Hindi News >>Home >>Odisha National-International

Delhi Weather: ଘନ କୁହୁଡ଼ି କାରଣରୁ ଦିଲ୍ଲୀରେ ଦିଶୁନି କିଛି, ବିମାନ ସେବା ବାଧାପ୍ରାପ୍ତ

Delhi Weather: ଜାନୁଆରୀ ୧୧ ଏବଂ ୧୨ ରେ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ର କିଛି ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଜାନୁଆରୀ ୧୩ ରୁ ୧୫ମଧ୍ୟରେ ପଞ୍ଜାବର ଅନେକ ସ୍ଥାନରେ ଶୀତ ଅନୂଭୁତ ନେଇ ସମ୍ଭାବନା ରହିଛି।  

Advertisement
Delhi Weather: ଘନ କୁହୁଡ଼ି କାରଣରୁ ଦିଲ୍ଲୀରେ ଦିଶୁନି କିଛି, ବିମାନ ସେବା ବାଧାପ୍ରାପ୍ତ
Rasmita Sahoo|Updated: Jan 12, 2024, 10:53 AM IST
Share

Delhi Weather: ଦେଶର ଉତ୍ତର ପ୍ରାନ୍ତରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ପରିସ୍ଥିତି ଦେଖିବାକୁ ମିଳିଛି। ଯାହାଫଳରେ ରାଜଧାନୀରେ ଜିରୋ ଭିଜିବିଲିଟି ପରିସ୍ଥିତି ଉପୁଜିଛି। ଘନ କୁହୁଡି କାରଣରୁ ଆଜି ଦିଲ୍ଲୀରେ ପରିସ୍ଥିତି ସଙ୍ଗୀନ ରହିଛି। ଜିରୋ ଭିଜିବିଲିଟିରେ ସାମିଲ ହୋଇଥିବା ରାଜଧାନୀରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। 
ଭାରତୀୟ ପାଣିପାଗ ବିଭାଗ (Indian Metrological Department) ସକାଳ ୪.୩୦ ସମୟରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜିରୋ ମିଟରରେ ଦୃଶ୍ୟମାନତା ବା ଜିରୋ ଭିଜିବିଲିଟି ରେକର୍ଡ କରିଛି। 

ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି, ଯାହା ସ୍ୱାଭାବିକଠାରୁ ବହୁ ଗୁଣ କମ୍ । ସେହିପରି ସର୍ବାଧିକ ତାପମାତ୍ରା ୧୮.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସକାଳେ ଘନ କୁହୁଡ଼ିର ସମ୍ଭାବନା ଦେଖିବାକୁ ମିଳୁଛି। IMD ଅନୁଯାୟୀ ପଞ୍ଜାବର କିଛି ଅଞ୍ଚଳରେ ଏବଂ ହରିୟାଣା ଏବଂ ଚଣ୍ଡିଗଡ଼ର କିଛି କିଛି ସ୍ଥାନରେ ଜାନୁଆରୀ ୧୨ ଅର୍ଥାତ୍ ଆଜିଠାରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ଏମିତି ଘନ କୁହୁଡି ପରିସ୍ଥିତି ଦେଖାଦେବ। ପୂର୍ବ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଏବଂ ଜାନୁଆରୀ ୧୨ ଓ ୧୩ରେ ପଶ୍ଚିମ ଉତ୍ତରପ୍ରଦେଶ ଉପରେ ଅଲଗା ଅଲଗା ଅଞ୍ଚଳରେ ଘନ କୁହୁଡି ପରିସ୍ଥିତି ଏବଂ ଆଗାମୀ ତିନି ଦିନ ପାଇଁ ଘନ କୁହୁଡିର ପୂର୍ବାନୁମାନ କରାଯାଇଛି। 

ସେହିପରି ଆଇଏମଡି ଅନୁଯାୟୀ, ଜାନୁଆରୀ ୧୨ ଅର୍ଥାତ୍ ଆଜି ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଉପ-ହିମାଳୟ ପଶ୍ଚିମବଙ୍ଗ, ସିକ୍କିମ, ଉତ୍ତର ମଧ୍ୟପ୍ରଦେଶ, ଓଡି଼ଶା ଏବଂ ଜାମ୍ମୁ ଡିଭିଜନର କିଛିକିଛି ସ୍ଥାନରେ ଘନ କୁହୁଡି ପରିସ୍ଥିତି ଦେଖାଦେଇଥିଲା।  ଅନ୍ୟପଟେ ଆଜିଠାରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରାରେ ମଧ୍ୟ ଘନ କୁହୁଡି ପରିଲକ୍ଷିତ ହେବା ନେଇ ସମ୍ଭାବନା ରହିଛି। ଜାନୁଆରୀ ୧୧ ଏବଂ ୧୨ ରେ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ର କିଛି ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (Indian Metrological Department) । ଜାନୁଆରୀ ୧୩ ରୁ ୧୫ମଧ୍ୟରେ ପଞ୍ଜାବର ଅନେକ ସ୍ଥାନରେ ଶୀତ ଅନୂଭୁତ ନେଇ ସମ୍ଭାବନା ରହିଛି। ଜାନୁଆରୀ ୧୨ ଅର୍ଥାତ୍ ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରେ ଅନେକାଞ୍ଚଳରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। 

ବର୍ଷା ସମ୍ଭାବନା ! (Rain Fall Alert) 
ଆଇଏମଡି ରିପୋର୍ଟ ଅନୁଯାୟୀ, ତାମିଲନାଡୁ, ପୁଦୁଚେରୀ, କରାଇକାଲ, ମହେ, କେରଳ, ଉପକୂଳ ଆନ୍ଧ୍ରପ୍ରଦେଶ, ୟାନାମ, ରୟାଲାସିମା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ପ୍ରତ୍ୟାହାର ପାଇଁ ପାଣିପାଗ ଅନୁକୂଳ ହୋଇପଡିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁ, କେରଳ ଏବଂ ଲାକ୍ଷାଦ୍ୱୀପ ସ୍ଥିତ ବିଚ୍ଛିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯାହା ପରେ ଶୁଖିଲା ପାଗ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Also Read: CEO Suchana Seth: ପୁଅକୁ ହତ୍ୟା ପରେ ଲେଖିଥିଲେ ଚିଠି, ଲାଇନର ଓ କାଜଲରେ କ'ଣ ଲେଖିଥିଲେ ସୂଚନା ?

Also Read: Swami Vivekananda Jayanti 2024: ଆଧ୍ୟାତ୍ମିକ ଧର୍ମ ଗୁରୁ ହେବାକୁ କାହିଁକି ହୋଇଥିଲା ରୁଚି, ୨୫ ବର୍ଷରେ ହେଲେ ସନ୍ନ୍ୟାସୀ

Read More
{}{}