Hindi News >>Home >>Odisha National-International

Earthquake: ଭୟଙ୍କର ଭୂକମ୍ପରେ ଗଲା ୧୧୧ ଜୀବନ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

Earthquake: ଶକ୍ତିଶାଳୀ ଭୂକମ୍ପରେ (Earthquake) ଦୋହଲିଗଲା ପୂରା ଚୀନ୍। ସୋମବାର ବିଳମ୍ବିତ ରାତିରେ ଚୀନର ଗାଂସୁ ପ୍ରଦେଶରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ୧୧୧ ଜଣଙ୍କର(Death toll rises to 111) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। 

Advertisement
Earthquake: ଭୟଙ୍କର ଭୂକମ୍ପରେ ଗଲା ୧୧୧ ଜୀବନ, ରିକ୍ଟର ସ୍କେଲରେ ତୀବ୍ରତା ୬.୨
Zee Odisha Desk|Updated: Dec 19, 2023, 09:10 AM IST
Share

Earthquake: ଶକ୍ତିଶାଳୀ ଭୂକମ୍ପରେ (Earthquake) ଦୋହଲିଗଲା ପୂରା ଚୀନ୍। ସୋମବାର ବିଳମ୍ବିତ ରାତିରେ ଚୀନର ଗାଂସୁ ପ୍ରଦେଶରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ୧୧୧ ଜଣଙ୍କର(Death toll rises to 111) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।  ରିକ୍ଟର ସ୍କେଲରେ ଏହାର ତ୍ରୀବତା ୬.୨ ଡିଗ୍ରୀ ରେକର୍ଡ଼ କରାଯାଇଛି। ଏହି ଭୟଙ୍କର ଭୂକମ୍ପରେ  ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡି ଯାଇଛି। ଏବେବି କୋଠାତଳେ ଏକାଧିକ ଲୋକେ ଫସି ରହିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କାଳିନ ଭିର୍ତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ALSO READ: January Grah Gochar 2024: ନୂଆବର୍ଷରୁ ଧନବାନ୍ ହେବେ ଏହି ସବୁ ରାଶି, ମାଟି ଧରିଲେ ହେବ ସୁନା!

ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଚୀନର ଗାଂସୁ ପ୍ରଦେଶରେ  ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏହି ଭୂମିକମ୍ପ ହୋଇଥିଲା। କିଙ୍ଘାଇ ଠାରୁ ୫ କିଲୋମିଟର  ଦୂର ଗାଂସୁ ପ୍ରଦେଶର ଜିଶିସାନରେ ଏହି ଭୂକମ୍ପ ଅନୁଭୁତ ହୋଇଥିଲା। ଏବଂ ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ରେକର୍ଡ଼ କରାଯାଇଛି ବୋଲି ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର (CENC)ପକ୍ଷରୁ ସୂଚନା ମିଳିଛି।  ଦୂର ଗାଂସୁ ପ୍ରଦେଶର ଜିଶିସାନରେ ଏହି ଭୂକମ୍ପ ଅନୁଭୁତ ହୋଇଥିଲା। ଏବେବି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ରେସକ୍ୟୁ ଅପରସନ୍ ଜାରି ରଖିଛନ୍ତି। ଏହି ଭୂକମ୍ପରେ  ଡିୟୋଡୋଜି, କାଉଣ୍ଟି ଓ କିଙ୍ଘାଇ ରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। 

ସେହିପରି ସୋମବାର  ଦିନ ଲଦାଖର ୟୁନିଅନ ଟେରିଟୋରୀରେ ଲଗାତାର ଦୁଇଥର ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ରେ ୫.୫ ମ୍ୟାଗ୍ନିଚ୍ୟୁଜ୍ ଥିବା ଜଣାପଡିଛି । ମାତ୍ର ୧୫ ମିନିଟ୍ ମଧ୍ୟରେ ଲଦାଖ ଦୁଇଥର ଥରିଥିବା ବେଳେ ଜାମୁକଶ୍ମୀର କିଶ୍ଚୱରରେ ମଧ୍ୟ ଭୂକମ୍ପ ଅଧିକ ଅନୁଭୁତ ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ । ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜି ସୂଚନା ଅନୁଯାୟୀ ଅପରାହ୍ଣ ୩ଟା ୪୮ମିନିଟ୍ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗଲ୍ ଥିବା ନେଇ ସୂଚନା ମିଳିଛି । ଏହା ମଧ୍ୟ କୁହାଯାଇଛି ଯେ, କମ୍ପନର ଗଭୀରତା ୩୩.୪୧ ଡିଗ୍ରୀ ଅକ୍ଷାଂଶ ଏବଂ ଦ୍ରାଘିମା ୭୬.୭୦ ଡିଗ୍ରୀ ଉପରେ ୧୦ କିଲୋମିଟର ତଳେ ଥିଲା। ଏନସିଏସ୍ କହିଛି ଯେ, ପ୍ରଥମ ଭୂକମ୍ପ ପରେ ଦ୍ୱିତୀୟ ଥର ୪ଟା୧ ମିନିଟରେ ୪.୮ ଏବଂ ୩.୮ ତୀବ୍ରତାର କମ୍ପନ ଅନୁଭୂତ ହୋଇଛି । ଏଥିରେ କୁହାଯାଇଛି, “ଜାମ୍ମୁ କାଶ୍ମୀରରେ ୪.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅପରାହ୍ନ ୪.୧୮ ରେ କିଶ୍ଟୱର ଜିଲ୍ଲାରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତା ସହିତ ୩୩.୩୭ ଡିଗ୍ରୀ ଏବଂ ଦ୍ରାଘିମା ୭୬.୫୭ ଡିଗ୍ରୀ ସହିତ ଘଟିଥିଲା।

Read More
{}{}