Hindi News >>Home >>Odisha National-International

Dawood Ibrahim: ଅଜଣା ଆତତାୟୀଙ୍କ ଦ୍ୱାରା ଦାଉଦ୍‍ ଇବ୍ରାହିମ୍‍କୁ ହତ୍ୟା ଉଦ୍ୟମ, କରାଚି ହସ୍ପିଟାଲରେ ଭର୍ତ୍ତି

Dawood Ibrahim: ପାକିସ୍ତାନରେ ମୁମ୍ବାଇ ଆର୍ଟାକର ମାଷ୍ଟରମାଇଣ୍ତ ଦାଉଦକୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାକୁ କରାଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦାଉଦ ଇବ୍ରାହିମ୍ କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 18, 2023, 08:02 AM IST
Share

Dawood Ibrahim: ଅଣ୍ଡରୱାର୍ଲ୍ଡ ଡନ୍ (Under World Don) ଦାଉଦ ଇବ୍ରାହିମ୍ କୁ (Dawood Ibrahim) ନେଇ ଆସିଛି ଏକ ବଡ଼ ଖବର । ​ ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦକୁ ପାକିସ୍ତାନରେ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାକୁ କରାଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦାଉଦ ଇବ୍ରାହିମ୍ କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନାହିଁ। ଏଥି ସହ କିଏ ତାଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ କରିଥିଲା? ଏହା ପଛର କାରଣ କ’ଣ? ସେନେଇ କୌଣସି ସୂଚନା ମିଳିପାରି ନାହିଁ। କଡ଼ା ସୁରକ୍ଷା ମଧ୍ଯରେ ଦାଉଦର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । କେବଳ ଉପରିସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଦାଉଦର ନିକଟ ସମ୍ପର୍କୀୟଙ୍କୁ ସେହି ଫ୍ଲୋରକୁ ପ୍ରବେଶ ନେଇ ଅନୁମତି ରହିଛି । ଅଣ୍ଡରୱାର୍ଲଡ ଡନର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କ ଠାରୁ ମୁମ୍ବାଇ ପୋଲିସ ଅଧିକ ତଥ୍ୟ ହାସଲ କରିବା ନେଇ ଉଦ୍ୟମ କରୁଛି । 

ଦାଉଦ ଇବ୍ରାହିମ୍ ବିଶ୍ବର ମୋଷ୍ଟ ଓ୍ବାଣ୍ଟେଟ୍ ଆତଙ୍କବାଦୀ ଅଟେ । ୧୯୯୩ ମସିହା ମୁମ୍ବାଇ ବୋମା ବିସ୍ଫୋରଣରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ଗୁରୁତର ଆହତ ହୋଇଥିଲେ । ଡ୍ରଗ୍ କାରବାର, ଅର୍ଥ ହେରଫେର ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭଳି ବହୁ ଅପରାଧିକ କାର୍ଯ୍ୟକଳାପରେ ଦାଉଦର ସମ୍ପୃକ୍ତ ରହିଛି। ଆଇଏସଆଇ ଓ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଏ-ତାଇବା ସହ ତାର ଘନିଷ୍ଠ ସମ୍ପର୍କ ଥିବା କୁହାଯାଉଛି।

 

Read More
{}{}