Delhi CM Arvind Kejriwal : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜାମିନ ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଜି କେଜ୍ରିୱାଲଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷେ କେଜ୍ରିୱାଲଙ୍କ ଜାମିନ ଆଦେଶ ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିତାଦେଶ ଲଗାଇବାପାଇଁ ଇଡି କୋର୍ଟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ଇଡି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ ୧ ତାରିଖରୁ କେଜ୍ରିୱାଲ ଜେଲ୍ରେ ଅଛନ୍ତି। ଗତମାସ ଲୋକସଭା ନିର୍ବାଚନ ପ୍ରଚାର ଲାଗି ତାଙ୍କୁ ଅଳ୍ପ କିଛି ଦିନ ପାଇଁ ଜାମିନ ମିଳିଥିଲା। ଆଜିକେଜ୍ରିୱାଲ ଜେଲ୍ରୁ ମୁକୁଳିବେ। ଆଜି କେଜ୍ରିୱାଲଙ୍କୁ ଜାମିନ ମିଳିବାପରେ ଆପ୍ କର୍ମୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବାଣ ଫୁଟାଇ ସ୍ବାଗତ କରିଛନ୍ତି।
ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହ କହିଛନ୍ତି, କେଜ୍ରିୱାଲ ଜେଲ୍ରୁ ମୁକୁଳିବା ଦ୍ବାରା ଗଣତନ୍ତ୍ର ସୁଦୃଢ଼ ହେବ। ଆପ୍ ନେତ୍ରୀ ଆତିଶୀ କହିଛନ୍ତି, ‘ସତ୍ୟମେବ ଜୟତେ’। ପଂଜାବ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ନେତା ଭଗୱନ୍ତ ମାନ କହିଛନ୍ତି, କୋର୍ଟ ଉପରେ ଆମର ବିଶ୍ବାସ ରହିଛି। କେଜ୍ରିୱାଲଙ୍କୁ ଜାମିନ ମିଳିଲା ଏବଂ ସତ୍ୟର ଜୟ ହେଲା।