Hindi News >>Home >>Odisha National-International

Arvind Kejriwal: ଜେଲରୁ ଥାାଇ ନିର୍ବାଚନ ଫଳାଫଳ ଦେଖିବେ ଅରବିନ୍ଦ କେଜ୍ରିୱାଲ, ନ୍ୟାୟିକ ହେପାଜତ ବଢ଼ାଇଲେ କୋର୍ଟ

Arvind Kejriwal: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜୁନ୍ ୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏହାପୂର୍ବରୁ ସେ ନିମ୍ନ ଅଦାଲତରେ ସାତ ଦିନ ପାଇଁ ଆନ୍ତରୀଣ ଜାମିନ ପାଇବାକୁ ଆବେଦନ କରିଥିଲେ।  

Advertisement
Arvind Kejriwal Judicial Custody
Arvind Kejriwal Judicial Custody
Jagdish Barik|Updated: Jun 02, 2024, 06:24 PM IST
Share

Arvind Kejriwal Judicial Custody: ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଦିଲ୍ଲୀର କୋର୍ଟ ୫ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ନିକଟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନର ଅବଧି ଶେଷ ହେବା ପରେ ରବିବାର ଦିନ (୨ ଜୁନ୍) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ।

କେଜ୍ରିୱାଲ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ମାଜିଷ୍ଟ୍ରେଟ୍ ସଞ୍ଜୀବ ଅଗ୍ରୱାଲଙ୍କ ନିକଟରେ ହାଜର କରାଯାଇଥିଲା। ୨୦ ମେ'ରେ ଯେତେବେଳେ ଅରବିନ୍ଦ କେଜ୍ରିୱାଲ ଆନ୍ତରୀଣ ଜାମିନରେ ତିହାର ଜେଲରୁ ବାହାରିଥିଲେ। ସେତେବେଳେ ଇଡି କୋର୍ଟରେ ଏକ ଆବେଦନପତ୍ର ଦାଖଲ କରି ତାଙ୍କ ନ୍ୟାୟିକ ହେପାଜତର ଚଉଦ ଦିନ ବୃଦ୍ଧି କରିବାକୁ ଦାବି କରିଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ହର୍ଷିକେଶ କୁମାର ଓ ବିବେକ ଜୈନ ଏହି ଆବେଦନକୁ ବିରୋଧ କରି କହିଥିଲେ ଯେ ଏହି ମାମଲାରେ ତାଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦଳର ନେତା ସଞ୍ଜୟ ସିଂ ଏବଂ ସୌରଭ ଭରଦ୍ୱାଜଙ୍କ ସମେତ ତିହାର ଜେଲକୁ ଯାଇଥିଲେ। ତିହାର ଜେଲରେ ଆତ୍ମସମର୍ପଣ କରିବା ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କନ୍ନଟ୍ ପ୍ଲେସରେ ଅବସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିମ୍ନ ଅଦାଲତରେ ସାତ ଦିନ ପାଇଁ ଜାମିନ ମାଗିଥିଲେ। ମେଡିକାଲ ଗ୍ରାଉଣ୍ଡରେ କେଜ୍ରିୱାଲ ଆନ୍ତରୀଣ ଜାମିନ ମାଗିଥିଲେ।
ଏସଜିଆଇ ତୁଷାର ମେହେଟ୍ଟା କୋର୍ଟରେ କହିଥିଲେ ଯେ ଆନ୍ତରୀଣ ଜାମିନ ଆବେଦନ ବିଚାରାଧୀନ ନାହିଁ, କାରଣ ନିମ୍ନ ଅଦାଲତ ସୁପ୍ରିମକୋର୍ଟଙ୍କ ଆଦେଶ ବଦଳାଇ ପାରିବେ ନାହିଁ ଯେଉଁଥିରେ ଅରବିନ୍ଦ କେଜ୍ରିୱାଲଙ୍କୁ ୨ ଜୁନରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି।

Read More
{}{}