Hindi News >>Home >>Odisha National-International

Delhi Assembly Election: କଂଗ୍ରେସର ବଡ଼ ଘୋଷଣା, ଯୁବପୀଢୀଙ୍କୁ ମାସିକ ମିଳିବ ୮ହଜାର ୫୦୦ ଟଙ୍କା

Delhi Assembly Election: ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ୨୫୦୦ ଟଙ୍କା ନଗଦ ଟ୍ରାନ୍ସଫର ଘୋଷଣା କରିଛି। ଏବେ ବେକାର ଯୁବକ ଯୁବତୀଙ୍କୁ ମାସକୁ ୮,୫୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛି କଂଗ୍ରେସ। ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡ଼ିବ ଏହି ଦୁଇ ବଡ଼ ଭୋଟ ବ୍ୟାଙ୍କ କେଉଁ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି।   

Advertisement
Delhi Assembly Election: କଂଗ୍ରେସର ବଡ଼ ଘୋଷଣା, ଯୁବପୀଢୀଙ୍କୁ ମାସିକ ମିଳିବ ୮ହଜାର ୫୦୦ ଟଙ୍କା
Rashmita Sahoo|Updated: Jan 12, 2025, 05:39 PM IST
Share

Delhi Assembly Election: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ଯଥାସମ୍ଭବ ଚେଷ୍ଟା କରୁଛି। ମହିଳାଙ୍କ ପାଇଁ ସିଧାସଳଖ ନଗଦ ଟଙ୍କା ଟ୍ରାନ୍ସଫର ଘୋଷଣା ହେବା ପରେ ଏବେ ଯୁବକଙ୍କୁ ୮୫୦୦ ଟଙ୍କା ଦେବାକୁ ଘୋଷଣା କରାଯାଇଛି । ବେକାର ଯୁବକଯୁବତୀଙ୍କୁ ପ୍ରତି ମାସରେ ଏହି ଟଙ୍କା ପ୍ରଶିକ୍ଷଣ ପାଇଁ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସ ପାଇଁ ଚଳିତ ବିଧାନସଭା ନିର୍ବାଚନ ବିଶ୍ୱସନୀୟତାର ଲଢେଇ ବୋଲି କୁହାଯାଉଛି। ଗତ ବିଧାନସଭା ନିର୍ବାଚନରେ ଦଳକୁ ମାତ୍ର ୪.୨୬ ପ୍ରତିଶତ ଭୋଟ ମିଳିଥିଲା। 

ଯୁବ ଓ ମହିଳାଙ୍କ ଉପରେ କଂଗ୍ରେସର ଫୋକସ 
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଯୁବ ଓ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକାରେ ରହିବେ। ଏଥର ସବୁ ଦଳର ପୂରା ଫୋକସ ସେମାନଙ୍କ ଉପରେ ରହିଛି। ମହିଳା ଓ ଯୁବ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପି ନିଜ ନିର୍ବାଚନୀ ରଣନୀତିରେ କର୍ମୀଙ୍କୁ ମୋହଲ୍ଲା ଓ ରାସ୍ତାକଡ଼ ବା ଗଳି ସଭା କରିବାକୁ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ୨୫୦୦ ଟଙ୍କା ନଗଦ ଟ୍ରାନ୍ସଫର ଘୋଷଣା କରିଛି। ଏବେ ବେକାର ଯୁବକ ଯୁବତୀଙ୍କୁ ମାସକୁ ୮,୫୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛି କଂଗ୍ରେସ। ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡ଼ିବ ଏହି ଦୁଇ ବଡ଼ ଭୋଟ ବ୍ୟାଙ୍କ କେଉଁ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି। 

ଫେବ୍ରୁଆରି ୫ତାରିଖରେ ମତଦାନ ୮ ରେ ଭୋଟ 
ଦିଲ୍ଲୀରେ ଫେବ୍ରୁଆରି ୫ରେ ମତଦାନ ହେବ ଏବଂ ଫେବ୍ରୁଆରି ୮ରେ ଫଳାଫଳ ପ୍ରକାଶ ପାଇବ। ୧୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରେ ଥିବା କଂଗ୍ରେସ ପାଇଁ ଗତ ଦୁଇଟି ବିଧାନସଭା ନିର୍ବାଚନ ନୈରାଶଜନକ ଥିଲା। ଦଳ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଅମରିନ୍ଦର ସିଂ ଲଭଲିଙ୍କ ସମେତ ବଡ଼ ବଡ଼ ନେତାଙ୍କ ବିଦାୟ ଏବଂ ଦଳରେ ଗୋଷ୍ଠୀକନ୍ଦଳର ପରିଣାମ ମଧ୍ୟ କଂଗ୍ରେସ ଏବେ ବି ଭୋଗୁଛି।

Also Read: Anuradha Mahindra: କିଏ ଏହି ପାୱାରଫୁଲ ଲେଡି ଅନୁରାଧା ମହିନ୍ଦ୍ରା, ଯିଏ ଥରେ ଦେଖାରେ କିଣିନେଇଥିଲେ ଆନନ୍ଦ ମହିନ୍ଦ୍ରାଙ୍କ ମନ

Also Read: Ketu Gochar 2025: ସିଂହରାଶିରେ ପ୍ରବେଶ କରିବେ କେତୁ, ୨୦୨୫ ବର୍ଷ ସାରା ମାଲାମାଲ୍ ଏହି ୪ ରାଶି

Read More
{}{}