Hindi News >>Home >>Odisha National-International

Donald Trump: ଟ୍ରମ୍ପଙ୍କ ଚେତାବନୀ! ମୁଁ ରାଷ୍ଟ୍ରପତି ନ ହେଲେ ଗଣତନ୍ତ୍ରର ଅନ୍ତ ଘଟିବ…

Donald Trump: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ଏକ ବିବାଦୀୟ ବୟାନ ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି ।

Advertisement
Donald Trump: ଟ୍ରମ୍ପଙ୍କ ଚେତାବନୀ! ମୁଁ ରାଷ୍ଟ୍ରପତି ନ ହେଲେ ଗଣତନ୍ତ୍ରର ଅନ୍ତ ଘଟିବ…
Zee Odisha Desk|Updated: Mar 18, 2024, 07:55 AM IST
Share

Donald Trump: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ଏକ ବିବାଦୀୟ ବୟାନ ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି ।

ଖବର ଅନୁଯାୟୀ, ଓହିଓଠାରେ  ଏକ ଜନସଭାକୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି, ‘ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ନିର୍ବାଚନ ହେବାକୁ ଯାଉଛି । ଏହି ଦିନ ଉଭୟ ଆମେରିକା ଓ ଏହାର ବାସିନ୍ଦାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହାକୁ ସମସ୍ତେ ମନେ ରଖିବା ଆବଶ୍ୟକ । ଯଦି ମୁଁ ଏହି ନିର୍ବାଚନରେ ପରାଜିତ ହୁଏ, ତେବେ ଆମେରିକୀୟ ଗଣତନ୍ତ୍ରର ଅନ୍ତ ଘଟିବ ଓ ସମଗ୍ର ଦେଶରେ ରକ୍ତପାତ ହେବ’। ସେ ଆଉ ମଧ୍ଯ କହିଛନ୍ତି, ‘ଉତ୍ତର ଆମେରିକା ଦେଶ ମେକ୍ସିକୋରେ ଚୀନ କାର ନିର୍ମାଣ ପାଇଁ ଯୋଜନା କରୁଛି । ଏହାଦ୍ବାରା ଆମେରକାର କାର ବଜାର ଉପରେ ଗୁରୁତର ପ୍ରଭାବ ପଡ଼ିପାରେ । ଯଦି ମୁଁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଏ, ତେବେ ଚୀନ ଉକ୍ତ କାର ଗୁଡ଼ିକୁ ବିକ୍ରି କରିପାରିବ ନାହିଁ । ଏହାଦ୍ବାରା ଆମେରିକା ଓ ଏହାର ଜନତା ଉପକୃତ ହେବେ’ । ସେହିପରି ୨୦୨୦ ନିର୍ବାଚନରେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କଠାରୁ ତାଙ୍କର ପରାଜୟ କେବଳ ନିର୍ବାଚନ ଜାଲିଆତିର ପରିଣାମ ବୋଲି ଟ୍ରମ୍ପ୍ କହିଛନ୍ତି। ଡେଟନ୍‌ରେ ଏକ ଦଳୀୟ ସମାବେଶକୁ ଉଦ୍‌ବୋଧନ ଦେଇ ଟ୍ରମ୍ପ କହିଛନ୍ତି, ‘ଯଦି ଆମେ ଏହି ନିର୍ବାଚନରେ ବିଜୟୀ ନହେବା ତା’ହେଲେ ବହୁତ ବଡ଼ ଅନର୍ଥ ଦେଶରେ ଘଟିବ। ଦେଶରେ ଆଉ ଏକ ନିର୍ବାଚନ ସମ୍ଭବ ହେବନାହିଁ ଓ ଗଣତନ୍ତ୍ର ଶେଷ ହୋଇଯିବ’।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ଟ୍ରମ୍ପଙ୍କୁ କଟାକ୍ଷ କରି କହିଥିଲେ, ‘୨୦୨୦ରେ ରିପବ୍ଲିକାନ୍ ନେତା ଟ୍ରମ୍ପ ପରାଜିତ ହୋଇଥିଲା । ଏହାପରେ ଦେଶରେ ରାଜନୈତିକ ହଂସା ଭିଆଇଥିଲେ । ଟ୍ରମ୍ପ ଆଉ ଏକ ଜାନୁଆରୀ ୬ର ପୁନରାବୃତ୍ତି କରିବାକୁ ଚାହୁଁଛନ୍ତି, ତାହା ତାଙ୍କର ବଡ଼ ଭୁଲ ହେବ । ତାଙ୍କୁ ଜନତା କଦାପି କ୍ଷମା ଦେବେ ନାହିଁ । ଦେଶର ଭୋଟର ଏଥର ଟ୍ରମ୍ପଙ୍କୁ ଜିତିବାକୁ ଦେବେନାହିଁ’ । ପ୍ରକାଶ ଥାଉ କି, ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡ଼େନ ଓ ଟ୍ରମ୍ପଙ୍କ ମଧ୍ଯରେ ଜୋରଦାର ଲଢେଇ ହେବା ନେଇ ଆଶା କରାଯାଉଛି ।

 

Read More
{}{}