Hindi News >>Home >>Odisha National-International

CM Arvind Kejriwal: କେଜରିୱାଲଙ୍କୁ ଚତୁର୍ଥ ସମନ ଜାରି କଲା ED

କେବଳ ବଡ଼ ମଦ ବ୍ୟବସାୟୀ ହିଁ ବଜାରରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା। ସେପଟେ ଏପରି କରିବା ପାଇଁ ମଦ ମାଫିଆମାନେ ମୋଟା ଅଙ୍କର ଲାଞ୍ଚ ନେଇଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଛନ୍ତି। 

Advertisement
CM Arvind Kejriwal: କେଜରିୱାଲଙ୍କୁ ଚତୁର୍ଥ ସମନ ଜାରି କଲା ED
Zee Odisha Desk|Updated: Jan 13, 2024, 12:03 PM IST
Share

CM Arvind Kejriwal: ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି ଚତୁର୍ଥ ଥର ପାଇଁ ସମନ ଜାରି କରିଦେଇଛି। ଆସନ୍ତା ୧୮ ତାରିଖରେ ଇଡ଼ିରେ ହାଜର ହେବା ପାଇଁ ଚତୁର୍ଥ ସମନରେ କହିଛି ଇଡ଼ି। ମଦ ଦୁର୍ନିତୀ ମାମଲାରେ ପଚରାଉଚୁରା ପାଇଁ ଚତୁର୍ଥ ଥର ପାଇଁ ସମନ ଜାରି କରିଛି ଇଡ଼ି। ତେବେ ଚତୁର୍ଥ ଥର ମଧ୍ୟ ଅରବିନ୍ଦ କେଜରିୱାଲ ହାଜର ହେବା ନେଇ ସନ୍ଦେହ ଉପୁଜିଛି। 

ଶେଷ ଅର୍ଥାତ୍ ତୃତୀୟ ସମନ, କେଜ୍ରିୱାଲଙ୍କୁ ଜାନୁଆରୀ ୩ରେ ହାଜର ହେବା ପାଇଁ କୁହାଯାଇଥିଲା। ୨ ନଭେମ୍ବରରେ ପ୍ରଥମ ଥର ପାଇଁ ଏବଂ ୨୧ ଡିସେମ୍ବରରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଡକାଯାଇଥିଲା। କେଜ୍ରିୱାଲ ଏହି ସମନକୁ ବେଆଇନ ବୋଲି କହିଥିଲେ। ସମନର ପ୍ରତି ଜବାବରେ ଇଡ଼ିକୁ ଏକ ଲିଖିତ ଉତ୍ତର ପଠାଇଥିଲେ। ତେବେ ପୂର୍ବରୁ ୩ ଥର ଯାକ ହୋଇଥିବା ସମନ ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଇଡିରେ ହାଜର ହୋଇ ନାହାନ୍ତି। କେବେ ପଞ୍ଜାବ ଚାଲି ଯାଉଛନ୍ତି ତ ଆଉ କେବେ ଅନ୍ୟ କିଛି କାମ ଦର୍ଶାଇ ହାଜର ହେଉନଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଚତୁର୍ଥ ସମନରେ ଇଡିରେ ହାଜର ହେବେ କି ନାହିଁ ତାହା ଉପରେ ସନ୍ଦେହ ସୃଷ୍ଟି ହୋଇଛି। 

ବିଜେପିର ଟାର୍ଗେଟ
ସେପଟେ ସମନ ସତ୍ତ୍ୱେ କେଜରିୱାଲ ହାଜର ନ ହେବା କାରଣରୁ ବିଜେପି କଡ଼ା ସମାଲୋଚନା କରୁଛି। କେଜରିୱାଲଙ୍କୁ କଟ୍ଟର ବେଇମାନ ସହିତ ମଦ ଘୋଟାଲା ମୁଖ୍ୟ ଆସାମୀ ବୋଲି କହି ବାରମ୍ବାର ସମାଲୋଚନା କରି ଆସୁଛି। 

ଏହି ନେତାମାନେ ପୂର୍ବରୁ ଜେଲରେ ରହିଛନ୍ତି
ମଦ ଘୋଟାଲା ଦୁର୍ନିତୀରେ ପୂର୍ବରୁ ଦିଲ୍ଲୀର ଦୁଇ ମନ୍ତ୍ରୀ ଜେଲରେ ରହିଛନ୍ତି। ପୂର୍ବରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଅ ଦୀର୍ଘ ଦିନରୁ ଜେଲରେ ରହିଛନ୍ତି। ସେହିପରି ଆପର ସାଂସଦ ସଞ୍ଜୟ ସିଂହଙ୍କ ସହିତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଇଡ଼ି ରାଡାରରେ ରହିଥିବା ଜଣାପଡ଼ିଛି। ତେବେ ଏହି ମଦ ଘୋଟାଲା ଦିଲ୍ଲୀ ସରକାର ଜାଣିଶୁଣି ମଦ ବ୍ୟବସାୟୀଙ୍କୁ ଫାଇଦା ଦେଇଛନ୍ତି। ସେମାନଙ୍କ ଫାଇଦା ପାଇଁ ମଦ ଲାଇସେନ୍ସ ଶୁଳ୍କ ବଢାଇ ଦେଇଥିଲା। ଏପରି କରିବା ଦ୍ୱାରା ଛୋଟ ବ୍ୟବସାୟୀମାନଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିଲା। କେବଳ ବଡ଼ ମଦ ବ୍ୟବସାୟୀ ହିଁ ବଜାରରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା। ସେପଟେ ଏପରି କରିବା ପାଇଁ ମଦ ମାଫିଆମାନେ ମୋଟା ଅଙ୍କର ଲାଞ୍ଚ ନେଇଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଛନ୍ତି। 

Read More
{}{}