Hindi News >>Home >>Odisha National-International

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଡିଏ ବୃଦ୍ଧି ପରେ ଦରମା ବଢିବ ଡବଲ!

DA Hike:  ଏହା ୨୦୨୪ ଜୁଲାଇରୁ ଲାଗୁ ହେବ। ସିପିଆଇ-ଆଇଡବ୍ଲୁ ତଥ୍ୟ ଦର୍ଶାଉଛି ଯେ ଏଥର ସରକାର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିପାରନ୍ତି। ଯଦି ସରକାର ଏପରି କରନ୍ତି ତେବେ ଆଗାମୀ ଡିଏ ବୃଦ୍ଧି ଆପଣଙ୍କ ହୋମସାଲାରୀ ସହ ଯୋଡି ହୋଇଯିବ । 

Advertisement
DA Hike: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଡିଏ ବୃଦ୍ଧି ପରେ ଦରମା ବଢିବ ଡବଲ!
Rashmita Sahoo|Updated: Aug 22, 2024, 09:37 PM IST
Share
DA Hike: ମହଙ୍ଗା ଭତ୍ତା (ଡିଏ) ଓ ମହଙ୍ଗା ରିଲିଫ୍ (ଡିଆର୍) ବୃଦ୍ଧି ଅପେକ୍ଷାରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁସି ଖବର ଆସିଛି। କେନ୍ଦ୍ର ସରକାର ଆଉ ଥରେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି। ସିପିଆଇ-ଆଇଡବ୍ଲୁ ତଥ୍ୟ ଅନୁଯାୟୀ, ସରକାର ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। 
 
ବର୍ଷକୁ ଦୁଇଥର ଡିଏ ସଂଶୋଧନ
ସରକାର ଯେକୌଣସି ସମୟରେ ଏହା ଘୋଷଣା କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ତେବେ ସାଧାରଣତଃ ସରକାର ବର୍ଷକୁ ଦୁଇଥର ଡିଏ ସଂଶୋଧନ କରିଥାନ୍ତି ବୋଲି ପରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଏ। ଏଥର ଯଦି ସରକାର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରନ୍ତି ତେବେ ଆସନ୍ତୁ ଜାଣିବା ସରକାରୀ କର୍ମଚାରୀଙ୍କ ଦରମା (Central Government Employee Salary) କେତେ ବଢ଼ିବ। 
 
 
 
୨୦୨୪ ଜୁଲାଇରୁ ଲାଗୁ ହେବ
ସପ୍ତମ ବେତନ କମିଶନ ଅଧୀନରେ ସରକାରୀ କର୍ମଚାରୀ(Central Government Employee) ଓ ପେନସନ ଭୋଗୀଙ୍କ ଡିଏ ବୃଦ୍ଧି କରାଯିବ । ଏହା ୨୦୨୪ ଜୁଲାଇରୁ ଲାଗୁ ହେବ। ସିପିଆଇ-ଆଇଡବ୍ଲୁ ତଥ୍ୟ ଦର୍ଶାଉଛି ଯେ ଏଥର ସରକାର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିପାରନ୍ତି। ଯଦି ସରକାର ଏପରି କରନ୍ତି ତେବେ ଆଗାମୀ ଡିଏ ବୃଦ୍ଧି ଆପଣଙ୍କ ହୋମସାଲାରୀ ସହ ଯୋଡି ହୋଇଯିବ । 
 
ଡିଏ ହେଉଛି କେନ୍ଦ୍ର ସରକାରଙ୍କ ମୂଳ ଦରମାର ୫୦ ପ୍ରତିଶତ । ଏହି ବୃଦ୍ଧି ସହିତ ଡିଏ (DA Hike) ମଧ୍ୟ ୫୦ରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇବ। ଏବେ ଦେଖିଲେ ଜଣେ କର୍ମଚାରୀଙ୍କ ଦରମା ୫୦ ହଜାର ଟଙ୍କା ରହିଛି। ବର୍ତ୍ତମାନ ସେମାନଙ୍କ ମହଙ୍ଗା ଭତ୍ତା ହେଉଛି ୨୫ ହଜାର। ଯଦି ଡିଏ ୫୩ ପ୍ରତିଶତ ହୋଇଯାଏ ତେବେ ସେମାନଙ୍କ ଡିଏ ୨୬,୬୫୬କୁ ବୃଦ୍ଧି ପାଇବ। ଅର୍ଥାତ୍ କର୍ମଚାରୀଙ୍କ ଦରମା ୧୬୫୬ ଟଙ୍କା ବୃଦ୍ଧି ପାଇବ।
 
 
Read More
{}{}