Hindi News >>Home >>Odisha National-International

ନଭେମ୍ୱର ୧୯ରେ ହୋଇଥାନ୍ତା ବାହାଘର, ହେଲେ ଏମିତି କାହିଁକି କଲେ NSG କମାଣ୍ଡୋ

Delhi NSG Commando Suicide Case: ଦିଲ୍ଲୀ ଆଇଜିଆଇ ବିମାନବନ୍ଦର ନିକଟ ସୁଦର୍ଶନ କ୍ୟାମ୍ପରେ ଜଣେ ଏନଏସଜି କମାଣ୍ଡୋ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ରକ୍ତରେ ଭିଜିଥିବା ମୃତ ଶରୀର ଉଦ୍ଧାର କରାଯାଇଛି। ଆତ୍ମହତ୍ୟାର କାରଣ ଜଣାପଡିନାହିଁ। 

Advertisement
ନଭେମ୍ୱର ୧୯ରେ ହୋଇଥାନ୍ତା ବାହାଘର, ହେଲେ ଏମିତି କାହିଁକି କଲେ NSG କମାଣ୍ଡୋ
Soubhagya Ranjan Mishra|Updated: Nov 06, 2024, 08:10 PM IST
Share

Delhi NSG Commando Suicide Case: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ସୁଦର୍ଶନ କ୍ୟାମ୍ପରେ ଜଣେ ଏନଏସଜି କମାଣ୍ଡୋ ଆତ୍ମହତ୍ୟା କରିଥିବା ଖବର ଆସିଛି । ମୃତ ଯବାନଙ୍କ ଘର ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ବିନ୍ଦୁଖଟ୍ଟା ଅଞ୍ଚଳରେ ବୋଲି ଜଣାପଡିଛି । ମୃତ କମାଣ୍ଡୋ ନରେନ୍ଦ୍ର ସିଂ ଭଣ୍ଡାରୀଙ୍କ ବିବାହ ୧୯ ନଭେମ୍ବରରେ ହୋଇଥାନ୍ତା । କିନ୍ତୁ ଏହା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସମ୍ପର୍କରେ ପୋଲିସ ପରିବାର ଲୋକଙ୍କୁ ସୂଚନା ଦେଇଛି। 

ସୂଚନା ମୁତାବକ, ୩୦ ବର୍ଷୀୟ ନରେନ୍ଦ୍ର ଗତ ଦଶ ବର୍ଷ ଧରି ଭାରତୀୟ ସେନାର କୁମାଓନ୍ ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ। ତାଙ୍କ ପିତା ଗୋପାଳ ସିଂ ଭଣ୍ଡାରୀ ମଧ୍ୟ ସେନାରେ ଥିଲେ କିନ୍ତୁ ୨ ବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା । କୁହାଯାଉଛି ଯେ, ନରେନ୍ଦ୍ରଙ୍କ ବଡ ଭାଇ ଯଶୱନ୍ତ ଗାଁରେ ରହି ଚାଷ କାର୍ଯ୍ୟ କରନ୍ତି। କମାଣ୍ଡୋଙ୍କ ମଧ୍ୟମ ଭାଇ ରେଳବାଇରେ ଲୋକୋ ପାଇଲଟ୍ ଭାବେ କାର୍ଯ୍ୟରତ ଅଛନ୍ତି ବୋଲି କୁହାଯାଉଛି ।

ଆଇଜିଆଇ ପୋଲିସ୍ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି। ଫୋରେନସିକ୍ ଟିମ୍ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରିଛନ୍ତି। ଏନଏସଜି ଏବଂ ଦିଲ୍ଲୀ ପୋଲିସ ନିଜ ନିଜ ସ୍ତରରେ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଆତ୍ମହତ୍ୟା ପରେ କମାଣ୍ଡୋ କୌଣସି ନୋଟ୍ ଛାଡିଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ନରେନ୍ଦ୍ର କୁମାରଙ୍କୁ ସୁଦର୍ଶନ ଶିବିରରେ ଡେପୁଟେସନ ଭାବରେ ପୋଷ୍ଟିଂ କରାଯାଇଥିଲା। ମୃତଦେହ ପାଖରେ ନିଜ ରାଇଫଲ ପଡ଼ିଥିଲା। ତାଙ୍କ ସହକର୍ମୀମାନଙ୍କୁ ପୋଲିସ ପଚରାଉଚରା କରୁଛି ।

ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ନରେନ୍ଦ୍ରଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ନଭେମ୍ବର ୧୯ରେ ହାଲଡୱାନିରେ ଏହି ବିବାହ ହୋଇଥାନ୍ତା । ଲୋହାହାଟ ଅଞ୍ଚଳରେ ରହୁଥିବା ଜଣ ଝିଅଙ୍କ ସହିତ ନରେନ୍ଦ୍ରଙ୍କ ବିବାହ ସ୍ଥିର ହୋଇଥିଲା। ବିବାହ ଉତ୍ସବ ପାଇଁ ଛପା ହୋଇଥିବା କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ ନରେନ୍ଦ୍ର ଜୀବନ ହାରିଦେଲେ । ଆତ୍ମହତ୍ୟା ପଛରେ ପ୍ରକୃତ କାରଣ କ’ଣ ରହିଛି ତାହା ଜଣାପଡିନାହିଁ ।

Also Read- Astrology: ଲାଭ ପଞ୍ଚମୀରେ ୩ ରାଶିକୁ ବଡ଼ ଲାଭ, ଦୂର ହେବ ଦୁଖ ଯନ୍ତ୍ରଣା

Also Read- କେଶ ଝଡିବା ସମସ୍ୟା ପାଇଁ ମହଙ୍ଗା ତେଲ ଏବଂ ଔଷଧ ସତରେ କଣ ଫଳପ୍ରଦ ? ଜାଣନ୍ତୁ

Read More
{}{}