Hindi News >>Home >>Odisha National-International

Lok Sabha: ଆଜି ଆସିବ ବିପର୍ଯ୍ୟୟ ପ୍ରଶମନ ସଂଶୋଧନ ବିଧେୟକ

Lok Sabha : ଆଜି ଲୋକସଭାରେ ଚଳିତ ଅଧିବେଶନର ଚତୁର୍ଥ ଦିବସ। ଦୁଇଟି କାର୍ଯ୍ୟ ଦିବସ ପ୍ରାୟତଃ ବାତିଲ ହେବା ପରେ ଆଜି ତୃତୀୟ କାର୍ଯ୍ୟଦିବସରେ କ’ଣ ହେବ ତାକୁ ନେଇ ଅପେକ୍ଷା କରାଯାଇଛି। ଲୋକସଭା କାର୍ଯ୍ୟାଳୟ ପକ୍ଷରୁ ଏହି ଦିବସଟିରେ ବିପର୍ଯ୍ୟୟ ପ୍ରଶମନ ସଂଶୋଧନ ବିଧେୟକ ଆଣିବା ଲାଗି ସମୟ ନିର୍ଘଣ୍ଟ କରାଯାଇଛି।

Advertisement
Lok Sabha: ଆଜି ଆସିବ ବିପର୍ଯ୍ୟୟ ପ୍ରଶମନ ସଂଶୋଧନ ବିଧେୟକ
Narmada Behera|Updated: Nov 28, 2024, 08:38 AM IST
Share
Lok Sabha:(ଭୁବନେଶ୍ୱର) : ଆଜି ଲୋକସଭାରେ ଚଳିତ ଅଧିବେଶନର ଚତୁର୍ଥ ଦିବସ। ଦୁଇଟି କାର୍ଯ୍ୟ ଦିବସ ପ୍ରାୟତଃ ବାତିଲ ହେବା ପରେ ଆଜି ତୃତୀୟ କାର୍ଯ୍ୟଦିବସରେ କ’ଣ ହେବ ତାକୁ ନେଇ ଅପେକ୍ଷା କରାଯାଇଛି। ଲୋକସଭା କାର୍ଯ୍ୟାଳୟ ପକ୍ଷରୁ ଏହି ଦିବସଟିରେ ବିପର୍ଯ୍ୟୟ ପ୍ରଶମନ ସଂଶୋଧନ ବିଧେୟକ ଆଣିବା ଲାଗି ସମୟ ନିର୍ଘଣ୍ଟ କରାଯାଇଛି। 
 
ସ୍ୱଭାବିକ ଭାବେ ଗୃହ କାର୍ଯ୍ୟ ଚାଲିଲେ ଆଜି ବାଚସ୍ପତି ପ୍ରଶ୍ନୋତ୍ତର କାଳକୁ ପରିଚାଳନା କରିବେ। ଏକ ଘଣ୍ଟା ପ୍ରଶ୍ନୋତ୍ତର କାଳରେ ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନକୁ ଗ୍ରହଣ କରାଯିବ। ଗୃହରେ ଏ ବିଷୟରେ ଆଲୋଚନା ହେବ। ଏହା ଏହାପରେ ଆରମ୍ଭ ହେବ ଶୂନ୍ୟ କାଳ। ଗୃହରେ ସଦସ୍ୟମାନଙ୍କୁ ସେମାନଙ୍କ ଅଞ୍ଚଳର ଜରୁରୀ ପ୍ରସଙ୍ଗକୁ ଗୃହ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଏହାକୁ ଉପସ୍ଥାପନ କରିପାରନ୍ତି। ଏହାପରେ ଗୃହ ସ୍ୱଭାବିକ ଥିଲେ ସୋମବାରର ବକେୟା କାର୍ଯ୍ୟକୁ ଗ୍ରହଣ କରାଯାଇପାରେ।
 
ସୋମବାର ଦିନ ଅର୍ଥମନ୍ତ୍ରୀ ବ୍ୟାଙ୍କିଙ୍ଗ୍ ସଂଶୋଧନ ବିଧେୟକ ୨୦୨୪କୁ ଗୃହରେ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଥିଲା। ହୋଇପାରି ନଥିବାରୁ ଆଜି ଏହି ବିଧେୟକ ଆଗତ ହୋଇପାରେ।  ଏହାକୁ ଆଲୋଚନା ଓ ପାରିତ କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଆଣିପାରନ୍ତି। ସେହିପରି ଗୃହ ଯଦି ଠିକ୍‍ଠାକ୍‍ ଚାଲେ ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ସଂଶୋଧନ ବିଧେୟକ ୨୦୨୪କୁ ଗୃହରେ ଆଲୋଚନା ଓ ପାରିତ ଲାଗି ପ୍ରସ୍ତାବ ଉପସ୍ଥାପନ କରିବେ।
ଏହାପରେ ଦ୍ୱିତୀୟାର୍ଦ୍ଧରେ ଗୃହମନ୍ତ୍ରୀ ଦେଶର ପ୍ରତିଟି କୋଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବିପର୍ଯ୍ୟୟ ପ୍ରଶମନ ଆଇନର ସଂଶୋଧନ ବିଧେୟକ ଆଗତ କରିବେ। ଏଥିରେ କ୍ଷତିପୂରଣ ବିଷୟକୁ ଅଧିକ ଧ୍ୟାନ ଦିଆଯାଇଛି। ଗତ ଦୁଇଦିନ ହେଲା ଆଦାନୀ ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବୀ ରହିଛି।
Read More
{}{}