Home >>Odisha National-International

Delhi High Court: ସଂସଦରେ ବାଧା ସୃଷ୍ଟିକରିବା ଦେଶରେ ଆତଙ୍କ ସୃଷ୍ଟି କରିବାର ସର୍ବୋତ୍ତମ ମାଧ୍ୟମ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସଂସଦ କାର୍ଯ୍ୟରେ ବାଧା ଆଣିବା ତଥା ଅଚଳ କରିବାକୁ ପ୍ରୟାସ କରିବା ଘଟଣାକୁ   ଆତଙ୍କବାଦୀ କାର୍ଯ୍ୟ ଭାବେ ଗ୍ରହଣ କରିଛନ୍ତି  ଦିଲ୍ଲୀ ହାଇକୋର୍ଟ। ୨୦୨୩ ,ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଦୁଇଜଣ ଲୋକସଭାର ଦର୍ଶକ ଗ୍ୟାଲେରୀରୁ ଡେଇଁ ଧୂଆଁ ଉଡ଼ାଇବା ଅଭିଯୋଗର ବିଚାର କରିବା ଅବସରରେ ଏହି ବୟାନ ଦେଇଛନ୍ତି।&nb

Advertisement
Delhi High Court: ସଂସଦରେ ବାଧା ସୃଷ୍ଟିକରିବା ଦେଶରେ ଆତଙ୍କ ସୃଷ୍ଟି କରିବାର ସର୍ବୋତ୍ତମ ମାଧ୍ୟମ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ
Prabhudatta Moharana|Updated: Jul 24, 2025, 01:29 PM IST
Share

Delhi High Court:ନୂଆଦିଲ୍ଲୀ: ସଂସଦ କାର୍ଯ୍ୟରେ ବାଧା ଆଣିବା ତଥା ଅଚଳ କରିବାକୁ ପ୍ରୟାସ କରିବା ଘଟଣାକୁ   ଆତଙ୍କବାଦୀ କାର୍ଯ୍ୟ ଭାବେ ଗ୍ରହଣ କରିଛନ୍ତି  ଦିଲ୍ଲୀ ହାଇକୋର୍ଟ। ୨୦୨୩ ,ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଦୁଇଜଣ ଲୋକସଭାର ଦର୍ଶକ ଗ୍ୟାଲେରୀରୁ ଡେଇଁ ଧୂଆଁ ଉଡ଼ାଇବା ଅଭିଯୋଗର ବିଚାର କରିବା ଅବସରରେ ଏହି ବୟାନ ଦେଇଛନ୍ତି। 

ଡିସେମ୍ବର ୧୩ ତାରିଖ ଦିନ ସାଗର ଶର୍ମା ଏବଂ ଡି ମନୋରଞ୍ଜନଙ୍କୁ ଏପରି କାର୍ଯ୍ୟକଳାପରେ ଅଭିଯୁକ୍ତ କରି ଗିରଫ କରାଯାଇଥିଲା। ଏହାଙ୍କ ସହ ଆଉ  ନୀଲମ ଆଜାଦ ଏବଂ ଅମୋଲ ସିନ୍ଦେଙ୍କୁ ଗିରଫ କରାଯାଇଥିଲା। 

ସାଗର ଏବଂ  ମନୋରଞ୍ଜନ ଲୋକସଭାରେ ସୁରକ୍ଷା ବଳୟକୁ ଭେଦ କରି ଗୃହ ଭିତରେ  ଏପରି ଗ୍ୟାସ ପ୍ରସାର କରିଥିଲେ। ଆଜାଦ ଏବଂ ସିଣ୍ଡେ କିନ୍ତୁ ଗୃହ ବାହାରେ ପ୍ରଦର୍ଶନ କରିଥିଲେ। 

ଦାରିଦ୍ର୍ୟ, ବେକାରୀ ସମସ୍ୟା ପ୍ରତି ଧ୍ୟାନ ଆକର୍ଷଣ କରିବା ପାଇଁ ଏହି ପ୍ରଦର୍ଶନ ଉଦ୍ଦିଷ୍ଟ ଥିଲା। ଏହା କୌଣସି ଆତଙ୍କବାଦୀଙ୍କ କାର୍ଯ୍ୟ ନୁହେଁ ବୋଲି ଅଭିଯୁକ୍ତଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। କିନ୍ତୁ  ଜଷ୍ଟିସ୍‍  ବିବେକ ଚୌଧରୀ ଏବଂ ଶଳୀନ୍ଦର କୌରଙ୍କ ଖଣ୍ଡପୀଠ ଏହି ମାମଲାର ବିକାର କରି ଏହାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଭାବେ ଅଭିହିତ କରିଛନ୍ତି। ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଉଦ୍ୟମକୁ  ଖଣ୍ଡପୀଠ ଦେଶରେ ଆତଙ୍କ ସୃଷ୍ଟି କରିବାର ସର୍ବୋତ୍ତମ ମାଧ୍ୟମ ବୋଲି କହିଛନ୍ତି।

 

Read More
{}{}