Hindi News >>Home >>Odisha National-International

Patanjali Tooth Paste: ପତଞ୍ଜଳି ଦନ୍ତ ମଞ୍ଜନରେ ଆମିଷ ଉତ୍ପାଦ, ହାଇକୋର୍ଟଙ୍କ ନୋଟିସ

Patanjali Tooth Paste: 'ଦିବ୍ୟ ଦନ୍ତ ମଞ୍ଜନ'କୁ ନେଇ ଆଇନଜୀବୀ ଯତୀନ ଶର୍ମା ଏହି ପିଟିସନ୍ ଦାଖଲ କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି ଯେ ସେ ନିରାମିଷ ଉତ୍ପାଦ ବୋଲି ଭାବି 'ଦିବ୍ୟ ଟୁଥ୍ ପେଷ୍ଟ' ବ୍ୟବହାର କରିଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଉତ୍ପାଦରେ 'ସ୍ମୁଦ୍ରଫେନ୍' (ସିପିଆ ଅଫିସିନାଲିସ୍) ଥାଏ, ଯାହା ମାଛର ହାଡ଼ରେ ମିଳିଥାଏ।

Advertisement
Patanjali Tooth Paste: ପତଞ୍ଜଳି ଦନ୍ତ ମଞ୍ଜନରେ ଆମିଷ ଉତ୍ପାଦ, ହାଇକୋର୍ଟଙ୍କ ନୋଟିସ
Rashmita Sahoo|Updated: Sep 01, 2024, 09:00 AM IST
Share
Patanjali Tooth Paste: ବିଭ୍ରାନ୍ତିକର ବିଜ୍ଞାପନ ମାମଲା ପରେ ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଆଉ ଏକ ଆଇନଗତ ସମସ୍ୟାରେ ଫସିପାରେ। ପତଞ୍ଜଳିର ଏକ ଡେଣ୍ଟାଲ କେୟାର ପ୍ରଡକ୍ଟ ବିରୋଧରେ ଦାୟର ହୋଇଥିବା ପିଟିସନ ର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏହି ପିଟିସନରେ କୁହାଯାଇଛି ଯେ ପତଞ୍ଜଳିର 'ଦିବ୍ୟ ମଞ୍ଜନ'ରେ ଆମିଷ ତତ୍ତ୍ୱ ସାମିଲ କରାଯାଇଛି। ଏହା ସତ୍ତ୍ୱେ 'ଦିବ୍ୟ ଦନ୍ତ ମଞ୍ଜନ'କୁ ନିରାମିଷ ଦ୍ରବ୍ୟ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।
 
ଏହି ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ(Delhi Highcourt) ଦିବ୍ୟା ଫାର୍ମାସି (ନିର୍ମାତା), ପତଞ୍ଜଳି ଆୟୁର୍ବେଦ (ବିକ୍ରେତା), ଯୋଗଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଅଗଷ୍ଟ ୩୦ ରେ ଜବାବ ମାଗିଛନ୍ତି। ଜଷ୍ଟିସ୍ ସଞ୍ଜୀବ ନରୁଲା କେନ୍ଦ୍ର ସରକାର, ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଏବଂ ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କୁ ଜବାବ ମାଗିଛନ୍ତି। ଏହି ମାମଲାର ଶୁଣାଣି ନଭେମ୍ବର ୨୮ରେ ହେବ। 'ଦିବ୍ୟ ଦନ୍ତ ମଞ୍ଜନ'କୁ ନେଇ ଆଇନଜୀବୀ ଯତୀନ ଶର୍ମା ଏହି ପିଟିସନ୍ ଦାଖଲ କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି ଯେ ସେ ନିରାମିଷ ଉତ୍ପାଦ ବୋଲି ଭାବି 'ଦିବ୍ୟ ଟୁଥ୍ ପେଷ୍ଟ' ବ୍ୟବହାର କରିଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଉତ୍ପାଦରେ 'ସ୍ମୁଦ୍ରଫେନ୍' (ସିପିଆ ଅଫିସିନାଲିସ୍) ଥାଏ, ଯାହା ମାଛର ହାଡ଼ରେ ମିଳିଥାଏ।
 
ଲାଇଭ୍ ଲ'ର ରିପୋର୍ଟ ଅନୁଯାୟୀ, ଆବେଦନକାରୀ କହିଛନ୍ତି ଯେ ତାଙ୍କ ପରିବାର ପାଇଁ ଆମିଷ ଉତ୍ପାଦର ବ୍ୟବହାର ନିଷିଦ୍ଧ। କିନ୍ତୁ ପତଞ୍ଜଳିର ଏହି ଡେଣ୍ଟାଲ ପ୍ରଡକ୍ଟ ବ୍ୟବହାର ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ଆବେଦନକାରୀ ଯତୀନ ଶର୍ମା ଉତ୍ପାଦର ଭୁଲ ବ୍ରାଣ୍ଡିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଉତ୍ପାଦର ପ୍ୟାକେଜିଂରେ କାହିଁକି 'ସବୁଜ' କିମ୍ବା 'ଲାଲ୍' ଚିହ୍ନ ବ୍ୟବହାର କରାଗଲା ନାହିଁ ତାହାର ତଦନ୍ତ କରିବାକୁ ଆବେଦନରେ ଦାବି କରାଯାଇଛି। ଆପଣ ଜାଣନ୍ତି ଯେ ନିରାମିଷ ଦ୍ରବ୍ୟ ପାଇଁ ପ୍ୟାକେଟରେ ସବୁଜ ବିନ୍ଦୁ ଏବଂ ଆମିଷ ଉତ୍ପାଦ ପାଇଁ ଲାଲ ବିନ୍ଦୁ ବ୍ୟବହାର କରାଯାଏ ।
 
ଆବେଦନକାରୀ କହିଛନ୍ତି ଯେ ଉତ୍ପାଦର ଭୁଲ ବ୍ରାଣ୍ଡିଂ ବିରୋଧରେ ସେ ଅନେକ ଅଭିଯୋଗ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। 
 
 
Read More
{}{}