Hindi News >>Home >>Odisha National-International

Arvind Kejriwal: ତିହାର ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ, ଏତକି ଦିନ ପାଇଁ ନ୍ୟାୟିକ ହେପାଜତକୁ ବଢ଼ାଇଦେଲେ କୋର୍ଟ

Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ଅଧିକ ସମୟ ପାଇଁ ତିହାର ଜେଲରେ ରହିବାକୁ ପଡ଼ିବ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ସିଏମ୍ କେଜ୍ରିୱାଲଙ୍କୁ ଆରାମ ମିଳିନାହିଁ। ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ବୃଦ୍ଧି କରିଛନ୍ତି।  

Advertisement
Delhi CM Arvind Kejriwal judicial custody extended till July 3
Delhi CM Arvind Kejriwal judicial custody extended till July 3
Jagdish Barik|Updated: Jun 19, 2024, 03:30 PM IST
Share

Delhi's Rouse Avenue Court: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ (Arvind Kejriwal) ବର୍ତ୍ତମାନ ତିହାର ଜେଲରେ (Tihar Jail) ରହିବାକୁ ପଡ଼ିବ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ସିଏମ୍ କେଜ୍ରିୱାଲଙ୍କୁ ଆରାମ ମିଳିନାହିଁ। ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ପୁଣି ଥରେ ବଢ଼ାଇ ଦେଇଛନ୍ତି।  ୩ ଜୁଲାଇ ପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବିନୋଦ ଚୌନଙ୍କ ନ୍ୟାୟିକ ହେପାଜତକୁ ୩ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। କହିରଖୁଛୁ ଯେ ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମରେ ଉଭୟଙ୍କ ନ୍ୟାୟିକ ହେପାଜତ ଶେଷ ହୋଇଥିଲା, ଯାହା ପରେ ଏମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମଦ ଦୁର୍ନୀତିରେ ସିଏମ କେଜ୍ରିୱାଲଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି। ରାଉସ୍ ଆଭେନ୍ୟୁ କୋର୍ଟର ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲଙ୍କୁ ଆଗକୁ ମଧ୍ୟ ତିହାର ଜେଲରେ ରହିବାକୁ ପଡିବ।

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲେ। କୋର୍ଟରେ ଶୁଣାଣି ସମୟରେ ଇଡିଙ୍କ ଓକିଲ କହିଛନ୍ତି ଯେ ବିନୋଦ ଚୌହାନ ଅଭିଷେକ ବୋଇନପାଲୀ ମାଧ୍ୟମରେ କବିତାଙ୍କ PA ଙ୍କ ପାଖରୁ ୨୫ କୋଟି ଟଙ୍କା ନେଇଛନ୍ତି। ଗୋଆ ନିର୍ବାଚନ ପାଇଁ ଏହି ଟଙ୍କା ନିଆଯାଇଥିଲା। କହିରଖୁଛୁ ଯେ ବିନୋଦ ଚୌହାନଙ୍କୁ ମେ' ମାସରେ ଗିରଫ କରାଯାଇଥିଲା।

ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। କେଜ୍ରିୱାଲଙ୍କ ହେପାଜତକୁ ବୃଦ୍ଧି କରିବାକୁ ରାଉସ୍ ଆଭେନ୍ୟୁ କୋର୍ଟର ବିଚାରପତି ମୁକେଶ କୁମାର ନିଷ୍ପତ୍ତି ନେଇଛନ୍ତି। କୋର୍ଟର ଏହି ଆଦେଶ ପୂର୍ବରୁ କୋର୍ଟରେ ଉଭୟ ପକ୍ଷରୁ ଦୃଢ଼ ଯୁକ୍ତି ଦେଖିବାକୁ ମିଳିଥିଲା। କେଜ୍ରିୱାଲଙ୍କ ଓକିଲ ବିକ୍ରମ ଚୌଧୁରୀ କହିଛନ୍ତି ଯେ ଏହି ମାମଲା କେବଳ ସାକ୍ଷୀଙ୍କ ବୟାନ ଉପରେ ଆଧାରିତ। କେଜ୍ରିୱାଲଙ୍କ ତରଫରୁ ତାଙ୍କ ଓକିଲ କହିଛନ୍ତି ଯେ PMLA ପରି ଅନେକ ଅଭିଯୋଗ ପଞ୍ଜିକୃତ ହୋଇଛି। ଏହି ମାମଲାରେ ଅନେକ ଚାର୍ଜସିଟ୍ ଦାଖଲ କରାଯାଇଛି କିନ୍ତୁ କେଜ୍ରିୱାଲଙ୍କୁ କୌଣସି ମାମଲାରେ ଅଭିଯୁକ୍ତ କରାଯାଇ ନାହିଁ। ଓକିଲ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ସମାଜ ପାଇଁ କୌଣସି ବିପଦ ନାହିଁ, ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ।

ଦିଲ୍ଲୀ ସରକାରଙ୍କ ବିବାଦୀୟ ମଦ ନୀତିରେ ଅନିୟମିତତା ଘଟଣାର ତଦନ୍ତ ଜାରି ରହିଛି ଏବଂ ଏଥିପାଇଁ ତାଙ୍କୁ ନ୍ୟାୟିକ ହେପାଜତରେ ରଖିବାର ଆବଶ୍ୟକତା ରହିଛି ବୋଲି ଇର କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିବାକୁ କହିଛନ୍ତି। ବିବାଦ ଉପୁଜିବା ପରେ ଦିଲ୍ଲୀ ସରକାର ୨୦୨୨ ମସିହାରେ ଏହି ଏକ୍ସାଇଜ୍ ପଲିସି ପ୍ରତ୍ୟାହାର କରି ନେଇଥିଲେ।

Read More
{}{}