Home >>Odisha National-International

DTC Bus Service: କିନ୍ନରଙ୍କ ପାଇଁ ମାଗଣା ବସସେବା ଘୋଷଣା କଲେ ଏହି ରାଜ୍ୟ ସରକାର

ସରକାର ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକଙ୍କୁ ଅଯୋଧ୍ୟା, ବାରଣାସୀ, ଦ୍ୱାରକାଧିସ, ପୁରୀ ଓ ଆଜମେର ସରିଫ ସମେତ ୧୫ଟି ତୀର୍ଥସ୍ଥାନ ବୁଲାଇଥିଲେ। ବିଭିନ୍ନ ସବସିଡି ପାଇଁ ଦିଲ୍ଲୀ ସରକାରୀ ୪୭୮୮ କୋଟି ଟଙ୍କା ଅଟକଳ କରାଯାଇଛି। 

Advertisement
DTC Bus Service: କିନ୍ନରଙ୍କ ପାଇଁ ମାଗଣା ବସସେବା ଘୋଷଣା କଲେ ଏହି ରାଜ୍ୟ ସରକାର
Zee Odisha Desk|Updated: Feb 05, 2024, 10:48 PM IST
Share

DTC Bus Service: ନୂଆଦିଲ୍ଲୀ: ଦିଲ୍ଲୀ ବସ୍‌ରେ ମାଗଣା ଯାତ୍ରା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀ ବସ୍‌ରେ ମହିଳାଙ୍କ ପରେ କିନ୍ନରମାନେ ମଧ୍ୟ ଡିଟିସି ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ କିନ୍ନର ସମ୍ପ୍ରଦାୟ ଆମ ପରିବେଶରେ ମୁଖ୍ୟତଃ ଭାବେ ଅବହେଳିତ। ଏପରି ନିଶ୍ଚିତ ଭାବେ ଲଜ୍ଜାଜନକ ଘଟଣା। ସେମାନେ ମଧ୍ୟ ମଣିଷ ଏବଂ ସେମାନଙ୍କର ମଧ୍ୟ ସମାନ ଅଧିକାର ଅଛି। ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବର୍ତ୍ତମାନ କିନ୍ନର ସମ୍ପ୍ରଦାୟ ପାଇଁ ଦିଲ୍ଲୀ ବସ୍‌ରେ ଯାତ୍ରା ସମ୍ପୂର୍ଣ୍ଣ ମାଗଣା ହେବ। ଖୁବ୍ ଶୀଘ୍ର ଏହାକୁ କ୍ୟାବିନେଟରେ ପାରିତ କରି କାର୍ଯ୍ୟକାରୀ କରାଯିବ। ମୋର ସମ୍ପୂର୍ଣ୍ଣ ଆଶା ଅଛି କି କିନ୍ନର ସମ୍ପ୍ରଦାୟର ଲୋକମାନେ ଏହି ନିଷ୍ପତ୍ତି ଦ୍ୱାରା ବହୁତ ଉପକୃତ ହେବେ।

ଏଠାରେ କହି ରଖୁ କି ଗତ ବର୍ଷର ବଜେଟ୍ ଉପସ୍ଥାପନ କରିବାବେଳେ ଅର୍ଥମନ୍ତ୍ରୀ କୈଳାଶ ଗେହଲୋଟ୍ ଘୋଷଣା କରିଥିଲେ ଯେ ଦିଲ୍ଲୀ ସରକାରଙ୍କ ସରକାରୀ ବସରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରହିବ। ମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ସାମାଜିକ କଲ୍ୟାଣ ବିଭାଗ ପାଇଁ ମୋଟ ୪୭୪୪ କୋଟି ଆବଣ୍ଟନ କରାଯାଇଛି, ସେଥିମଧ୍ୟରୁ ବରିଷ୍ଠ ନାଗରିକ, ମହିଳା, ଭିନ୍ନକ୍ଷମ ଏବଂ ବଞ୍ଚିତ ବିଭାଗ ସମେତ ୮.୮୨ ଲକ୍ଷ ହିତାଧିକାରୀଙ୍କ ପେନ୍‌ସନ୍‌ ପାଇଁ ୨୯୬୨ କୋଟିର ପ୍ରସ୍ତାବ ଦିଆଯାଇଛି।

୨୦୧୯ ଅକ୍ଟୋବର ୨୯ରେ DTC ଏବଂ କ୍ଲଷ୍ଟର ବସରେ ମହିଳାମାନଙ୍କ ପାଇଁ ମାଗଣା ଭ୍ରମଣର ସୁବିଧା ଆରମ୍ଭ ହୋଇଥିଲା। ୨୦୨୧-୨୨ ମଧ୍ୟରେ ମହିଳା ଯାତ୍ରୀମାନେ DTC ରେ ୧୩.୦୪ କୋଟି ମାଗଣା ଯାତ୍ରା ଏବଂ କ୍ଲଷ୍ଟର ବସ୍ ରେ ୧.୬୯ କୋଟି ମାଗଣା ଯାତ୍ରା କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ, DTC ରେ ଦୈନିକ ହାରାହାରି ଯାତ୍ରୀ ସଂଖ୍ୟା ୧୫.୬୨ ଲକ୍ଷ ଏବଂ କ୍ଲଷ୍ଟର ବସରେ ୯.୮୭ ଲକ୍ଷ ଥିଲା।

ଗେହଲୋଟ କହିଥିଲେ କି ସରକାର ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକଙ୍କୁ ଅଯୋଧ୍ୟା, ବାରଣାସୀ, ଦ୍ୱାରକାଧିସ, ପୁରୀ ଓ ଆଜମେର ସରିଫ ସମେତ ୧୫ଟି ତୀର୍ଥସ୍ଥାନ ବୁଲାଇଥିଲେ। ବିଭିନ୍ନ ସବସିଡି ପାଇଁ ଦିଲ୍ଲୀ ସରକାରୀ ୪୭୮୮ କୋଟି ଟଙ୍କା ଅଟକଳ କରାଯାଇଛି। 

Read More
{}{}