Hindi News >>Home >>Odisha National-International

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଫଡନାବିସ୍, ଶିନ୍ଦେ ଏବଂ ଅଜିତ ପାୱାର ହେଲେ ଡେପୁଟି ସିଏମ୍

Devendra Fadnavis Oath Ceremony: ଦେବେନ୍ଦ୍ର ଫଡନାବିସଙ୍କ ଶପଥ ଗ୍ରହଣ ସମାରୋହ ଐତିହାସିକ ଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ।   

Advertisement
Devendra Fadnavis Oath Ceremony
Devendra Fadnavis Oath Ceremony
Jagdish Barik|Updated: Dec 05, 2024, 06:57 PM IST
Share

Maharashtra CM Oath Ceremony: ଭାରତୀୟ ଜନତା ପାର୍ଟି (ବିଜେପି) ର ରାଜନେତା ଦେବେନ୍ଦ୍ର ଫଡନାବିସ୍ ଗୁରୁବାର ଦିନ ସନ୍ଧ୍ୟାରେ ମୁମ୍ବାଇର ଆଜାଦ ମୈଦାନରେ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଫଡନାବିସଙ୍କ ବ୍ୟତୀତ ଏନସିପିର ଅଜିତ ପାୱାର ଏବଂ ଶିବସେନା ସଭାପତି ଏକନାଥ ସିନ୍ଦେଙ୍କୁ ରାଜ୍ୟର ଡେପୁଟି ସିଏମ୍ କରାଯାଇଛି। ଗତ ଅଢ଼େଇ ବର୍ଷ ଧରି ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବାବେଳେ ଫଡନାବିସ୍ ଏବଂ ଅଜିତ ପାୱାର ଡେପୁଟି ସିଏମ୍ ଭାବରେ କାର୍ଯ୍ୟ କରିଥିଲେ। 

ଦେବେନ୍ଦ୍ର ଫଡନାବିସଙ୍କ ଶପଥ ଗ୍ରହଣ ସମାରୋହ ଐତିହାସିକ ଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। 

୨୩ ନଭେମ୍ବରରେ ମହାରାଷ୍ଟ୍ର ନିର୍ବାଚନରେ ଫଳାଫଳ ଘୋଷିତ କରାଯାଇଥିଲା। ମହାଯ୍ୟୁତି ମେଣ୍ଟ ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରି ୨୩୦ଟି ଆସନ ଜିତିଥିଲେ। ଏଥିରେ ୧୩୨ଟି ଆସନ ସହିତ ବିଜେପି ସବୁଠୁ ବଡ ଦଳ ଭାବେ ଉଭା ହୋଇଥିଲା, ଯାହା ପରେ ଫଡନାବିସ୍ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାସ୍ତା ସଫା ହୋଇ ଯାଇଥିଲା।

ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଦେବେନ୍ଦ୍ର ଫଡନାବିସ୍ କ୍ୟାବିନେଟ୍ ବିସ୍ତାର କରିବେ। ୭ ଡିସେମ୍ବରରେ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯିବ। ଶପଥ ଗ୍ରହଣର ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ରାଜ୍ୟର ବହୁ ସଂଖ୍ୟକ ଲୋକ ଆଜାଦ ମୈଦାନରେ ପହଞ୍ଚିଥିଲେ। ଏଥିପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯାଇଥିଲା। ଶପଥ ଗ୍ରହଣ ସମାରୋହ ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ପୂରା ମୌଦାନ ପୂର୍ଣ୍ଣ ହୋଇ ଯାଇଥିଲା।

ଶପଥ ଗ୍ରହଣ ସମାରୋହ ଅବସରରେ ଦେବେନ୍ଦ୍ର ଫଡନାବିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜେପି ନାଡାଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ଏବଂ ଅନ୍ୟ ଅତିଥିମାନେ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Also Read: Horoscope 6 December 2024: ୬ ଡିସେମ୍ୱରରେ ସନ୍ତୋଷୀ ମାତା ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Also Read: ISRO ସଫଳତାର ସହ ଉତକ୍ଷେପଣ କଲା ESA ର ପ୍ରୋବା-୩, ଉନ୍ମୋଚନ କରିବ ସୂର୍ଯ୍ୟଙ୍କର ଏହି ସବୁ ରହସ୍ୟ

Read More
{}{}