Hindi News >>Home >>Odisha National-International

'ପକେଟ୍ କଟା' ବୟାନ ଦେଇ ଫସିଗଲେ ରାହୁଲ, ନିର୍ବାଚନ ଆୟୋଗକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ HC

Delhi​ High Court: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ 'ପକେଟ୍ କଟା' ବୋଲି କହିବା ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  

Advertisement
Delhi High Court On Rahul Gandhi
Delhi High Court On Rahul Gandhi
Jagdish Barik|Updated: Dec 21, 2023, 04:53 PM IST
Share

Delhi​ High Court On Rahul Gandhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବ୍ୟବସାୟୀ ଗୌତମ ଆଦାନୀଙ୍କୁ 'ପକେଟ୍ କଟା' କହିବା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ନେତାଙ୍କ ଏପରି "ଆସଦାଚରଣ" ରୋକିବା ପାଇଁ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ଏକ ପିଆଇଏଲ ଶୁଣାଣି କରିଥିଲେ ।

କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମନମୋହନଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଯଦିଓ ଏହି କଥିତ ବୟାନ ଠିକ୍ ନୁହେଁ, ଏଥିପାଇଁ  ନିର୍ବାଚନ ଆୟୋଗ ଏହାର ଯାଞ୍ଚ କରିବା ଉଚିତ ଓ ଏ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି ।

ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ଆଦେଶ ଦେଇଛନ୍ତି ଯେ, " ଉତ୍ତର ଦାଖଲ କରିବାର ସମୟ ସୀମା ସମାପ୍ତ ହୋଇଛି ଓ କୌଣସି ଉତ୍ତର ଗ୍ରହଣ କରାଯାଇ ନାହିଁ ।" ଏହା ସମେତ ଅଦାଲତ ନିର୍ବାଚନ ଆୟୋଗଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।"

କହିରଖୁଛୁ ଯେ କୋର୍ଟ କହିଛନ୍ତି ଯେ ୨୩ ନଭେମ୍ବରରେ ପଠାଯାଇଥିବା ନୋଟିସରେ ନିର୍ବାଚନ ଆୟୋଗ ନିଜେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ। ଆବେଦନକାରୀ ଭାରତ ନାଗର ହାଇକୋର୍ଟଙ୍କୁ କହିଛନ୍ତି ଯେ ୨୨ ନଭେମ୍ବରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସମେତ ସର୍ବୋଚ୍ଚ ସରକାରୀ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ବିରୋଧରେ ଘୃଣ୍ୟ ଅଭିଯୋଗ ଆଣିଥିଲେ ,ଯେଉଁଥିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ 'ପକେଟ୍ କଟା' ବୋଲି କହିଥିଲେ ।

କ’ଣ କହିଥିଲେ ରାହୁଲ ଗାନ୍ଧୀ?
ନଭେମ୍ବର ୨୧ ରେ ରାହୁଲ ଗାନ୍ଧୀ କହିଥିଲେ ଯେ "ପିଏମ ଅର୍ଥାତ ପନୌତି ମୋଦୀ । ମୋଦୀ ଟିଭିରେ ଆସି ହିନ୍ଦୁ-ମୁସଲମାନ କୁହନ୍ତି ଓ ବେଳେବେଳେ କ୍ରିକେଟ୍ ମ୍ୟାଚ୍ କୁ ଯାଆନ୍ତି । ସେ ଏକ ଭିନ୍ନ କଥା ଯେ ପରାସ୍ତ କରିଦେଲେ ।"

ସେ ଆହୁରି ମଧ୍ୟ କହିଥିଲେ, "ମୋଦୀଙ୍କ କାମ ହେଉଛି ଆପଣଙ୍କ ଧ୍ୟାନକୁ ଏପଟ-ସେପଟ କରିବା । ଏହିପରି ଦୁଇ ଜେବ କତରା (ପକେଟ୍ କଟା) ହୋଇଥାନ୍ତି, ଜଣେ ଆସେ, ଆପଣଙ୍କ ସାମ୍ନାରେ କଥାବାର୍ତ୍ତା କରେ, ଆପଣଙ୍କ ଧ୍ୟାନ ହଠାଏ । ସେତେବେଳକୁ ଅନ୍ୟ କେହି ପଛରୁ ପକେଟ୍ କାଟି ନିଅନ୍ତି ।"

କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତର ପରାଜୟ ସମ୍ପର୍କରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏହି ମନ୍ତବ୍ୟ ଦେଇଥିଲେ । ଏହି ମ୍ୟାଚ ଦେଖିବା ପାଇଁ ପିଏମ ମୋଦୀ ମଧ୍ୟ ଷ୍ଟାଡିୟମକୁ ଆସିଥିଲେ ।

Read More
{}{}