
Jagdish Barik|Updated: May 26, 2024, 09:48 PM IST
Share

Cyclone Remal Update: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ରେମାଲକୁ ନେଇ ଏକ ଉଚ୍ଚ ସ୍ତରୀୟ ବୌଠକ କରିଛନ୍ତି। ଯେଉଁଥିରେ ସେ ରେମାଲ ସହିତ ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରୟାସର ସମୀକ୍ଷା କରିଥିଲେ। ଆଇଏମଡି ଅନୁଯାୟୀ, ଆଜି ମଧ୍ୟରାତ୍ରିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ବାତ୍ୟା ରେମାଲ୍ ସ୍ଥଳଭାଗ ଛୁଇଁବ।

ପାଣିପାଗ ବିଭାଗ ଅନୁଯାୟୀ, ଯେତେବେଳେ 'ରେମାଲ୍' ଉପକୂଳରେ ପହଞ୍ଚିବ, ସେହି ସମୟରେ ଘଣ୍ଟା ପ୍ରତି ୧୧୦ ରୁ ୧୨୦ କିଲୋମିଟର ବେଗରେ ପବନ ବହିବ ଓ ଏହା ଘଣ୍ଟା ପ୍ରତି ୧୩୫ କିଲୋମିଟର ପହଞ୍ଚିପାରେ। ଏହି ବାତ୍ୟା ପାଇଁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅତ୍ୟଧିକ ବର୍ଷା ଓ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ କାର୍ଯ୍ୟାଳୟ କହିଛି ଯେ 'ରେମାଲ' ଉତ୍ତର ଦିଗକୁ ଗତି କରୁଛି ଓ ରବିବାର ଦିନ ମଧ୍ୟରାତ୍ର ସୁଦ୍ଧା ମୋଙ୍ଗଲା ବନ୍ଦରର ଦକ୍ଷିଣ-ପଶ୍ଚିମ ନିକଟ ସାଗର ଦ୍ୱୀପ (ପଶ୍ଚିମବଙ୍ଗ) ଏବଂ ଖେପୁପାରା (ବାଂଲାଦେଶ) ମଧ୍ୟରେ ଉପକୂଳ ଅତିକ୍ରମ କରିବା ପୂର୍ବରୁ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

ଏହି ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବ ଓ ଦକ୍ଷିଣ ପୂର୍ବ ରେଳବାଇ ଦକ୍ଷିଣ ଓ ଉତ୍ତର ୨୪ ପରଗଣା ଓ ପୂର୍ବ ମେଦିନୀପୁର ଜିଲ୍ଲାର ଉପକୂଳବର୍ତ୍ତୀ ଜିଲ୍ଲାରେ ଅନେକ ଟ୍ରେନ୍ ସେବାକୁ ବାତିଲ କରିଦେଇଛି। ବାତ୍ୟା 'ରେମାଲ୍'ର ସମ୍ଭାବ୍ୟ ପ୍ରଭାବ ଯୋଗୁଁ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ରବିବାର ଅପରାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ସମେତ ମୋଟ ୩୯୪ ବିମାନ ପ୍ରଭାବିତ ହେବ।

ପୂର୍ବ ମୈସୁମୀରେ ବଙ୍ଗୋପସାଗରରେ ଏହା ପ୍ରଥମ ବାତ୍ୟା ଅଟେ। ମେ ୨୬-୨୭ ରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ପାଣିପାଗ କାର୍ଯ୍ୟାଳୟ ଚେତାବନୀ ଦେଇଛି। ଆସାମ ଓ ମେଘାଳୟରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ୨୭-୨୮ ମଇରେ ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ରେମାଲର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନଥିଲେ ମଧ୍ୟ ରେମାଲ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେବା ଆରମ୍ଭ ହୋଇଯାଇଛି । ରବିବାର ଦିନ ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଏଥିସହ ରାଜ୍ୟର କିଛି ଜିଲ୍ଲାରେ ଏପରି ପାଗ ଆସନ୍ତାକାଲି ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପବନ ବେଗ ମଧ୍ୟ ଘଣ୍ଟାପ୍ରତି ୪୦ କିମି ହେବାର ସମ୍ଭାବନା ରହିଛି । ରାଜ୍ୟର ସମସ୍ତ ବନ୍ଦର ଗୁଡିକୁ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମନା କରାଯାଇଛି ।

Read More
{}{}